ବ୍ୟାଙ୍କରେ ପଡିରହିଛି ୧.୮୪ ଲକ୍ଷ କୋଟିର ଦାବିଦାର ନ ଥିବା ଜମା ରାଶି, ଫେରାଇବାକୁ ଅଭିଯାନ ଆରମ୍ଭ କଲେ ସରକାର

Satyajeet Sahoo Picture
Published On

ନୂଆଦିଲ୍ଲୀ : ଦେଶର ବ୍ୟାଙ୍କଗୁଡିକରେ ସମ୍ପ୍ରତି ଦାବିଦାର ନ ଥିବା ଜମା ରାଶି ପରିମାଣରେ ବୃଦ୍ଧି ଘଟିଛି। ବର୍ତ୍ତମାନ ଏହି ଅର୍ଥ ରାଶି ପରିମାଣ ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି। ବର୍ତ୍ତମାନ ଲୋକମାନେ କିଭଳି ଏହି ଅର୍ଥ ରାଶି ଫେରିପାଇବେ ସେଥିପାଇଁ ସରକାର ଅଭିଯାନ ଆରମ୍ଭ କରିଛନ୍ତି , ଯାହା ଲୋକମାନଙ୍କୁ ଦାବିଦାର ନ ଥିବା ଆର୍ଥିକ ସମ୍ପତ୍ତି ପୁନରୁଦ୍ଧାର କରିବାରେ ସାହାଯ୍ୟ କରିବ। ଏହି ଅଭିଯାନ ଡିସେମ୍ବର ମାସ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି ଚାଲିବ। ଏହାଦ୍ବାରା  ଲୋକମାନଙ୍କୁ ପୁରୁଣା ବ୍ୟାଙ୍କ ଆକାଉଣ୍ଟ, ସେୟାର ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ଫସି ରହିଥିବା ୧.୮୪ ଲକ୍ଷ କୋଟି ଟଙ୍କା ସହଜରେ ଫେରିପାଇବାରେ ସାହାଯ୍ୟ କରିବ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ଆପଣଙ୍କର ପୁଞ୍ଜି, ଆପଣଙ୍କ ଅଧିକାର’ ଶୀର୍ଷକ ଏକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ବ୍ୟକ୍ତିଙ୍କ ଆକାଉଣ୍ଟରେ ଦାବିଦାର ନଥିବା ଟଙ୍କା ଜମା ହୋଇଛି, ତେବେ ଦାବିଦାର ନ ଥିବା ଟଙ୍କାକୁ “ଦାବୀଦର ନ ଥିବା” ଆକାଉଣ୍ଟ ଭାବେ ଘୋଷଣା କରାଯାଇପାରେ। ଭାରତୀୟ ବ୍ୟାଙ୍କଗୁଡ଼ିକ ଚଳିତବର୍ଷ ଜୁନ୍ ୩୦  ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କରେ ମୋଟ ୬୭,୦୦୦ କୋଟି ଟଙ୍କାରୁ ଅଧିକ ଅଣଦାବିଦାର  ଜମା ରାଶି ରହିଛି। ଏହି ତଥ୍ୟ  ଜୁଲାଇ ୨୮ରେ ସଂସଦରେ ଉପସ୍ଥାପିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

ବର୍ତ୍ତମାନ, ପୁରୁଣା ବ୍ୟାଙ୍କ ଆକାଉଣ୍ଟ, ସେୟାର ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ଫସି ରହିଥିବା ୧.୮୪ ଲକ୍ଷ କୋଟି ଟଙ୍କା ବିଷୟରେ ସୂଚନା ସାମ୍ନାକୁ ଆସିଛି। ବ୍ୟାଙ୍କ ମ୍ୟୁଚୁଆଲ୍ ଫଣ୍ଡରେ ଫସି ରହିଥିବା କୋଟି କୋଟି ଟଙ୍କା ଫେରି ପାଇବାରେ ଲୋକମାନେ ପ୍ରାୟତଃ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ଯେତେବେଳେ କି ପୁରୁଣା ଷ୍ଟକ୍‌ରୁ ଟଙ୍କା ଫେରି ପାଇବା ମଧ୍ୟ କଷ୍ଟକର। ଏବେ ଅର୍ଥମନ୍ତ୍ରୀଙ୍କ ଏହି ଅଭିଯାନ ଲୋକଙ୍କୁ ଆଶ୍ୱସ୍ତି ଦେବ। ଏହି ଅଭିଯାନ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ଦ୍ୱାରା ପରିଚାଳିତ ହେବ, ଯାହା ଲୋକମାନଙ୍କୁ ସେମାନଙ୍କର ଦାବି ନ ଥିବା ପାଣ୍ଠି ପୁନରୁଦ୍ଧାର କରିବାରେ ସାହାଯ୍ୟ କରିବ। ଅକ୍ଟୋବର ୪ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲିବ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣର ଶିକାର ହେଲା ଆଉ ଏକ ଭାରତୀୟ କର୍ମଚାରୀ ଥିବା ଜାହାଜ, ହର୍ମୁଜ ପ୍ରଣାଳୀରେ ବଢୁଛି ଉତ୍ତେଜନା

06 Oct 2025 By Satyajeet Sahoo

ବ୍ୟାଙ୍କରେ ପଡିରହିଛି ୧.୮୪ ଲକ୍ଷ କୋଟିର ଦାବିଦାର ନ ଥିବା ଜମା ରାଶି, ଫେରାଇବାକୁ ଅଭିଯାନ ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ : ଦେଶର ବ୍ୟାଙ୍କଗୁଡିକରେ ସମ୍ପ୍ରତି ଦାବିଦାର ନ ଥିବା ଜମା ରାଶି ପରିମାଣରେ ବୃଦ୍ଧି ଘଟିଛି। ବର୍ତ୍ତମାନ ଏହି ଅର୍ଥ ରାଶି ପରିମାଣ ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି। ବର୍ତ୍ତମାନ ଲୋକମାନେ କିଭଳି ଏହି ଅର୍ଥ ରାଶି ଫେରିପାଇବେ ସେଥିପାଇଁ ସରକାର ଅଭିଯାନ ଆରମ୍ଭ କରିଛନ୍ତି , ଯାହା ଲୋକମାନଙ୍କୁ ଦାବିଦାର ନ ଥିବା ଆର୍ଥିକ ସମ୍ପତ୍ତି ପୁନରୁଦ୍ଧାର କରିବାରେ ସାହାଯ୍ୟ କରିବ। ଏହି ଅଭିଯାନ ଡିସେମ୍ବର ମାସ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି ଚାଲିବ। ଏହାଦ୍ବାରା  ଲୋକମାନଙ୍କୁ ପୁରୁଣା ବ୍ୟାଙ୍କ ଆକାଉଣ୍ଟ, ସେୟାର ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ଫସି ରହିଥିବା ୧.୮୪ ଲକ୍ଷ କୋଟି ଟଙ୍କା ସହଜରେ ଫେରିପାଇବାରେ ସାହାଯ୍ୟ କରିବ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ଆପଣଙ୍କର ପୁଞ୍ଜି, ଆପଣଙ୍କ ଅଧିକାର’ ଶୀର୍ଷକ ଏକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ବ୍ୟକ୍ତିଙ୍କ ଆକାଉଣ୍ଟରେ ଦାବିଦାର ନଥିବା ଟଙ୍କା ଜମା ହୋଇଛି, ତେବେ ଦାବିଦାର ନ ଥିବା ଟଙ୍କାକୁ “ଦାବୀଦର ନ ଥିବା” ଆକାଉଣ୍ଟ ଭାବେ ଘୋଷଣା କରାଯାଇପାରେ। ଭାରତୀୟ ବ୍ୟାଙ୍କଗୁଡ଼ିକ ଚଳିତବର୍ଷ ଜୁନ୍ ୩୦  ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କରେ ମୋଟ ୬୭,୦୦୦ କୋଟି ଟଙ୍କାରୁ ଅଧିକ ଅଣଦାବିଦାର  ଜମା ରାଶି ରହିଛି। ଏହି ତଥ୍ୟ  ଜୁଲାଇ ୨୮ରେ ସଂସଦରେ ଉପସ୍ଥାପିତ ହୋଇଥିଲା।

ବର୍ତ୍ତମାନ, ପୁରୁଣା ବ୍ୟାଙ୍କ ଆକାଉଣ୍ଟ, ସେୟାର ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ଫସି ରହିଥିବା ୧.୮୪ ଲକ୍ଷ କୋଟି ଟଙ୍କା ବିଷୟରେ ସୂଚନା ସାମ୍ନାକୁ ଆସିଛି। ବ୍ୟାଙ୍କ ମ୍ୟୁଚୁଆଲ୍ ଫଣ୍ଡରେ ଫସି ରହିଥିବା କୋଟି କୋଟି ଟଙ୍କା ଫେରି ପାଇବାରେ ଲୋକମାନେ ପ୍ରାୟତଃ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ଯେତେବେଳେ କି ପୁରୁଣା ଷ୍ଟକ୍‌ରୁ ଟଙ୍କା ଫେରି ପାଇବା ମଧ୍ୟ କଷ୍ଟକର। ଏବେ ଅର୍ଥମନ୍ତ୍ରୀଙ୍କ ଏହି ଅଭିଯାନ ଲୋକଙ୍କୁ ଆଶ୍ୱସ୍ତି ଦେବ। ଏହି ଅଭିଯାନ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ଦ୍ୱାରା ପରିଚାଳିତ ହେବ, ଯାହା ଲୋକମାନଙ୍କୁ ସେମାନଙ୍କର ଦାବି ନ ଥିବା ପାଣ୍ଠି ପୁନରୁଦ୍ଧାର କରିବାରେ ସାହାଯ୍ୟ କରିବ। ଅକ୍ଟୋବର ୪ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର