ରାଜ୍ୟର ସ୍ଥିତି ଗମ୍ଭୀର ଥିଲା ବେଳେ ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର: ବିଜେଡି

Satyajeet Sahoo Picture
Published On

ନୂଆପଡାରେ ଇଟା ଖଣ୍ଡେ ପକାଇ ନାହାନ୍ତି ଡବଲ ଇଂଜିନ ସରକାର ଆଚରଣ ବିଧି ଲାଗୁ ହେବାର ୨ ଘଣ୍ଟା ପୂର୍ବରୁ ୧୧୦୦ କୋଟି ଟଙ୍କାର ନିର୍ବାଚନୀ ଥୋପ୍ ରଙ୍ଗ ମାରି ନବୀନ ସରକାରଙ୍କ ପ୍ରକଳ୍ପକୁ କଲେ ଉଦ୍‌ଘାଟନ

ଭୁବନେଶ୍ୱର : କଟକରେ ଉଦ୍ବେଗଜନକ ସ୍ଥିିତି, ଗଜପତି ଜିଲ୍ଲାରେ ଭୂସ୍ଖଳନଜନିତ ସମସ୍ୟା, ୨୦୦ କୋଟି ଟଙ୍କାର ଏସ୍ଆଇ ଚାକିରି କେଳେଙ୍କାରୀ, ୫ଟି ଜିଲ୍ଲାରେ ବର୍ଷା ଜନିତ ବ୍ୟାପକ କ୍ଷୟକ୍ଷତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡାରେ ନିର୍ବାଚନୀ ପ୍ରଚାରକୁ ବିଜୁ ଜନତା ଦଳ କଡା ନିନ୍ଦା କରିଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସଂଜୟ କୁମାର ଦାସବର୍ମା, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨ ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୂଆପଡାରେ ୧୧୦୦ କୋଟିର ପ୍ରକଳ୍ପ ଘୋଷଣା କରିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି । 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଶ୍ରୀ ଦାସବର୍ମା କହିଛନ୍ତି ଯେ, ଭାଇଚାରାର ସହର କଟକରେ କେବେ ନଦେଖିବା ସ୍ଥିତି ଆଜି ଡବଲ ଇଂଜିନ ସରକାରରେ ଦେଖିବାକୁ ମିଳିଛି । ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ୧୦୦୦ ବର୍ଷର ଐତିହାସିକ ସହର କଟକର ଗାରିମା ଆଜି ଭୃଲୁଣ୍ଠିତ ହୋଇଛି । ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସେହିଭଳି ଗଜପତି ଜିଲ୍ଲାରେ ଲଗାତାର ଭୂସ୍ଖଳନ ସ୍ଥିତିକୁ ପ୍ରଶାସନ ଗମ୍ଭୀରତାର ସହ ନନେବା ଚିନ୍ତାଜନକ । ରାଜ୍ୟର ୫ଟି ଜିଲ୍ଲାରେ ବର୍ଷାଜନିତ ବ୍ୟାପକ କ୍ଷୟକ୍ଷତି ପ୍ରତି ସରକାରଙ୍କ ନିଘା ନାହିଁ । ସର୍ବୋପରି ନିଯୁକ୍ତି ଆଶାୟୀ ଯୁବ ସମାଜକୁ ପ୍ରତାରଣା କରି ସରକାରୀ ପ୍ରୋତ୍ସାହନରେ ପୋଲିସ ଏସ୍ଆଇ ଚାକିରି ବିକି୍ର ହେବା ଘଟଣା ରାଜ୍ୟବାସୀଙ୍କ ମନକୁ ଆନେ୍ଦାଳିତ କରିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡାରେ ନିର୍ବାଚନୀ ପ୍ରଚାର ରାଜ୍ୟବାସୀଙ୍କ ପ୍ରତି ସମ୍ବେଦନହୀନତାକୁ ଦର୍ଶାଉଛି । 

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ସେହିପରି ଶ୍ରୀମତୀ ଛୁରିଆ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦ୍ୱାରା ୬୪ କୋଟି ଟଙ୍କାରେ ନିର୍ମିତ ୧୦୮ଟି ପ୍ରକଳ୍ପର ଆଜି ରଙ୍ଗ ମାରି ମୁଖ୍ୟମନ୍ତ୍ରୀ ଫିତା କାଟିଛନ୍ତି । ସିନାପାଲିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୂର୍ବରୁ ଏନ୍ଏସି ଘୋଷଣା କରିଥିଲେ । ତାଲିକାର ପ୍ରଥମ ପର୍ଯ୍ୟାୟରେ ସିନାପାଲିର ନାଁକୁ କାଟି ପୁଣି ବର୍ତ୍ତମାନ ଯୋଡିବାରେ ରାଜନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି । ଆଜି ଘୋଷଣା କରିଥିବା ‘ଝିଅ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ୨୦୨୩ ଏପ୍ରିଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ।

ସେହିଭଳି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡା ଜିଲ୍ଲା ଘୋଷଣା ମଧ୍ୟ ପୂର୍ବ ବିଜେଡି ସରକାର ସମୟରେ ୨୦୧୯ରେ ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦ୍ୱାରା ୧୯୯୩ରେ ଜିଲ୍ଲା ଘୋଷଣା ହେବା ଠାରୁ ନୂଆପଡା ବିଜୁ ଜନତା ଦଳର ଫୋକସରେ  ରହିଆସିଛି । ୧୬ ମାସରେ ନୂଆପଡା ପାଇଁ ଇଟା ଖଣ୍ଡେ ଯୋଡିନଥିବା ବିଜେପି ସରକାର, ନିର୍ବାଚନ ଘୋଷଣା ହେବା ସମୟରେ ନୂଆପଡାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ ରାଜନୀତିକ ଉଦେ୍ଦଶ୍ୟ ପ୍ରଣୋଦିତ । ସେହିପରି ବିଧାୟକ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟବାସୀଙ୍କ ସମସ୍ୟାକୁ ଅଣଦେଖା କରି ମୁଖ୍ୟମନ୍ତ୍ରୀ ନୂଆପଡାରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ । ଲଗାଣ ବର୍ଷା ଯୋଗୁ ଉତ୍ତର ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନନେବା ଦୁଃଖଦାୟକ ।

06 Oct 2025 By Satyajeet Sahoo

ରାଜ୍ୟର ସ୍ଥିତି ଗମ୍ଭୀର ଥିଲା ବେଳେ ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର: ବିଜେଡି

ଭୁବନେଶ୍ୱର : କଟକରେ ଉଦ୍ବେଗଜନକ ସ୍ଥିିତି, ଗଜପତି ଜିଲ୍ଲାରେ ଭୂସ୍ଖଳନଜନିତ ସମସ୍ୟା, ୨୦୦ କୋଟି ଟଙ୍କାର ଏସ୍ଆଇ ଚାକିରି କେଳେଙ୍କାରୀ, ୫ଟି ଜିଲ୍ଲାରେ ବର୍ଷା ଜନିତ ବ୍ୟାପକ କ୍ଷୟକ୍ଷତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡାରେ ନିର୍ବାଚନୀ ପ୍ରଚାରକୁ ବିଜୁ ଜନତା ଦଳ କଡା ନିନ୍ଦା କରିଛି ।

ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସଂଜୟ କୁମାର ଦାସବର୍ମା, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨ ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୂଆପଡାରେ ୧୧୦୦ କୋଟିର ପ୍ରକଳ୍ପ ଘୋଷଣା କରିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି । 

ଶ୍ରୀ ଦାସବର୍ମା କହିଛନ୍ତି ଯେ, ଭାଇଚାରାର ସହର କଟକରେ କେବେ ନଦେଖିବା ସ୍ଥିତି ଆଜି ଡବଲ ଇଂଜିନ ସରକାରରେ ଦେଖିବାକୁ ମିଳିଛି । ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ୧୦୦୦ ବର୍ଷର ଐତିହାସିକ ସହର କଟକର ଗାରିମା ଆଜି ଭୃଲୁଣ୍ଠିତ ହୋଇଛି । ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସେହିଭଳି ଗଜପତି ଜିଲ୍ଲାରେ ଲଗାତାର ଭୂସ୍ଖଳନ ସ୍ଥିତିକୁ ପ୍ରଶାସନ ଗମ୍ଭୀରତାର ସହ ନନେବା ଚିନ୍ତାଜନକ । ରାଜ୍ୟର ୫ଟି ଜିଲ୍ଲାରେ ବର୍ଷାଜନିତ ବ୍ୟାପକ କ୍ଷୟକ୍ଷତି ପ୍ରତି ସରକାରଙ୍କ ନିଘା ନାହିଁ । ସର୍ବୋପରି ନିଯୁକ୍ତି ଆଶାୟୀ ଯୁବ ସମାଜକୁ ପ୍ରତାରଣା କରି ସରକାରୀ ପ୍ରୋତ୍ସାହନରେ ପୋଲିସ ଏସ୍ଆଇ ଚାକିରି ବିକି୍ର ହେବା ଘଟଣା ରାଜ୍ୟବାସୀଙ୍କ ମନକୁ ଆନେ୍ଦାଳିତ କରିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡାରେ ନିର୍ବାଚନୀ ପ୍ରଚାର ରାଜ୍ୟବାସୀଙ୍କ ପ୍ରତି ସମ୍ବେଦନହୀନତାକୁ ଦର୍ଶାଉଛି । 

ସେହିପରି ଶ୍ରୀମତୀ ଛୁରିଆ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦ୍ୱାରା ୬୪ କୋଟି ଟଙ୍କାରେ ନିର୍ମିତ ୧୦୮ଟି ପ୍ରକଳ୍ପର ଆଜି ରଙ୍ଗ ମାରି ମୁଖ୍ୟମନ୍ତ୍ରୀ ଫିତା କାଟିଛନ୍ତି । ସିନାପାଲିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୂର୍ବରୁ ଏନ୍ଏସି ଘୋଷଣା କରିଥିଲେ । ତାଲିକାର ପ୍ରଥମ ପର୍ଯ୍ୟାୟରେ ସିନାପାଲିର ନାଁକୁ କାଟି ପୁଣି ବର୍ତ୍ତମାନ ଯୋଡିବାରେ ରାଜନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି । ଆଜି ଘୋଷଣା କରିଥିବା ‘ଝିଅ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ୨୦୨୩ ଏପ୍ରିଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ।

ସେହିଭଳି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡା ଜିଲ୍ଲା ଘୋଷଣା ମଧ୍ୟ ପୂର୍ବ ବିଜେଡି ସରକାର ସମୟରେ ୨୦୧୯ରେ ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦ୍ୱାରା ୧୯୯୩ରେ ଜିଲ୍ଲା ଘୋଷଣା ହେବା ଠାରୁ ନୂଆପଡା ବିଜୁ ଜନତା ଦଳର ଫୋକସରେ  ରହିଆସିଛି । ୧୬ ମାସରେ ନୂଆପଡା ପାଇଁ ଇଟା ଖଣ୍ଡେ ଯୋଡିନଥିବା ବିଜେପି ସରକାର, ନିର୍ବାଚନ ଘୋଷଣା ହେବା ସମୟରେ ନୂଆପଡାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ ରାଜନୀତିକ ଉଦେ୍ଦଶ୍ୟ ପ୍ରଣୋଦିତ । ସେହିପରି ବିଧାୟକ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟବାସୀଙ୍କ ସମସ୍ୟାକୁ ଅଣଦେଖା କରି ମୁଖ୍ୟମନ୍ତ୍ରୀ ନୂଆପଡାରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ । ଲଗାଣ ବର୍ଷା ଯୋଗୁ ଉତ୍ତର ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନନେବା ଦୁଃଖଦାୟକ ।

https://www.thesakala.in/latest-odisha-news/cm-s-election-campaign-in-nuapada-when-the-situation-in-the-state-was-critical/article-42596
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର