କାନ୍ଦିବାରୁ ୨ ଶିଶୁକନ୍ୟାଙ୍କୁ ମାରିଦେଲା ପିଶାଚୀ ମା’

The Sakala Picture
Published On

ହରିଦ୍ବାର: ଛଅ ମାସର ଦୁଇ ଯମଜ ଶିଶୁକନ୍ୟା ସବୁବେଳେ କାନ୍ଦୁ ଥିଲେ। ଜନ୍ମକଲା ମା’ ପାଇଁ ଅସହ୍ୟ ହୋଇଯାଇଥିଲା। ରାତିରେ ମାଆ ଶୋଇ ପାରୁ ନ ଥିଲା। ଏ ନେଇ ସ୍ବାମୀଙ୍କୁ ଅନେକ ଥର ଅଭିଯୋଗ କରିଥିଲା। କିନ୍ତୁ ସେ ଶୁଣି ନ ଥିଲେ। ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ହୋଇଥିଲା। ଶେଷରେ ଚିନ୍ତିତ ହୋଇ ମା’ ପିଶାଚୀ ସାଜିଥିଲା। ପ୍ରଥମେ ଗନ୍ଥାରେ ମାଡ଼ି ଦୁଇ ଶିଶୁକନ୍ୟାଙ୍କୁ ହତ୍ୟା ଉଦ୍ୟମ କରିଥିଲା। କିନ୍ତୁ ଉଭୟେ ଜୋର୍‌ରେ […]

ହରିଦ୍ବାର: ଛଅ ମାସର ଦୁଇ ଯମଜ ଶିଶୁକନ୍ୟା ସବୁବେଳେ କାନ୍ଦୁ ଥିଲେ। ଜନ୍ମକଲା ମା’ ପାଇଁ ଅସହ୍ୟ ହୋଇଯାଇଥିଲା। ରାତିରେ ମାଆ ଶୋଇ ପାରୁ ନ ଥିଲା। ଏ ନେଇ ସ୍ବାମୀଙ୍କୁ ଅନେକ ଥର ଅଭିଯୋଗ କରିଥିଲା। କିନ୍ତୁ ସେ ଶୁଣି ନ ଥିଲେ। ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ହୋଇଥିଲା। ଶେଷରେ ଚିନ୍ତିତ ହୋଇ ମା’ ପିଶାଚୀ ସାଜିଥିଲା। ପ୍ରଥମେ ଗନ୍ଥାରେ ମାଡ଼ି ଦୁଇ ଶିଶୁକନ୍ୟାଙ୍କୁ ହତ୍ୟା ଉଦ୍ୟମ କରିଥିଲା। କିନ୍ତୁ ଉଭୟେ ଜୋର୍‌ରେ କାନ୍ଦିବାରୁ ଓଢ଼ଣୀରେ ତଣ୍ଟି ଚିପି ମାରି ଥିଲା। ଉତ୍ତରାଖଣ୍ଡ ହରିଦ୍ବାର ଜିଲ୍ଲା ଧିରୱାଲର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି। ପିଶାଚୀ ମାଆ ଶୁଭାଙ୍ଗୀ (୨୦) ଗତ ୬ ତାରିଖରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ଥିଲା। ପତି ହତ୍ୟା ଆଶଙ୍କା କରି ଥାନାରେ ଏତଲା ଦେଇଥିଲା। ପ୍ରଥମେ ଶୁଭାଙ୍ଗୀ ପୁଲିସକୁ ଭୁଆଁ ବୁଲାଇବାରେ ଲାଗିଥିଲା। ମାତ୍ର ତିନି ଦିନ ପରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନିଜେ ହତ୍ୟା କରିଥିବା ସ୍ବୀକାର କରିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ବଢ଼ୁଛି H1N1 ସଂକ୍ରମଣ: ଆତଙ୍କିତ ନହୋଇ ସତର୍କ ରହିବାକୁ ସରକାରଙ୍କ ପରାମର୍ଶ

ଶୁଭାଙ୍ଗୀଙ୍କ ସ୍ବାମୀ ସକଲାନୀ (୨୨) ସିଡକୁଲର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ପତ୍ନୀ ଶୁଭାଙ୍ଗୀ ମଧ୍ୟ ଏଠଆରେ ଚାକିରି କରୁଥିଲେ। ଉଭୟ ପରସ୍ପରକୁ ଭେଟିବା ପରେ ଦେଢ଼ ବର୍ଷ ତଳେ ବିବାହ କରିଥିଲେ। ଉତ୍ତର ପ୍ରଦେଶ ପିଲଭିତ ଜିଲ୍ଲାର ଶୁଭାଙ୍ଗୀଙ୍କ ପରିବାର ସଦସ୍ୟ ଏହି ବାହାଘରରେ ସାମିଲ ହୋଇ ନ ଥିଲେ। ପରେ ଉଭୟେ ଧିରୱାଲିରେ ଘରଭଡ଼ା ନେଇ ରହୁଥିଲେ। ୬ ମାସ ତଳେ ଶୁଭାଙ୍ଗୀ ଯମଜ ଶିଶୁକନ୍ୟା ସ୍ନେହା ଏବଂ ଇସାନୀଙ୍କୁ ଜନ୍ମ ଦେଇଥିଲେ। ଦୁହେଁ ସବୁବେଳେ କାନ୍ଦୁଥିବାରୁ ମାଆ ଚିନ୍ତିତ ଥିଲେ। ଗତ ୬ ତାରିଖ ସକାଳେ ଦୁଇ ଶିଶୁଙ୍କୁ ଘରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପାରାଦୀପ ଉପକୂଳରୁ ଚୀନ୍ ଯାଉଥିବା ପାନାମା ଜାହାଜ 'ଏମ୍‌ଭି ଓସେନ୍ ୱିନର' ବୁଡ଼ିଲା: ୨ ଜଣ ଉଦ୍ଧାର, ୨୨ ନିଖୋଜ

11 Mar 2025 By The Sakala

କାନ୍ଦିବାରୁ ୨ ଶିଶୁକନ୍ୟାଙ୍କୁ ମାରିଦେଲା ପିଶାଚୀ ମା’

ହରିଦ୍ବାର: ଛଅ ମାସର ଦୁଇ ଯମଜ ଶିଶୁକନ୍ୟା ସବୁବେଳେ କାନ୍ଦୁ ଥିଲେ। ଜନ୍ମକଲା ମା’ ପାଇଁ ଅସହ୍ୟ ହୋଇଯାଇଥିଲା। ରାତିରେ ମାଆ ଶୋଇ ପାରୁ ନ ଥିଲା। ଏ ନେଇ ସ୍ବାମୀଙ୍କୁ ଅନେକ ଥର ଅଭିଯୋଗ କରିଥିଲା। କିନ୍ତୁ ସେ ଶୁଣି ନ ଥିଲେ। ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ହୋଇଥିଲା। ଶେଷରେ ଚିନ୍ତିତ ହୋଇ ମା’ ପିଶାଚୀ ସାଜିଥିଲା। ପ୍ରଥମେ ଗନ୍ଥାରେ ମାଡ଼ି ଦୁଇ ଶିଶୁକନ୍ୟାଙ୍କୁ ହତ୍ୟା ଉଦ୍ୟମ କରିଥିଲା। କିନ୍ତୁ ଉଭୟେ ଜୋର୍‌ରେ କାନ୍ଦିବାରୁ ଓଢ଼ଣୀରେ ତଣ୍ଟି ଚିପି ମାରି ଥିଲା। ଉତ୍ତରାଖଣ୍ଡ ହରିଦ୍ବାର ଜିଲ୍ଲା ଧିରୱାଲର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି। ପିଶାଚୀ ମାଆ ଶୁଭାଙ୍ଗୀ (୨୦) ଗତ ୬ ତାରିଖରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ଥିଲା। ପତି ହତ୍ୟା ଆଶଙ୍କା କରି ଥାନାରେ ଏତଲା ଦେଇଥିଲା। ପ୍ରଥମେ ଶୁଭାଙ୍ଗୀ ପୁଲିସକୁ ଭୁଆଁ ବୁଲାଇବାରେ ଲାଗିଥିଲା। ମାତ୍ର ତିନି ଦିନ ପରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନିଜେ ହତ୍ୟା କରିଥିବା ସ୍ବୀକାର କରିଥିଲା।

ଶୁଭାଙ୍ଗୀଙ୍କ ସ୍ବାମୀ ସକଲାନୀ (୨୨) ସିଡକୁଲର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ପତ୍ନୀ ଶୁଭାଙ୍ଗୀ ମଧ୍ୟ ଏଠଆରେ ଚାକିରି କରୁଥିଲେ। ଉଭୟ ପରସ୍ପରକୁ ଭେଟିବା ପରେ ଦେଢ଼ ବର୍ଷ ତଳେ ବିବାହ କରିଥିଲେ। ଉତ୍ତର ପ୍ରଦେଶ ପିଲଭିତ ଜିଲ୍ଲାର ଶୁଭାଙ୍ଗୀଙ୍କ ପରିବାର ସଦସ୍ୟ ଏହି ବାହାଘରରେ ସାମିଲ ହୋଇ ନ ଥିଲେ। ପରେ ଉଭୟେ ଧିରୱାଲିରେ ଘରଭଡ଼ା ନେଇ ରହୁଥିଲେ। ୬ ମାସ ତଳେ ଶୁଭାଙ୍ଗୀ ଯମଜ ଶିଶୁକନ୍ୟା ସ୍ନେହା ଏବଂ ଇସାନୀଙ୍କୁ ଜନ୍ମ ଦେଇଥିଲେ। ଦୁହେଁ ସବୁବେଳେ କାନ୍ଦୁଥିବାରୁ ମାଆ ଚିନ୍ତିତ ଥିଲେ। ଗତ ୬ ତାରିଖ ସକାଳେ ଦୁଇ ଶିଶୁଙ୍କୁ ଘରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର