ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ-୩, ସଫଳତାର ସହ କଲା ଚତୁର୍ଥ କକ୍ଷପଥ ପରିବର୍ତ୍ତନ

The Sakala Picture
Published On

ବେଙ୍ଗାଲୁରୁ: ସଫଳତାର ସହ ଆଉ ପାଦେ ଆଗେଇଲା ଇସ୍ରୋ । ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ-୩ । ସଫଳତାର ସହ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିଛି ଚନ୍ଦ୍ରଯାନ-୩ । ଏହାପରେ ଚନ୍ଦ୍ରଠୁ ଦୂରତା ଆହୁରି ହ୍ରାସ ପାଇବ । ଉତ୍‌କ୍ଷେପଣର ଏକ ମାସ ପରେ ସୋମବାର ଚନ୍ଦ୍ରଯାନ-୩ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରି ୧୫୦ କିଲୋମିଟର x ୧୭୭ କିଲୋମିଟର କକ୍ଷରେ ଘୂରି ବୁଲୁଛି। ଆସନ୍ତା ୧୬ତାରିଖରେ ପଞ୍ଚମ କକ୍ଷପଥ ପରିବର୍ତ୍ତନ କରାଯିବ । […]

ବେଙ୍ଗାଲୁରୁ: ସଫଳତାର ସହ ଆଉ ପାଦେ ଆଗେଇଲା ଇସ୍ରୋ । ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ-୩ । ସଫଳତାର ସହ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିଛି ଚନ୍ଦ୍ରଯାନ-୩ । ଏହାପରେ ଚନ୍ଦ୍ରଠୁ ଦୂରତା ଆହୁରି ହ୍ରାସ ପାଇବ । ଉତ୍‌କ୍ଷେପଣର ଏକ ମାସ ପରେ ସୋମବାର ଚନ୍ଦ୍ରଯାନ-୩ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରି ୧୫୦ କିଲୋମିଟର x ୧୭୭ କିଲୋମିଟର କକ୍ଷରେ ଘୂରି ବୁଲୁଛି। ଆସନ୍ତା ୧୬ତାରିଖରେ ପଞ୍ଚମ କକ୍ଷପଥ ପରିବର୍ତ୍ତନ କରାଯିବ । ୧୭ ଅଗଷ୍ଟରେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ । ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ଅଗଷ୍ଟରେ ଦକ୍ଷିଣ ମେରୁରେ ଅବସ୍ଥାପିତ କରାଯିବ ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସେପଟେ ଲ୍ୟାଣ୍ଡିଂ ପାଇଁ ଏବେ ଏବଂ ଭବିଷ୍ୟତ ପାଇଁ ଟ୍ରାଫିକ ସିଷ୍ଟମ ବିକଶିତ କରିବାକୁ ଯୋଜନା କରିଛି ଇସ୍ରୋ । ଅନ୍ୟ ମହାକାଶ ଯାନ ସହ ଧକ୍କା ଏଡାଇବା ଲାଗି ୨୦୧୯ରେ ପ୍ରେରିତ ଚନ୍ଦ୍ରଯାନ-୨ରେ ରହିଥିବା ବ୍ୟବସ୍ଥା ସମ୍ପର୍କରେ ସଫଳତା ମିଳି ନଥିବାବେଳେ ବର୍ତ୍ତମାନ ଚନ୍ଦ୍ରଯାନ-୩ରେ ଏଥିପ୍ରତି ଦୃଷ୍ଟି ଦିଆଯାଇଛି । ଗତ ୫ ତାରିଖରୁ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷରେ ପହଞ୍ଚି ଘୂରୁଛି । ପ୍ରଥମ କକ୍ଷରେ ପହଞ୍ଚିବା ପରେ ଚନ୍ଦ୍ରଯାନ ପ୍ରଥମ ଫଟୋ ପୃଥିବୀକୁ ପ୍ରେରଣ କରିଥିଲା । ଏବେ ଚନ୍ଦ୍ରଯାନ ତୃତୀୟ କକ୍ଷରେ ଘୂରି ଫଟୋ ପଠାଉଛି ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର