ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ: ଜାତିସଂଘ

The Sakala Picture
Published On

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକା ହିଁ ଏକମାତ୍ର ବିକଳ୍ପ । ଯାହାକୁ ସବୁ ରାଷ୍ଟ୍ର ଗୁରୁତ୍ଵ ଦେଇ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛନ୍ତି । ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଟିକାକରଣକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଟିକା ନେଇ ନଥିବା ଲୋକଙ୍କୁ ବିଭିନ୍ନ ସ୍ଥାନରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଛି । ହେଲେ ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମିଚେଲ ବାସେଲେଟ କହିଛନ୍ତି ଯେ, ବାଧ୍ୟତାମୂଳକ ଟିକାକରଣ କେବେ ହେଲେ […]

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକା ହିଁ ଏକମାତ୍ର ବିକଳ୍ପ । ଯାହାକୁ ସବୁ ରାଷ୍ଟ୍ର ଗୁରୁତ୍ଵ ଦେଇ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛନ୍ତି । ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଟିକାକରଣକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଟିକା ନେଇ ନଥିବା ଲୋକଙ୍କୁ ବିଭିନ୍ନ ସ୍ଥାନରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଛି । ହେଲେ ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମିଚେଲ ବାସେଲେଟ କହିଛନ୍ତି ଯେ, ବାଧ୍ୟତାମୂଳକ ଟିକାକରଣ କେବେ ହେଲେ ଗ୍ରହଣୀୟ ନୁହେଁ । ଯେଉଁ ରାଷ୍ଟ୍ରମାନଙ୍କରେ କରୋନା ବିରୋଧୀ ଲଢ଼େଇରେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି କିମ୍ବା ଏଥିପାଇଁ ଯୋଜନା ରହିଛି ସଂପୃକ୍ତ ରାଷ୍ଟ୍ର ମାନବାଧିକାରକୁ ମଧ୍ୟ ଗୁରୁତ୍ବ ଦେବା ଦରକାର। କୌଣସି ବି ପରିସ୍ଥିତିରେ ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

ଜାତିସଂଘ ମାନବାଧିକାର ପରିଷଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମିଚେଲ ସମସ୍ତଙ୍କୁ ସତର୍କ କରାଇବା ସହ ଟିକାକରଣ ବାଧ୍ୟତାମୂଳକ କରିବା ପୂର୍ବରୁ ମାନବାଧିକାର କ୍ଷେତ୍ରର ବିଭିନ୍ନ ଦିଗକୁ ବିଚାରକୁ ନେବା ଉଚିତ ବୋଲି କହିଛନ୍ତି । ଯଦି ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବ ସେତେବେଳେ ଟିକାକୁ ବାଧ୍ୟତାମୂଳକ କରାଯାଇପାରେ। ମାସ୍କ ପରିଧାନ ଠାରୁ ସମାଜିକ ଦୂରତାରକ୍ଷା ଭଳି କରୋନା କଟକଣା ପାଇଁ ରହିଥିବା ବିଭିନ୍ନ ନିୟମ ପାଳନ ଦ୍ବାରା ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ସଫଳତା ନ ମିଳିଲେ ଟିକା ନିୟମକୁ ଜରୁରୀ କରାଯାଇ ପାରିବ ବୋଲି ମିଚେଲ କହିଛନ୍ତି । ଯଦି ଜଣେ ବ୍ୟକ୍ତି ବାଧ୍ୟତାମୂଳକ ଟିକାକରଣ ନୀତିକୁ ଗ୍ରହଣ ନ କରନ୍ତି ତେବେ ତାଙ୍କ ବିରୋଧରେ ଜୋରିମାନା ଲଗାଯାଇପାରିବ ଯେଉଁଠି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ସେଠାରେ ଲୋକଙ୍କୁ ଏହାର ସମୀକ୍ଷା ପାଇଁ ନ୍ୟାୟପାଳିକା ସୁବିଧା ମଧ୍ୟ ମିଳିବା ଦରକାର ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଓ ଇସ୍ରାଏଲକୁ ଇରାନର ବଡ଼ ଚେତାବନୀ: ବ୍ୟାଙ୍କ, ଗୁଗୁଲ ଏବଂ ମାଇକ୍ରୋସଫ୍ଟ ଭଳି ଆର୍ଥିକ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ

11 Dec 2021 By The Sakala

ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ: ଜାତିସଂଘ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକା ହିଁ ଏକମାତ୍ର ବିକଳ୍ପ । ଯାହାକୁ ସବୁ ରାଷ୍ଟ୍ର ଗୁରୁତ୍ଵ ଦେଇ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛନ୍ତି । ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଟିକାକରଣକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଟିକା ନେଇ ନଥିବା ଲୋକଙ୍କୁ ବିଭିନ୍ନ ସ୍ଥାନରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଛି । ହେଲେ ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମିଚେଲ ବାସେଲେଟ କହିଛନ୍ତି ଯେ, ବାଧ୍ୟତାମୂଳକ ଟିକାକରଣ କେବେ ହେଲେ ଗ୍ରହଣୀୟ ନୁହେଁ । ଯେଉଁ ରାଷ୍ଟ୍ରମାନଙ୍କରେ କରୋନା ବିରୋଧୀ ଲଢ଼େଇରେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି କିମ୍ବା ଏଥିପାଇଁ ଯୋଜନା ରହିଛି ସଂପୃକ୍ତ ରାଷ୍ଟ୍ର ମାନବାଧିକାରକୁ ମଧ୍ୟ ଗୁରୁତ୍ବ ଦେବା ଦରକାର। କୌଣସି ବି ପରିସ୍ଥିତିରେ ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ଜାତିସଂଘ ମାନବାଧିକାର ପରିଷଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମିଚେଲ ସମସ୍ତଙ୍କୁ ସତର୍କ କରାଇବା ସହ ଟିକାକରଣ ବାଧ୍ୟତାମୂଳକ କରିବା ପୂର୍ବରୁ ମାନବାଧିକାର କ୍ଷେତ୍ରର ବିଭିନ୍ନ ଦିଗକୁ ବିଚାରକୁ ନେବା ଉଚିତ ବୋଲି କହିଛନ୍ତି । ଯଦି ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବ ସେତେବେଳେ ଟିକାକୁ ବାଧ୍ୟତାମୂଳକ କରାଯାଇପାରେ। ମାସ୍କ ପରିଧାନ ଠାରୁ ସମାଜିକ ଦୂରତାରକ୍ଷା ଭଳି କରୋନା କଟକଣା ପାଇଁ ରହିଥିବା ବିଭିନ୍ନ ନିୟମ ପାଳନ ଦ୍ବାରା ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ସଫଳତା ନ ମିଳିଲେ ଟିକା ନିୟମକୁ ଜରୁରୀ କରାଯାଇ ପାରିବ ବୋଲି ମିଚେଲ କହିଛନ୍ତି । ଯଦି ଜଣେ ବ୍ୟକ୍ତି ବାଧ୍ୟତାମୂଳକ ଟିକାକରଣ ନୀତିକୁ ଗ୍ରହଣ ନ କରନ୍ତି ତେବେ ତାଙ୍କ ବିରୋଧରେ ଜୋରିମାନା ଲଗାଯାଇପାରିବ ଯେଉଁଠି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ସେଠାରେ ଲୋକଙ୍କୁ ଏହାର ସମୀକ୍ଷା ପାଇଁ ନ୍ୟାୟପାଳିକା ସୁବିଧା ମଧ୍ୟ ମିଳିବା ଦରକାର ବୋଲି ସେ କହିଛନ୍ତି।

https://www.thesakala.in/national-international/forced-for-vaccination-is-not-acceptable/article-7519
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର