ଯେକୌଣସି ସମୟରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

The Sakala Picture
Published On

ଇସଲାମାବାଦ: ବଢୁଛି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ। ଆସ୍ଥା ଭୋଟ ହାରି ଗାଦିଚ୍ୟୁତ ହୋଇଥିବା ଇମ୍ରାନ ଏବେ କୌଣସି ମୁହୁର୍ତ୍ତରେ ଗିରଫ ହୋଇପାରନ୍ତି। ନିଜର ପରାଜୟକୁ ସହଜରେ ହଜମ କରିପାରୁନଥିବା ଇମ୍ରାନ ଏଥିପାଇଁ କେତେବେଳେ ରାଲି କରି ସମର୍ଥକଙ୍କୁ ବାହାରିବାକୁ କହୁଛନ୍ତି ତ କେତେବେଳେ ବିଦେଶରେ ହଙ୍ଗାମା କରୁଛନ୍ତି ତାଙ୍କ ସମର୍ଥକ। ପରିଣତି ସ୍ୱରୂପ ବିଦେଶର ବିଶୃଙ୍ଖଳା ସୃଷ୍ଟି ହେବା ସହିତ ଦେଶଗୁଡ଼ିକ ପାକିସ୍ତାନ ନାଗରିକ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ନିକଟରେ ସାଉଦି […]

ଇସଲାମାବାଦ: ବଢୁଛି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ। ଆସ୍ଥା ଭୋଟ ହାରି ଗାଦିଚ୍ୟୁତ ହୋଇଥିବା ଇମ୍ରାନ ଏବେ କୌଣସି ମୁହୁର୍ତ୍ତରେ ଗିରଫ ହୋଇପାରନ୍ତି। ନିଜର ପରାଜୟକୁ ସହଜରେ ହଜମ କରିପାରୁନଥିବା ଇମ୍ରାନ ଏଥିପାଇଁ କେତେବେଳେ ରାଲି କରି ସମର୍ଥକଙ୍କୁ ବାହାରିବାକୁ କହୁଛନ୍ତି ତ କେତେବେଳେ ବିଦେଶରେ ହଙ୍ଗାମା କରୁଛନ୍ତି ତାଙ୍କ ସମର୍ଥକ। ପରିଣତି ସ୍ୱରୂପ ବିଦେଶର ବିଶୃଙ୍ଖଳା ସୃଷ୍ଟି ହେବା ସହିତ ଦେଶଗୁଡ଼ିକ ପାକିସ୍ତାନ ନାଗରିକ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ନିକଟରେ ସାଉଦି ଆରବ ଗସ୍ତ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ପାକିସ୍ତାନୀ ପ୍ରତିନିଧୀ ମଦିନାର ମସଜିଦ-ଇ-ନବାବିରେ ପହଞ୍ଚିଥିଲେ। ଏଠାରେ ଶାହାବାଜ ସରିଫ ଏବଂ ଅନ୍ୟ ପାକିସ୍ତାନୀ ମନ୍ତ୍ରୀମାନେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ସେମାନେ ମସଜିଦ ଭିତରକୁ ଯିବା ମାତ୍ରେ ପାକିସ୍ତାନୀ ପ୍ରତିନିଧି ଦଳ ବିରୋଧରେ ସ୍ଲୋଗାନବାଜି ଆରମ୍ଭ ହୋଇଥିଲା। ଶାହବାଜ ସରିଫଙ୍କ ବିରୋଧରେ ସ୍ଲୋଗାନବାଜି ଏବେ ଇମ୍ରାନ ଖାନଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି । ଫୈସଲାବାଦରେ ଇମ୍ରାନ ଖାନ ଏବଂ ତାଙ୍କର ପାଞ୍ଚଜଣ ସହଯୋଗୀଙ୍କ ବିରୋଧରେ ଧର୍ମଦ୍ରୋହ ମାମଲା ରୁଜୁ ହୋଇଛି।

ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମଦୀନାରେ ବିଭିନ୍ନ ନାରାବାଜି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯିବ । ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ସୂଚନା ଥାଉକି, ସାଉଦିର ମଦିନାରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଏବଂ ତାଙ୍କ ପ୍ରତିନିଧିମଣ୍ଡଳ ବିରୋଧରେ ‘ଚୋର୍-ଚୋର୍’ ନାରା ଲଗାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇଙ୍ଗିତରେ ଏ ସମସ୍ତ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ପାକ୍‌ ଗୃହମନ୍ତ୍ରୀ ।

ସୂଚନାଯୋଗ୍ୟ ସାଉଦି ଆରବର ମଦିନାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ଙ୍କ ବିରୋଧରେ ‘ଚୋର୍‌-ଚୋର୍‌’ ସ୍ଲୋଗାନ ଦେବା କାରଣରୁ ପାକିସ୍ତାନ ପଞ୍ଜାବ ପୁଲିସ କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସମେତ ୧୫୦ଜଣଙ୍କ ନାଁରେ ‘ଏଫ୍‌ଆଇଆର୍‌’ ରୁଜୁ କରିଥିଲା। ଶନିବାର ରାତିରେ ପଞ୍ଜାବ ପୁଲିସ ‘ପାକିସ୍ତାନ ତେହରୀକ୍-ଇ-ଇନ୍‌ସାଫ୍‌’ର ଅଧ୍ୟକ୍ଷ ଇମ୍ରାନ୍‌ ଖାଁ ଏବଂ ପୂର୍ବତନ ଫେଡେରାଲ୍‌ ମନ୍ତ୍ରୀ ଫୱାଦ୍‌ ଚୌଧୁରୀ, ଶେଖ୍‌ ରଶୀଦ୍‌ ଏବଂ ଇମ୍ରାନ୍‌ ଖାଁଙ୍କର ପୂର୍ବତନ ଉପଦେଷ୍ଟା ଶାହାବାଜ୍‌ ଗୁଲ୍‌, ସଂସଦର ଉପବାଚସ୍ପତି କାସିମ୍‌ ସୂରୀ ଏବଂ ଲଣ୍ଡନସ୍ଥିତ ଇମ୍ରାନ୍‌ଙ୍କ ଘନିଷ୍ଠ ସହଯୋଗୀ ଅନୀଲ୍‌ ମୁସାରାତ୍‌ ଏବଂ ସାହିବଜାଦା ଜହାଙ୍ଗୀରଙ୍କ ନାମରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରାଯାଇଥିଲା।

ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି ଯେ, ଶେହବାଜ୍‌ ଶରିଫ୍‌ ଏବଂ ତାଙ୍କ ପ୍ରତିନିଧି ଦଳକୁ ଟାର୍ଗେଟ୍‌ କରି ଇମ୍ରାନ୍‌ ଖାଁ ନିଜର ଶତାଧିକ ସମର୍ଥକଙ୍କୁ ସାଉଦି ପଠାଇଥିଲେ। ଏଭଳି ସ୍ଲୋଗାନ୍‌ ଦେବା ପାଇଁ ଖାଁ ଏବଂ ତାଙ୍କ ଦଳର ଅନ୍ୟ ନେତାମାନେ ଦଳୀୟ କର୍ମୀମାନଙ୍କୁ ନିର୍ଦେଶ ଦେଇଥିଲେ। ଗୁରୁବାର ରାତିରେ ଶରିଫ୍ ଏବଂ ତାଙ୍କ ପ୍ରତିନିଧି ଦଳ ମଦିନାସ୍ଥିତ ପ୍ରୋଫେଟ୍‌ଙ୍କ ମସ୍‌ଜିଦ୍‌ରେ ପହଞ୍ଚିବା କ୍ଷଣି କେତେକ ତୀର୍ଥଯାତ୍ରୀ ‘ଚୋର୍‌’ (ଚୋର) ‘ଗଦ୍ଦାର୍‌’ (ବିଶ୍ବାସଘାତ) ବୋଲି ଚିତ୍କାର କରୁଥିବାର ଭିଡିଓ କ୍ଲିପ୍‌ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।

About The Author

Google News
Join Us @ WhatsApp
Google News
Join Us @ WhatsApp

ରାଶିଫଳ