ଆସନ୍ତାକାଲି ଭାରତ ବନ୍ଦ, ସକାଳ ୬ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ ଭାରତ

The Sakala Picture
Published On

ନୂଆଦିଲ୍ଲୀ : ବିବାଦୀୟ କୃଷି ଆଇନ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ । ସଂଯୁକ୍ତ କିଷାନ ମୋର୍ଟ୍ଟା ପକ୍ଷରୁ ଦିଆଯାଇଥିବା ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ୪୦ଟି କୃଷକ ସଙ୍ଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ଲୋକଙ୍କୁ ଅପିଲ କରାଯାଇଛି । ଏହାସହ ବନ୍ଦ ଡାକରାରେ ରାଜନୈତିକ ଦଳ ଓ ସମସ୍ତ ରାଜ୍ୟ ସରକାରଙ୍କୁ ସାମିଲ ହେବା ପାଇଁ ମଧ୍ୟ ଅପିଲ […]

ନୂଆଦିଲ୍ଲୀ : ବିବାଦୀୟ କୃଷି ଆଇନ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ । ସଂଯୁକ୍ତ କିଷାନ ମୋର୍ଟ୍ଟା ପକ୍ଷରୁ ଦିଆଯାଇଥିବା ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ୪୦ଟି କୃଷକ ସଙ୍ଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ଲୋକଙ୍କୁ ଅପିଲ କରାଯାଇଛି । ଏହାସହ ବନ୍ଦ ଡାକରାରେ ରାଜନୈତିକ ଦଳ ଓ ସମସ୍ତ ରାଜ୍ୟ ସରକାରଙ୍କୁ ସାମିଲ ହେବା ପାଇଁ ମଧ୍ୟ ଅପିଲ କରାଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ ଅନେକ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି ।ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଭାରତ ବନ୍ଦ ପାଳନ ହେବ ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧବିରାମ ପରେ ଦୁବାଇ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ବଡ଼ ଉନ୍ନତି, ନିବେଶକଙ୍କ ବଢିଲା ଆଗ୍ରହ

ନୂଆ କୃଷି ନୀତିକୁ ନେଇ ୧୦ ମାସ ଧରି ଚାଲିଥିବା ଆନ୍ଦୋଳନକୁ ୧୦ ମାସ ପୂରଣ ହେଉଥିବାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ବନ୍ଦ ଡାକରା ଆହ୍ୱାନ ଦେଇଛି। ଆସନ୍ତାକାଲି ଦିଲ୍ଲୀ ବର୍ଡରରେ ଚାଷୀମାନେ ଧାରଣା ଦେବେ । ଗାଜିପୁର ବର୍ଡର ପାଖରେ ବସିଥିବା ଚାଷୀମାନେ ଆସନ୍ତାକାଲି ରାସ୍ତାରୋକ କରିବା ସହିତ ଟ୍ରାଫିକ୍ ଜାମ କରିବେ । ସେହିଭଳି ସାରା ଦେଶରେ ମଧ୍ୟ ଏହି ଭାରତ ବନ୍ଦ କରାଯିବ ବୋଲି ଚାଷୀ ସଙ୍ଗଠନମାନେ କହିଛନ୍ତି।ବନ୍ଦ ସମୟରେ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ସେବା ବନ୍ଦ ହେବ ନାହିଁ। ଆନ୍ଦୋଳନକାରୀ ଚାଷୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ ଆମ୍ବୁଲାନ୍ସର ସାଇରନର ଶବ୍ଦ ଶୁଣିବା ମାତ୍ରେ ଆମ୍ବୁଲାନ୍ସକୁ ତୁରନ୍ତ ରାସ୍ତା ଦିଆଯିବ। ମାଲବାହି ମୋଟର ଯାନକୁ ଦିଲ୍ଲୀର ଭିତରେ କିମ୍ବା ବାହାରେ ଅନୁମତି ଦିଆଯିବ ନାହିଁ। ଅନେକ ବେସରକାରୀ ପରିବହନ ସଙ୍ଗଠନ ମିଳିତ କିସାନ ମୋର୍ଚ୍ଚା ସମର୍ଥନରେ ଏକାଠି ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶର ଧାରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ଡକାୟତିର ରୂପ ଦେବାକୁ କରିଥିଲା ଉଦ୍ୟମ

ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାଙ୍କ କହିବା ମୁତାବକ, ଏହି ଭାରତ ବନ୍ଦ ସମୟରେ ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଆଦି ବନ୍ଦ ରହିବ । ସେହିପରି ସାରା ଦେଶରେ ଚକାଜାମ ହେବ ବୋଲି ଚାଷୀ ସଙ୍ଗଠନମାନଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ସମୟରେ ଜରୁରୀ ସେବା ଜାରି ରହିବ। ଅନ୍ୟପଟେ କଂଗ୍ରେସ ଏହି ଭାରତ ବନ୍ଦକୁ ସମର୍ଥନ ଦେବାକୁ ଘୋଷଣା କରିଛି । ସେହିପରି ଆପ ନେତା ରାଘବ ଚଡ୍ଡା ମଧ୍ୟ ଟୁଇଟ୍ କରି ତାଙ୍କ ଦଳ ଭାରତ ବନ୍ଦକୁ ସମର୍ଥନ କରୁଥିବା କହିଛନ୍ତି । ଏହି ଦୁଇ ଦଳ ସହିତ ବାମ ଦଳ ଓ ତେଲୁଗୁ ଦେଶମ ପାର୍ଟି ମଧ୍ୟ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ନିଜର ସମର୍ଥନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଜାତିଗତ ଜନଗଣନା ରୋକିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ପିଟିସନରଙ୍କ ଭାଷାକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି

26 Sep 2021 By The Sakala

ଆସନ୍ତାକାଲି ଭାରତ ବନ୍ଦ, ସକାଳ ୬ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ ଭାରତ

ନୂଆଦିଲ୍ଲୀ : ବିବାଦୀୟ କୃଷି ଆଇନ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ । ସଂଯୁକ୍ତ କିଷାନ ମୋର୍ଟ୍ଟା ପକ୍ଷରୁ ଦିଆଯାଇଥିବା ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ୪୦ଟି କୃଷକ ସଙ୍ଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ଲୋକଙ୍କୁ ଅପିଲ କରାଯାଇଛି । ଏହାସହ ବନ୍ଦ ଡାକରାରେ ରାଜନୈତିକ ଦଳ ଓ ସମସ୍ତ ରାଜ୍ୟ ସରକାରଙ୍କୁ ସାମିଲ ହେବା ପାଇଁ ମଧ୍ୟ ଅପିଲ କରାଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ ଅନେକ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି ।ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଭାରତ ବନ୍ଦ ପାଳନ ହେବ ।

ନୂଆ କୃଷି ନୀତିକୁ ନେଇ ୧୦ ମାସ ଧରି ଚାଲିଥିବା ଆନ୍ଦୋଳନକୁ ୧୦ ମାସ ପୂରଣ ହେଉଥିବାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ବନ୍ଦ ଡାକରା ଆହ୍ୱାନ ଦେଇଛି। ଆସନ୍ତାକାଲି ଦିଲ୍ଲୀ ବର୍ଡରରେ ଚାଷୀମାନେ ଧାରଣା ଦେବେ । ଗାଜିପୁର ବର୍ଡର ପାଖରେ ବସିଥିବା ଚାଷୀମାନେ ଆସନ୍ତାକାଲି ରାସ୍ତାରୋକ କରିବା ସହିତ ଟ୍ରାଫିକ୍ ଜାମ କରିବେ । ସେହିଭଳି ସାରା ଦେଶରେ ମଧ୍ୟ ଏହି ଭାରତ ବନ୍ଦ କରାଯିବ ବୋଲି ଚାଷୀ ସଙ୍ଗଠନମାନେ କହିଛନ୍ତି।ବନ୍ଦ ସମୟରେ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ସେବା ବନ୍ଦ ହେବ ନାହିଁ। ଆନ୍ଦୋଳନକାରୀ ଚାଷୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ ଆମ୍ବୁଲାନ୍ସର ସାଇରନର ଶବ୍ଦ ଶୁଣିବା ମାତ୍ରେ ଆମ୍ବୁଲାନ୍ସକୁ ତୁରନ୍ତ ରାସ୍ତା ଦିଆଯିବ। ମାଲବାହି ମୋଟର ଯାନକୁ ଦିଲ୍ଲୀର ଭିତରେ କିମ୍ବା ବାହାରେ ଅନୁମତି ଦିଆଯିବ ନାହିଁ। ଅନେକ ବେସରକାରୀ ପରିବହନ ସଙ୍ଗଠନ ମିଳିତ କିସାନ ମୋର୍ଚ୍ଚା ସମର୍ଥନରେ ଏକାଠି ହୋଇଛନ୍ତି।

ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାଙ୍କ କହିବା ମୁତାବକ, ଏହି ଭାରତ ବନ୍ଦ ସମୟରେ ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଆଦି ବନ୍ଦ ରହିବ । ସେହିପରି ସାରା ଦେଶରେ ଚକାଜାମ ହେବ ବୋଲି ଚାଷୀ ସଙ୍ଗଠନମାନଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ସମୟରେ ଜରୁରୀ ସେବା ଜାରି ରହିବ। ଅନ୍ୟପଟେ କଂଗ୍ରେସ ଏହି ଭାରତ ବନ୍ଦକୁ ସମର୍ଥନ ଦେବାକୁ ଘୋଷଣା କରିଛି । ସେହିପରି ଆପ ନେତା ରାଘବ ଚଡ୍ଡା ମଧ୍ୟ ଟୁଇଟ୍ କରି ତାଙ୍କ ଦଳ ଭାରତ ବନ୍ଦକୁ ସମର୍ଥନ କରୁଥିବା କହିଛନ୍ତି । ଏହି ଦୁଇ ଦଳ ସହିତ ବାମ ଦଳ ଓ ତେଲୁଗୁ ଦେଶମ ପାର୍ଟି ମଧ୍ୟ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ନିଜର ସମର୍ଥନ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର