୫୦ ବର୍ଷ ସେବାଦେଇ ବି ପାଇଲେନି ଭେଣ୍ଟିଲେଟର, ଆଖି ବୁଜିଲେ ଡାକ୍ତର

The Sakala Picture
Published On

ପ୍ରୟାଗରାଜ: ଜଣେ ଡାକ୍ତର ଭାବେ ଯେଉଁ ହସ୍ପିଟାଲରେ ଜଣେ ୫୦ ବର୍ଷ ଧରି ସେବା ଯୋଗାଇଆସିଥିଲେ ସେଠାରେ ତାଙ୍କର ଚିକିତ୍ସା ପାଇଁ ଭେଣ୍ଟିଲେଟର ମିଳିଲାନି ଆଉ ଶେଷରେ ଡାକ୍ତର ଜଣକ ଆଖିବୁଜିବା ଘଟଣା ଭଳି ଏକ ସ୍ପର୍ଶକାତର ଖବର ନଜରକୁ ଆସିଛି। ଜଣେ ଖ୍ୟାତନାମା ସର୍ଜନ ଭାବେ ଡାକ୍ତର ଜେକେ ମିଶ୍ର (୮୫) ବିଗତ ୫୦ ବର୍ଷ ଧରି ପ୍ରୟାଗରାଜ ସ୍ଥିତ ସ୍ୱରୁପରାନୀ ହସ୍ପିଟାଲରେ ସେବା ଯୋଗାଇ ଦେଇଆସୁଥିଲେ। କିନ୍ତୁ ନିକଟରେ କରୋନା ସଂକ୍ରମିତ ହେବା ପରେ […]

ପ୍ରୟାଗରାଜ: ଜଣେ ଡାକ୍ତର ଭାବେ ଯେଉଁ ହସ୍ପିଟାଲରେ ଜଣେ ୫୦ ବର୍ଷ ଧରି ସେବା ଯୋଗାଇଆସିଥିଲେ ସେଠାରେ ତାଙ୍କର ଚିକିତ୍ସା ପାଇଁ ଭେଣ୍ଟିଲେଟର ମିଳିଲାନି ଆଉ ଶେଷରେ ଡାକ୍ତର ଜଣକ ଆଖିବୁଜିବା ଘଟଣା ଭଳି ଏକ ସ୍ପର୍ଶକାତର ଖବର ନଜରକୁ ଆସିଛି। ଜଣେ ଖ୍ୟାତନାମା ସର୍ଜନ ଭାବେ ଡାକ୍ତର ଜେକେ ମିଶ୍ର (୮୫) ବିଗତ ୫୦ ବର୍ଷ ଧରି ପ୍ରୟାଗରାଜ ସ୍ଥିତ ସ୍ୱରୁପରାନୀ ହସ୍ପିଟାଲରେ ସେବା ଯୋଗାଇ ଦେଇଆସୁଥିଲେ। କିନ୍ତୁ ନିକଟରେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଭେଣ୍ଟିଲେଟର ସପୋର୍ଟ ନମିଳିବାରୁ ଶେଷରେ ଡାକ୍ତର ମିଶ୍ର ନିଜ ପତ୍ନୀଙ୍କ ସାମ୍ନାରେ ଆଖି ବୁଜିଛନ୍ତି। ଡାକ୍ତର ମିଶ୍ରଙ୍କ ପତ୍ନୀ ରମା ମିଶ୍ର (୮୦) ମଧ୍ୟ ଏହି ହସ୍ପିଟାଲରେ ଜଣେ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ଗତ ୧୬ ତାରିଖରେ ଡାକ୍ତର ମିଶ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭତ୍ତି କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାଙ୍କର ଅବସ୍ଥାରେ ଅବନତି ଘଟିବାରୁ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିଥÒଲା। କିନ୍ତୁ ଏଠାରେ ରୋଗୀଙ୍କ ସଂଖ୍ୟା ଏତେ ବଢିଯାଇଛି ଯେ ନିଜ ସ୍ବାମୀଙ୍କ ପାଇଁ ରମା ଭେଣ୍ଟିଲେଟର ଯୋଗାଡ଼ କରିପାରିନଥିଲେ। ନିଜେ ଡାକ୍ତର ହୋଇ ବି ନିଜ ସ୍ବାମୀଙ୍କୁ ସହଯୋଗ କରିପାରିଲିନେ ବୋଲି ରମା କହିଥÒଲା ବେଳେ ଏବେ ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର