କରୋନା ଏବେ ବି ଶେଷ ହୋଇ ନାହିଁ – କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଡରାଇବା ଆରମ୍ଭ କରିଛି। ଏ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜେଶ ଭୂଷଣଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ‘କରୋନା ଏବେ ବି ଶେଷ ହୋଇ ନାହିଁ, ଗତ ସପ୍ତାହର ଡାଟା ଅନୁସାରେ ଦୁନିଆରେ ଦୈନିକ ୯୩୯୭୭ ମାମଲା ଚିହ୍ନଟ ହୋଇଛି । ଆମେରିକାରେ ୧୯ %,  ରୁଷରେ ୧୨.୬ %, ଚୀନରେ ୮.୩ %, ଦକ୍ଷିଣ କୋରିଆରେ ୮ % ଏବଂ ଭାରତରେ ୧ % […]

ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଡରାଇବା ଆରମ୍ଭ କରିଛି। ଏ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜେଶ ଭୂଷଣଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ‘କରୋନା ଏବେ ବି ଶେଷ ହୋଇ ନାହିଁ, ଗତ ସପ୍ତାହର ଡାଟା ଅନୁସାରେ ଦୁନିଆରେ ଦୈନିକ ୯୩୯୭୭ ମାମଲା ଚିହ୍ନଟ ହୋଇଛି । ଆମେରିକାରେ ୧୯ %,  ରୁଷରେ ୧୨.୬ %, ଚୀନରେ ୮.୩ %, ଦକ୍ଷିଣ କୋରିଆରେ ୮ % ଏବଂ ଭାରତରେ ୧ % ମାମଲା ଚିହ୍ନଟ ହୋଇଛି ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

କରୋନା ମାମଲା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଦୁନିଆରେ ଛଅ ଲହର ଆସିଛି ଏବଂ ଭାରତରେ ଆମେ ତିନୋଟି ଲହର ଦେଖିଛୁ । ଉଲ୍ଲେଖଯୋଗ୍ୟ ଯେ ପିଏମ ନରେନ୍ଦ୍ର ମୋଦୀ ବୁଧବାର କରୋନା ଏବଂ ସିଜନଲ ଏନଫ୍ଲୁଏଞ୍ଜା ଉପରେ ବୈଠକ କରିଥିଲେ ।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

ସେ କହିଛନ୍ତି ଯେ, ଭାରତରେ ଏବେ ଦୈନିକ ହାରାହାରି ୯୬୬ ମାମଲା ସାମ୍ନାକୁ ଆସୁଛି। ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ପଜିଟିଭିଟି ହାର ୦.୦୯ ପ୍ରତିଶତ ଥିବା ବେଳେ ଏବେ ତାହା ୧ ପ୍ରତିଶତକୁ ବୃଦ୍ଧି ପାଇଛି। ଫେବ୍ରୁଆରିରେ ଦୈନିକ ହାରାହାରି ପରୀକ୍ଷା ସଂଖ୍ୟା ୧ ଲକ୍ଷ ଥିଲା, ଯାହା ପରବର୍ତ୍ତୀ ସମୟରେ ହ୍ରାସ ପାଇଥିଲା। ଏବେ ଦୈନିକ ୧ ଲକ୍ଷ ନମୁନା ପରୀକ୍ଷା କରାଯାଉଛି। ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ଏବଂ ରାଜସ୍ଥାନ ଭଳି ୮ଟି ରାଜ୍ୟରେ ଏବେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଠାରେ ଅଧିକ ମାମଲା ରହିଛି, ସେଠାରେ ଅଧିକ ଟେଷ୍ଟିଂ ହେଉଛି। ବର୍ତ୍ତମାନ ଦେଶରେ ଓମିକ୍ରୋନ୍ ଭାରିଏଣ୍ଟର ଉପସ୍ଥିତି ରହିଛି ।

ଆହୁରି ପଢ଼ନ୍ତୁ: ଭାରତର ପିନାକା ରକେଟ୍ ସିଷ୍ଟମର ରେଞ୍ଜ୍ ୩୦୦ କିମିକୁ ବୃଦ୍ଧି: ପାକିସ୍ତାନର ପଛୁଆ ଅଞ୍ଚଳ ଉପରେ ବଢ଼ିଲା ଚାପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର