ମହାମାରୀ କରୋନା ଏସିଆର ୮୦ ନିୟୁତ ଲୋକଙ୍କୁ ଉତ୍କଟ ଦାରିଦ୍ର୍ୟକୁ ଠେଲି ଦେଇଛି: ଏଡିବି

The Sakala Picture
Published On

ମାନିଲା : କରୋନା ମହାମାରୀ ଗତବର୍ଷ ବିକାଶଶୀଳ ଏସିଆର ୮୦ ନିୟୁତ ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟ ଆଡକୁ ଠେଲି ଦେଇଛି। ଏଥିଯୋଗୁ ୨୦୩୦ ସୁଦ୍ଧା ଦାରିଦ୍ର ତଥା କ୍ଷୁଧାକୁ ଦୂର କରିବା ନେଇ ବିଶ୍ବ ରଖିଥିବା ଲକ୍ଷ୍ୟ ବିଚ୍ୟୁତ ହେବା ନେଇ ଆଶଙ୍କା ଦେଖାଦେଇଥିବା ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ମଙ୍ଗଳବାର କୁହାଯାଇଛି। କେବଳ ଏତିକି ନୁହେଁ ମହାମାରୀ କ୍ଷେତ୍ରର ଶତତ ବିକାଶ ଲକ୍ଷ୍ୟ (ଏଡିଜି)ରେ ପ୍ରମୁଖ ବିକାଶ ଲକ୍ଷ୍ୟ ପୂରଣରେ […]

ମାନିଲା : କରୋନା ମହାମାରୀ ଗତବର୍ଷ ବିକାଶଶୀଳ ଏସିଆର ୮୦ ନିୟୁତ ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟ ଆଡକୁ ଠେଲି ଦେଇଛି। ଏଥିଯୋଗୁ ୨୦୩୦ ସୁଦ୍ଧା ଦାରିଦ୍ର ତଥା କ୍ଷୁଧାକୁ ଦୂର କରିବା ନେଇ ବିଶ୍ବ ରଖିଥିବା ଲକ୍ଷ୍ୟ ବିଚ୍ୟୁତ ହେବା ନେଇ ଆଶଙ୍କା ଦେଖାଦେଇଥିବା ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ମଙ୍ଗଳବାର କୁହାଯାଇଛି। କେବଳ ଏତିକି ନୁହେଁ ମହାମାରୀ କ୍ଷେତ୍ରର ଶତତ ବିକାଶ ଲକ୍ଷ୍ୟ (ଏଡିଜି)ରେ ପ୍ରମୁଖ ବିକାଶ ଲକ୍ଷ୍ୟ ପୂରଣରେ ସବୁଠାରୁ ବଡ ବିପଦ ବୋଲି ସତର୍କ କରାଇ ଦେଇଛି।

ଆହୁରି ପଢ଼ନ୍ତୁ: ହୃଦୟ ବିଦାରକ: ଏଟାରେ ଦ୍ରୁତଗାମୀ ଟ୍ରକ୍ ଚକା ତଳେ ଚାପି ହୋଇ ମାଆ ଓ ପୁଅଙ୍କର ଶୋଚନୀୟ ମୃତ୍ୟୁ

ଏହି ରିପୋର୍ଟ ଅନୁଯାୟୀ, ୨୦୧୭ ମସିହା ବେଳକୁ ପ୍ରଶାନ୍ତ-ଏସିଆ କ୍ଷେତ୍ରର ୨୦୩ ନିୟୁତ ଲୋକେ ଅର୍ଥାତ ବିକାଶଶୀଳ ଏସିଆର ୫.୨ ପ୍ରତିଶତ ଜନସଂଖ୍ୟା ଅତ୍ୟାଧିକ ଦାରିଦ୍ର୍ୟତା ମଧ୍ୟରେ କାଳାତିପାତ କରୁଥିଲେ। ତେବେ ୨୦୨୦ ମସିହା ବେଳକୁ ଏହି ହାର ୨.୬%କୁ ହ୍ରାସ ହୋଇଥିଲା।  ହେଲେ ୨୦୨୦ରେ କୋରନା ମହାମାରୀ ଓ ତତ୍‌ଜନିତ କଟକଣା ଯୋଗୁ ଦାରିଦ୍ର୍ୟତା ବଢିଥିବା ଏଡିବିଙ୍କ ମୁଖ୍ୟ ଅର୍ଥନୀତିଜ୍ଞ ୟାସୁୟୁକି ସବାଦା କହିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କାର୍ଯ୍ୟରେ ବ୍ୟାଘାତ ଭଳି ଅସମାନତାକୁ ଦୃଷ୍ଟିରେ ରଖି ଏହି ସଂଖ୍ୟା ଅଧିକ ହୋଇପାରେ ଯାହା କୋଭିଡ୍‌-୧୯ ସଙ୍କଟ ଗତିଶୀଳତାକୁ ବ୍ୟାହତ କରି ଆର୍ଥିକ କାର୍ଯ୍ୟକଳାପକୁ ଅଟକାଇ ଦେଇଛି ବୋଲି ଏଡିବିର ଏହି ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓମାନ ଉପକୂଳରେ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ; ଅଳ୍ପକେ ବର୍ତ୍ତିଲେ ୧୫ ଭାରତୀୟ

ଭୂତାଣୁ ପ୍ରତି ପ୍ରତିକ୍ରିୟାର ସାମାଜିକ-ଅର୍ଥନୈତିକ ପ୍ରଭାବ ବିସ୍ତାର ହେବାରେ ଲାଗିଛି, ଲୋକମାନେ ରୋଜଗାର ପାଇଁ ସଂଘର୍ଷ କରୁଛନ୍ତି। ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ୪୬ଟି ବିକାଶଶୀଳ ଏବଂ ତିନୋଟି ବିକଶିତ ରାଷ୍ଟ୍ର ରହିଥିବା ଏଡିବି ସଦସ୍ୟ କହିଛନ୍ତି। ଗତ ବର୍ଷ ଚାରିଟି ରାଷ୍ଟ୍ର ମଧ୍ୟରୁ କେବଳ ଗୋଟିଏ ରାଷ୍ଟ୍ର ଆର୍ଥିକ ଅଭିବୃଦ୍ଧି ହାସଲ କରିଥିଲା। ‘ଇଣ୍ଡିକେଟର ଫର ଦି ଏସିଆ ଏଣ୍ଡ ଦି ପେସିଫିକ-୨୦୨୧’ ଶୀର୍ଷକ ଏହି ରିପୋର୍ଟରେ ଗତବର୍ଷ ବିଶ୍ୱରେ ଦେଖା ଦେଇଥିବା ମହାମାରୀ ଦାରିଦ୍ର୍ୟ ସୀମାରେଖା ତଳେ ଅଥବା ପାଖାପାଖି ରହୁଥିବା ଲକ୍ଷାଧିକ ଲୋକ ଆର୍ଥିକ ଅସମାନତାର ଶିକାର ହୋଇଛନ୍ତି। ଯାହାର ପ୍ରଭାବ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ବୈଶାଳୀରେ ହାଇଭୋଲଟେଜ୍ ଡ୍ରାମା: ପ୍ରେମିକାକୁ ନେଇ ଫେରାର ହେଉଥିବା ବେଳେ ପ୍ରେମିକକୁ ନିସ୍ତୁକ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp