ପାଞ୍ଚ ଦିନରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ : ହେଉଛି ଘନ ଘନ ରକେଟ୍ ମାଡ଼, ଗଲାଣି ୩ ହଜାରରୁ ଅଧିକ ଜୀବନ

The Sakala Picture
Published On

ତେଲ ଆଭିଭ୍‌ : ୫ ଦିନରେ ପହଞ୍ଚିଛି ଇସ୍ରାଏଲ-ହମାସ୍‌ ଯୁଦ୍ଧ। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଗତ ଦଶନ୍ଧି ମଧ୍ୟରେ ଏହା ଏକ ଭୟଙ୍କର ଯୁଦ୍ଧରେ ପରିଣତ ହୋଇଛି। ଉଭୟ ପକ୍ଷରୁ ହେଉଛି ଘନ ଘନ ରକେଟ୍ ମାଡ଼। ଯାହା ଫଳରେ ଦୁଇ ପକ୍ଷର ବିଭିନ୍ନ ସହର ଗୁଡିକ ଛାରଖାର ହୋଇଗଲାଣି, ପ୍ରାୟ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଅନ୍ୟପଟେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ […]

ତେଲ ଆଭିଭ୍‌ : ୫ ଦିନରେ ପହଞ୍ଚିଛି ଇସ୍ରାଏଲ-ହମାସ୍‌ ଯୁଦ୍ଧ। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଗତ ଦଶନ୍ଧି ମଧ୍ୟରେ ଏହା ଏକ ଭୟଙ୍କର ଯୁଦ୍ଧରେ ପରିଣତ ହୋଇଛି। ଉଭୟ ପକ୍ଷରୁ ହେଉଛି ଘନ ଘନ ରକେଟ୍ ମାଡ଼। ଯାହା ଫଳରେ ଦୁଇ ପକ୍ଷର ବିଭିନ୍ନ ସହର ଗୁଡିକ ଛାରଖାର ହୋଇଗଲାଣି, ପ୍ରାୟ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଅନ୍ୟପଟେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଇସ୍ରା‌ଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଙ୍ଗଳବାର କହିଛନ୍ତି, ‘ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିନଥିଲା, କିନ୍ତୁ ଇସ୍ରାଏଲ ଯୁଦ୍ଧ ଶେଷ କରିବ’। ନେତାନ୍ୟାହୁ କହିଛନ୍ତି, ଆମେ ଏହି ଯୁଦ୍ଧ ଚାହିନଥିଲୁ। କିନ୍ତୁ ଅତ୍ୟନ୍ତ ନିଷ୍ଠୁର ଏବଂ ବର୍ବର ଭାବେ ଆମ ଉପ‌ରେ ଆକ୍ରମଣ ହୋଇଛି। ଯଦିଓ ଇସ୍ରାଏଲ ଏହି ଯୁଦ୍ଧ ଆରମ୍ଭ କରିନାହିଁ କିନ୍ତୁ ଇସ୍ରାଏଲ ହିଁ ଏହି ଯୁଦ୍ଧ ଶେଷ କରିବ। ନେତାନ୍ୟାହୁଙ୍କ ଏହି ବୟାନ ପରେ ଯୁଦ୍ଧ ଆଗକୁ ଆହୁରି ଉଗ୍ରରୂପ ଧାରଣ କରିପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ଝଟକା: ଫେବୃଆରୀ ୪ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ୍‌ର ସଂଘର୍ଷ ବିଶ୍ବକୁ ନୂଆ ବିପଦ ମଧ୍ୟକୁ ଠେଲି ଦେଇଛି। ବିଶ୍ବ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ପଶ୍ଚିମ ଦେଶଗୁଡିକ ହମାସ୍‌ ଆକ୍ରମଣକୁ ନେଇ ଇସ୍ରାଏଲକୁ ସମର୍ଥନ ଦେଇଥିବାବେଳେ ପଶ୍ଚିମ ଏସିଆର କିଛି ଇସ୍‌ଲାମିକ ଦେଶ ପାଲେଷ୍ଟାଇନକୁ ସମର୍ଥନ ଦେଇଛନ୍ତି। ଭାରତ, ଆମେରିକା, ଫ୍ରାନ୍ସ, ୟୁଏଇ, ଅଷ୍ଟ୍ରେଲିଆ, ଜର୍ମାନୀ ଇସ୍ରାଏଲକୁ ସମର୍ଥନ ଦେଇଥିବାବେଳେ ପାକିସ୍ତାନ, କତାର, ଲେବନାନ, ଆଫଗାନିସ୍ତାନ, ଇରାନ, କୁଏତ ହମାସକୁ ସମର୍ଥନ କରିଛନ୍ତି। ଏହି ସଂଘର୍ଷ ବୁଧବାର ପଞ୍ଚମ ଦିନରେ ପହଞ୍ଚି ଯାଇଛି। ଏ ପର୍ଯ୍ୟନ୍ତ ହମାସ ଆକ୍ରମଣରେ ୪୦ ଶିଶୁଙ୍କ ସମେତ ଇସ୍ରାଏଲର ହଜାରେରୁ ଅଧିକ ନାଗରିକଙ୍କ ଜୀବନ ଗଲାଣି। ୨୬୧୬ରୁ ଅଧିକ ଆହତ ହେଲେଣି। ହମାସ୍‌ ୧୫୦ ଜଣ ଲୋକଙ୍କୁ ବନ୍ଦୀ କରି ରଖିଛି। ଯୁଦ୍ଧରେ ୧୨୩ ସୈନିକ ମଧ୍ୟ ପ୍ରାଣ ହରାଇଲେଣି। ଏହି ଆତଙ୍କବାଦୀ ସଂଗଠନ ଯୁଦ୍ଧ ଆରମ୍ଭ କରିଥିଲା, କିନ୍ତୁ ଆମେ ଶେଷ କରିବୁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି। ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ୍‌ରେ ଜୋରଦାର ଆକ୍ରମଣ ଜାରି ରଖିଛି। ଭୟଙ୍କର ଆକ୍ରମଣରେ ଗାଜା ଷ୍ଟ୍ରିପ୍‌ ଥରହର ହେଉଛି। ଏହି ଅଞ୍ଚଳ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଛି। କବର ସ୍ଥାନ ପରି ଦେଖାଯାଉଛି। ପାଲେଷ୍ଟାଇନ ସଂସଦ, ପୁରୁଣା ମସ୍‌ଜିଦ୍‌ ସହିତ ବହୁ କୋଠା ଧ୍ବଂସ ପାଇଯାଇଛି। ଚାରିଆଡ଼େ ଧୂଆଁ ଘୋଟି ରହିଛି। ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆକ୍ରମଣରେ ଉଭୟ ପକ୍ଷର ପ୍ରାୟ ୩ ହଜାର ଜୀବନ ଗଲାଣି।

ଆହୁରି ପଢ଼ନ୍ତୁ: 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା ଶୁଭାରମ୍ଭ, ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ସରକାର

ଆକ୍ରମଣ ବନ୍ଦ ନ କଲେ ଗୋଟିଏ ରକେଟ ବଦଳରେ ଇସ୍ରାଏଲର ଜଣେ ବନ୍ଦୀଙ୍କୁ ହତ୍ୟା କରାଯିବ ବୋଲି ହମାସ ଧମକ ଦେଇଥିଲା। ମାତ୍ର ଇସ୍ରାଏଲ ଏହାକୁ ଭ୍ରୁକ୍ଷେପ ନ କରି ସାରା ରାତି ଗାଜା ଷ୍ଟ୍ରିପ୍‌ ଉପରେ ଆକ୍ରମଣ ଜାରି ରଖିଥିଲା। ହମାସର ମୂଳୋତ୍ପାଟନ ପାଇଁ ଇସ୍ରାଏଲ ତିନୋଟି ଉପାୟରେ ଆକ୍ରମଣ କରୁଛି। ନିଶାଣ ବନାଇ ହମାସ ଠିକଣାକୁ ଧ୍ବଂସ କରାଯାଉଛି। ଇସ୍ରାଏଲ ଗାଜାକୁ ହେଉଥିବା ସମସ୍ତ ଯୋଗାଣ ବନ୍ଦ କରିଦେଇଛି। ବିଜୁଳି, ପାଣି ଏବଂ ଖାଦ୍ୟ ଯୋଗାଣ ସହିତ ବ୍ୟବସାୟିକ ସୁଡ଼ଙ୍ଗ ବନ୍ଦ କରିଦେଇଛି। ପାଲେଷ୍ଟାଇନର କ୍ରିପ୍ଟୋ ଆକାଉଣ୍ଟକୁ ମଧ୍ୟ ଜବତ କରିଛି। ଏହା ମାଧ୍ୟମରେ ପାଣ୍ଠି ସଂଗ୍ରହ କରାଯାଉଥିଲା। ଇସ୍ରାଏଲ ଏ ପର୍ଯ୍ୟନ୍ତ ଗାଜା ଷ୍ଟ୍ରିପ୍‌ର ୧୭୦୭ ସ୍ଥାନ ଉପରେ ଆକ୍ରମଣ କଲାଣି। ଏହା ମଧ୍ୟରେ ୪୭୫ ରକେଟ କେନ୍ଦ୍ର, ୨୩ଟି ରଣନୈତିକ ଏବଂ ୨୨ଟି ଭୂତଳ ଠିକଣା ସାମିଲ ରହିଛି। ଏଥିରେ ଆତଙ୍କବାଦୀଙ୍କ ୨୦୦ ଠିକଣା ସାମିଲ ରହିଛି। ଏହି ଆକ୍ରମଣରେ ହମାସର ୨ ପ୍ରମୁଖ ଆତଙ୍କବାଦୀ ଜକାରିଆ ଅବୁ ମେମ୍ର ଏବଂ ଜବାଦ ଅବୁ ସମାଲା ନିପାତ ହୋଇଛି। ସେହିପରି ସୀମାର ତାର ବାଡ଼ ଭାଙ୍ଗି ଦେଶ ଭିତରେ ଫସିଥିବା ହମାସର ୧୫୦୦ ଆତଙ୍କବାଦୀଙ୍କୁ ଇସ୍ରାଏଲ ନିପାତ କରିଦେଇଛି। ଗାଜା ସୀମାକୁ ସମ୍ପୂର୍ଣ୍ଣ ଭାବେ କବ୍ଜା କରି ନିଆଯାଇଛି ବୋଲି ଇସ୍ରାଏଲ ସେନା ଦାବି କରିଛି। ଏହା ସହିତ ସମ୍ପୂର୍ଣ୍ଣ ସୀମାକୁ ସିଲ୍‌ କରିଦିଆଯାଇଛି। ହମାସର ମୁକାବିଲା ପାଇଁ ୧୯୭୩ ପରେ ଇସ୍ରାଏଲ ପ୍ରଥମ ଥର ପାଇଁ ମିଳିତ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ କ୍ଷମତାସୀନ ଲିକୁଡ ପାର୍ଟିର ମେଣ୍ଟ ସହଯୋଗୀ ସହମତି ପ୍ରକାଶ କରିଛନ୍ତି। ଏହି ସରକାରରେ ସବୁ ଦଳର ସଦସ୍ୟ ସାମିଲ ରହିବେ। ଯୁଦ୍ଧ ସମୟରେ ହିଁ ୱାର କ୍ୟାବିନେଟ ତଥା ମିଳିତ ସରକାର ଗଠନ ହୋଇଥାଏ।

ଆହୁରି ପଢ଼ନ୍ତୁ: ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଇତିହାସ ରଚିଲେ ଏଲନ ମସ୍କ: ମୋଟ ସମ୍ପତ୍ତି ୮୦୦ ବିଲିୟନ ଡଲାର ପାର୍

ଅନ୍ୟପଟେ ଇସ୍ରାଏଲ ସୀମାରେ ଥିବା ଅସକୋଲ ସହରକୁ ଖାଲି କରିବା ପାଇଁ ହମାସ ଚେତାବନୀ ଦେଇଛି। ହମାସ ଆକ୍ରମଣରେ କିବୁଜ ସହରର ୧୦ ପ୍ରତିଶତ ଲୋକ ପ୍ରାଣ ହରାଇଛନ୍ତି। ହମାସ ଆକ୍ରମଣରେ ଥାଇଲାଣ୍ଡର ମଧ୍ୟ ୧୮ ନାଗରିକ ପ୍ରାଣ ହରାଇଲେଣି। ଅନେକ ନିଖୋଜ ଅଛନ୍ତି। ଆଉ କିଛି ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଆର୍ଜେଣ୍ଟିନାର ମଧ୍ୟ ୭ ନାଗରିକ ପ୍ରାଣ ହରାଇଛନ୍ତି। ଆମେରିକା ସୋମବାର ରାତିରେ ଇସ୍ରାଏଲକୁ ସମର୍ଥନ କରି ହ୍ବାଇଟ ହାଉସରେ ନୀଳ ଏବଂ ଧଳା ଆଲୋକ ଲଗାଇଛି। ପ୍ୟାରିସର ଆଇଫଲ ଟାୱାରକୁ ଇସ୍ରାଏଲ ପତାକା ରଙ୍ଗରେ ରଙ୍ଗାୟିତ କରାଯାଇଛି। ହମାସ ଆକ୍ରମଣ ପଛରେ ଇରାନ ହାତ ଥିବା କୁହାଯାଉଛି। କିନ୍ତୁ ଏ ନେଇ ସ୍ପଷ୍ଟ ପ୍ରମାଣ ନାହିଁ ବୋଲି ଆମରିକା ପକ୍ଷରୁ କୁହାଯାଇଛି। ଏପରି ସମୟରେ ଲେବନାନର ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ ଆମେରିକାକୁ ଧମକ ଦେଇଛି। ସିଧାସଳଖ ଯୁଦ୍ଧରେ ସାମିଲ ହେଲେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ଠିକଣାରେ ଆକ୍ରମଣ କରାଯିବ। ପାଲେଷ୍ଟାଇନ ୟୁକ୍ରେନ ନୁହେଁ ବୋଲି କହିଛି। ମାତ୍ର ଆମେରିକା ଇସ୍ରାଏଲକୁ ସାମରିକ ସହାୟତା ଦେବ ବୋଲି ଘୋଷଣା କରିଛି। ସହାୟତା ପାଇଁ ଜାହାଜ ଏବଂ ଲଢୁଆ ବିମାନ ଇସ୍ରାଏଲ ପଠାଇଛି। ୟୁଏସ୍‌ଏସ୍‌ ଜେରାଲ୍ଡ ଆର୍‌ ଫୋର୍ଡ ଏୟାରକ୍ରାଫ୍ଟ କ୍ୟାରିୟରକୁ ସତର୍କ କରି ରଖାଯାଇଛି। ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଶବାସୀଙ୍କୁ ସମ୍ବୋଧନ କରି ଇସ୍ରାଏଲ୍‌ ଅଧିକ ଆକ୍ରାମକ ହେବାକୁ ଯାଉଛି ବୋଲି କହିଛନ୍ତି।

ହମାସର ଆକ୍ରମଣ ନେଇ ଇସ୍ରାଏଲକୁ ଚେତାବନୀ ଦିଆଯାଇଥିଲା ବୋଲି ଇଜିପ୍ଟ ପକ୍ଷରୁ କୁହାଯାଇଛି। ଇଜିପ୍ଟ ଗୁଇନ୍ଦା ଅଧିକାରୀଙ୍କ ଅନୁଯାୟୀ କିଛି ବଡ଼ ହେବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ଇସ୍ରାଏଲ ଏହା ଉପରେ ଧ୍ୟାନ ଦେଇ ନ ଥିଲା। ଯୁଦ୍ଧ ମଧ୍ୟରେ ହମାସର ବର୍ବରୋଚିତ କାଣ୍ଡ ସାମ୍ନାକୁ ଆସିଛି। ଏହା ଆତଙ୍କବାଦୀ ସଂଗଠନ ଏକ ଇହୁଦୀ ପରିବାରକୁ ନୃଶଂସ ଭାବେ ହତ୍ୟା କରିଛି। ଆତଙ୍କବାଦୀ ବାପା ସାମ୍ନାରେ ମାଆ ଏବଂ ବଡ଼ ଝିଅକୁ ଗଣଦୁଷ୍କର୍ମ କରିଥିଲେ। ସାନ ଝିଅକୁ ହତ୍ୟା କରିବା ପୂର୍ବରୁ ତାହାର ଆଙ୍ଗୁଠି ହାଡ଼ ଭାଙ୍ଗି ଦେଇଥିଲେ। ମୁହଁ ଓ କାନକୁ ଛୁରିରେ କାଟି ଯନ୍ତ୍ରଣା ଦେଇଥିଲେ। ବାପାମାଆ ଛୁଆଙ୍କୁ ହତ୍ୟା କରିଦେବା ପାଇଁ ନେହୁରା ହୋଇଥିଲେ ମଧ୍ୟ ଆତଙ୍କବାଦୀ ଶୁଣି ନ ଥିଲେ। ପରେ ଦୁଇ ଝିଅ ଏବଂ ପୁଅକୁ ହତ୍ୟା କରିଥିଲେ। ଶେଷରେ ବାପାମାଆଙ୍କୁ ମାରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp