ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ମାରିଲା ବାତ: ଚାଳକ ସାଜି ୨୪ ଜୀବନ ବଞ୍ଚାଇଲେ ମହିଳା ଯାତ୍ରୀ

The Sakala Picture
Published On

ପୁଣେ: ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ଏକ ସରକାରୀ ବସ୍‌ର ଡ୍ରାଇଭରକୁ ଅଚନାକ ବାତ ମାରିଛି। ଏଥିଯୋଗୁଁ ସେ ଡ୍ରାଇଭର ଆସନରୁ ପଡିଯାଇଥିଲେ। ବସ୍‌ ନିୟନ୍ତ୍ରଣ ହରାଇ ଖାଇରେ ପଡିବା ପୂର୍ବରୁ ଯାତ୍ରା କରୁଥିବା ଜଣେ ମହିଳା ସାହାସ ଦେଖାଇ ୨୪ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି। ସେ ତୁରନ୍ତୁ ଷ୍ଟିଅରିଂ ସମ୍ଭାଳି ଚଳନ୍ତା ଗାଡିକୁ ଦୁର୍ଘଟଣାରୁ ରକ୍ଷା କରିଛନ୍ତି। ମହିଳାଙ୍କ ଏହି ସାହସିକ କାର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ […]

ପୁଣେ: ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ଏକ ସରକାରୀ ବସ୍‌ର ଡ୍ରାଇଭରକୁ ଅଚନାକ ବାତ ମାରିଛି। ଏଥିଯୋଗୁଁ ସେ ଡ୍ରାଇଭର ଆସନରୁ ପଡିଯାଇଥିଲେ। ବସ୍‌ ନିୟନ୍ତ୍ରଣ ହରାଇ ଖାଇରେ ପଡିବା ପୂର୍ବରୁ ଯାତ୍ରା କରୁଥିବା ଜଣେ ମହିଳା ସାହାସ ଦେଖାଇ ୨୪ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି। ସେ ତୁରନ୍ତୁ ଷ୍ଟିଅରିଂ ସମ୍ଭାଳି ଚଳନ୍ତା ଗାଡିକୁ ଦୁର୍ଘଟଣାରୁ ରକ୍ଷା କରିଛନ୍ତି। ମହିଳାଙ୍କ ଏହି ସାହସିକ କାର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ଏହି ଭିଡିଓରେ ସେ ବସ୍‌ ଚଲାଉଥିବା ଦେଖିବାକୁ ମିଳିଛି। ପୁଣେର ବାସିନ୍ଦା ଯୋଗୀତା ଧର୍ମେନ୍ଦ୍ର ଯାଦବ ଏହି ଦୁଃସାହସ ଦେଖାଇଛନ୍ତି। ୪୨ ବର୍ଷୀୟ ଯୋଗୀତା ବସ୍‌କୁ ୧୦ କିମି ପର୍ଯ୍ୟନ୍ତ ଚଳାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ। ଏହା ସହିତ ଡ୍ରାଇଭରଙ୍କୁ ମଧ୍ୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯୋଗୀତା କହିଛନ୍ତି ଯେ ସେ କାର୍‌ ଚଲାଇବା ଜାଣିଥିଲେ। ପୂର୍ବରୁ କେବେ ବସ୍‌ ଚଲାଇ ନଥିଲେ। ଡ୍ରାଇଭର ଏବଂ ଅନ୍ୟ ଯାତ୍ରୀଙ୍କ ଜୀବନ ବିପଦରେ ଥିବା ଦେଖି ସେ ବସ୍‌ ଚଲାଇବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଡ୍ରାଇଭରଙ୍କୁ ପାଖେଇ ନିଜେ ଷ୍ଟିୟରିଂ ସମ୍ଭାଳି ଥିଲେ। ସର୍ବପ୍ରଥମେ ସେ ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ମହିଳା ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିଲେ। ସୂଚନା ଅନୁଯାୟୀ ପୁଣେ ବାଘୋଲିର ୨୩ ମହିଳାଙ୍କ ଏକ ଗୋଷ୍ଠୀ ଗତ ୭ ତାରିଖରେ ଶିରୁରୁ ବ୍ଲକରୁ ମୋରାଚି ଚିଞ୍ଚୋଲ ବୁଲିବାକୁ ଯାଇଥିଲେ। ଏହି ସମୟରେ ଅଚାନକ ଡ୍ରାଇଭରଙ୍କୁ ବାତ ମାରିଥିଲା ଏବଂ ସେ ପଡିଯାଇଥିଲେ। ଏହା ଦେଖି ବସ୍‌ରେ ଥିବା ମହିଳା ଏବଂ ଶିଶୁ ଭୟରେ କାନ୍ଦିବା ଆରମ୍ଭ କରିଥିଲେ। ଏହି ସମୟରେ ଯୋଗିତା ବସ୍‌ ଷ୍ଟିଅରିଂ ସମ୍ଭାଳିଥିଲେ ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିଲେ। ଏହି ମହତ କାମ ପାଇଁ ଯୋଗିତାଙ୍କୁ ସମ୍ମାନିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ଜୀବନ ହାରିଲେ ନବବଧୂ, ଶାଶୁ ଓ ଶ୍ୱଶୁର ଗିରଫ, ସ୍ୱାମୀ ଫେରାର୍

ଆହୁରି ପଢ଼ନ୍ତୁ: ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

16 Jan 2022 By The Sakala

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ମାରିଲା ବାତ: ଚାଳକ ସାଜି ୨୪ ଜୀବନ ବଞ୍ଚାଇଲେ ମହିଳା ଯାତ୍ରୀ

ପୁଣେ: ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ଏକ ସରକାରୀ ବସ୍‌ର ଡ୍ରାଇଭରକୁ ଅଚନାକ ବାତ ମାରିଛି। ଏଥିଯୋଗୁଁ ସେ ଡ୍ରାଇଭର ଆସନରୁ ପଡିଯାଇଥିଲେ। ବସ୍‌ ନିୟନ୍ତ୍ରଣ ହରାଇ ଖାଇରେ ପଡିବା ପୂର୍ବରୁ ଯାତ୍ରା କରୁଥିବା ଜଣେ ମହିଳା ସାହାସ ଦେଖାଇ ୨୪ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି। ସେ ତୁରନ୍ତୁ ଷ୍ଟିଅରିଂ ସମ୍ଭାଳି ଚଳନ୍ତା ଗାଡିକୁ ଦୁର୍ଘଟଣାରୁ ରକ୍ଷା କରିଛନ୍ତି। ମହିଳାଙ୍କ ଏହି ସାହସିକ କାର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ସେ ବସ୍‌ ଚଲାଉଥିବା ଦେଖିବାକୁ ମିଳିଛି। ପୁଣେର ବାସିନ୍ଦା ଯୋଗୀତା ଧର୍ମେନ୍ଦ୍ର ଯାଦବ ଏହି ଦୁଃସାହସ ଦେଖାଇଛନ୍ତି। ୪୨ ବର୍ଷୀୟ ଯୋଗୀତା ବସ୍‌କୁ ୧୦ କିମି ପର୍ଯ୍ୟନ୍ତ ଚଳାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ। ଏହା ସହିତ ଡ୍ରାଇଭରଙ୍କୁ ମଧ୍ୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯୋଗୀତା କହିଛନ୍ତି ଯେ ସେ କାର୍‌ ଚଲାଇବା ଜାଣିଥିଲେ। ପୂର୍ବରୁ କେବେ ବସ୍‌ ଚଲାଇ ନଥିଲେ। ଡ୍ରାଇଭର ଏବଂ ଅନ୍ୟ ଯାତ୍ରୀଙ୍କ ଜୀବନ ବିପଦରେ ଥିବା ଦେଖି ସେ ବସ୍‌ ଚଲାଇବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଡ୍ରାଇଭରଙ୍କୁ ପାଖେଇ ନିଜେ ଷ୍ଟିୟରିଂ ସମ୍ଭାଳି ଥିଲେ। ସର୍ବପ୍ରଥମେ ସେ ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ମହିଳା ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିଲେ। ସୂଚନା ଅନୁଯାୟୀ ପୁଣେ ବାଘୋଲିର ୨୩ ମହିଳାଙ୍କ ଏକ ଗୋଷ୍ଠୀ ଗତ ୭ ତାରିଖରେ ଶିରୁରୁ ବ୍ଲକରୁ ମୋରାଚି ଚିଞ୍ଚୋଲ ବୁଲିବାକୁ ଯାଇଥିଲେ। ଏହି ସମୟରେ ଅଚାନକ ଡ୍ରାଇଭରଙ୍କୁ ବାତ ମାରିଥିଲା ଏବଂ ସେ ପଡିଯାଇଥିଲେ। ଏହା ଦେଖି ବସ୍‌ରେ ଥିବା ମହିଳା ଏବଂ ଶିଶୁ ଭୟରେ କାନ୍ଦିବା ଆରମ୍ଭ କରିଥିଲେ। ଏହି ସମୟରେ ଯୋଗିତା ବସ୍‌ ଷ୍ଟିଅରିଂ ସମ୍ଭାଳିଥିଲେ ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିଲେ। ଏହି ମହତ କାମ ପାଇଁ ଯୋଗିତାଙ୍କୁ ସମ୍ମାନିତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର