ବିପଦରେ ଜିନ୍‌ପିଙ୍ଗ୍‌ଙ୍କ ଆସନ : ତୃତୀୟ ଥର ହୋଇପାରିବେନି ରାଷ୍ଟ୍ରପତି !

The Sakala Picture
Published On

ବେଜିଂ : ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆସନ ଉପରେ ବିପଦ ଦେଖାଦେଇଛି। ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହୋଇ ନ ପାରନ୍ତି। ଜିନପିଙ୍ଗ ନିଜର ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତି କରୁଥିବାବେଳେ ବିରୋଧୀମାନେ ତାଙ୍କ ପ୍ରାର୍ଥିତ୍ବକୁ ତୀବ୍ର ବିରୋଧ କରୁଛନ୍ତି। ଦେଶରେ ମଧ୍ୟ ତାଙ୍କ ବିରୋଧୀ ସ୍ବର ଉଗ୍ର ହେବାରେ ଲାଗିଛି। ଜିନପିଙ୍ଗଙ୍କ ଶୂନ୍ୟ ସହନଶୀଳ କରୋନା ନୀତି ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି […]

ବେଜିଂ : ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆସନ ଉପରେ ବିପଦ ଦେଖାଦେଇଛି। ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହୋଇ ନ ପାରନ୍ତି। ଜିନପିଙ୍ଗ ନିଜର ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତି କରୁଥିବାବେଳେ ବିରୋଧୀମାନେ ତାଙ୍କ ପ୍ରାର୍ଥିତ୍ବକୁ ତୀବ୍ର ବିରୋଧ କରୁଛନ୍ତି। ଦେଶରେ ମଧ୍ୟ ତାଙ୍କ ବିରୋଧୀ ସ୍ବର ଉଗ୍ର ହେବାରେ ଲାଗିଛି। ଜିନପିଙ୍ଗଙ୍କ ଶୂନ୍ୟ ସହନଶୀଳ କରୋନା ନୀତି ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଚୀନ୍‌ର ଏକ ପ୍ରକାଶନର ଆଲେଖ୍ୟରୁ ଏହି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କୁ ନେଇ ବଡ଼ ଖୁଲାସା: ବାପା ଆୟାତୋଲ୍ଲାଙ୍କ ଇଚ୍ଛାପତ୍ରରେ ନଥିଲା ନାମ

ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ସେଣ୍ଟ୍ରାଲ କମିଟିର ଅବସରପ୍ରାପ୍ତ ପ୍ରଫେସର ଏହି ଆଲେଖ୍ୟ ଲେଖିଛନ୍ତି। ସେ ଏଥିରେ ଏକ ନିୟନ ଉଲ୍ଲେଖ କରିଛନ୍ତି। ଏଥିରେ ସରକାର ଏବଂ ଦଳରେ ରହିବାର ସମୟ ଉଲ୍ଲେଖ କରାଯାଇଛି। ଏହି ନିୟମ ଏବେ ମଧ୍ୟ କାର୍ଯ୍ୟକାରୀ ହେଉଛି ବୋଲି ସେ କହିଛନ୍ତି। ଏହି ପୋଷ୍ଟ ଜିନପିଙ୍ଗଙ୍କ ଆଗାମୀ କାର୍ଯ୍ୟକାଳକୁ ଚ୍ୟାଲେଞ୍ଜ କରୁଛି। ନିୟମ ଅନୁଯାୟୀ ଦଳ ଏବଂ ସରକାରର ମୁଖ୍ୟ ପଦପଦବୀରେ ରହିବା ନେଇ ପୂର୍ବରୁ ସମୟ ଧାର୍ଯ୍ୟ କରାଯାଇଛି। କେବଳ ଦୁଇଟି କାର୍ଯ୍ୟକାଳ କିମ୍ବା ମୋଟ ୧୫ ବର୍ଷ ପାଇଁ ଗୋଟିଏ ପଦରେ ରହିପାରିବେ। ଏହି ପୋଷ୍ଟ ପରେ ତାଇୱାନ ମିଡିଆରେ ଏକ ଆଲେଖ୍ୟ ପ୍ରକାଶ ପାଇଛି। ଏଥିରେ ଜିନପିଙ୍ଗ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଉଲ୍ଲେଖ କରାଯାଇଛି। ଏହି ନିୟମ ଜିନପିଙ୍ଗଙ୍କ ସ୍ବପ୍ନକୁ ଧୂଳିସାତ କରିଦେବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଦେଶବ୍ୟାପୀ ଏଲପିଜି ସଙ୍କଟ: ଟ୍ରେନରେ ରନ୍ଧା ଖାଦ୍ୟ ବନ୍ଦ କରିପାରେ IRCTC, ରନ୍ଧନ ବ୍ୟବସ୍ଥାର ବିକଳ୍ପ ବ୍ୟବହାର ପାଇଁ ପରାମର୍ଶ

ପୂର୍ବତନ କୂଟନୀତିଜ୍ଞ ତଥା ଲେଖକ ରୋଜ ଗାରସାଇଡଙ୍କ ଅନୁଯାୟୀ ଜିନପିଙ୍ଗକୁ ଚପାଇବା ପାଇଁ ତାଙ୍କ ବିରୋଧୀ ଦେଶରେ ଦେଖାଯାଉଥିବା ସମସ୍ୟାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଦେଶ ବାହାରେ ଏବଂ ଭିତରେ ଜିନପିଙ୍ଗଙ୍କୁ ବିରୋଧ କରାଯାଉଛି। ଚୀନ୍‌ରେ ଗଭୀର ସଙ୍କଟ ସୃଷ୍ଟି ହୋଇଛି। ଏହା ଜିନପିଙ୍ଗଙ୍କ ବିରୋଧୀଙ୍କୁ ସୁଯୋଗ ଦେଇଛି। କରୋନା ନୀତି ଏବଂ ଦୀର୍ଘ ଲକ୍‌ଡାଉନ ଚୀନ୍‌କୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରିଦେଇଥିଲା। ଏହା ଦ୍ବାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଦଳ ପ୍ରତି ଆନୁଗତ୍ୟ ହ୍ରାସ ପାଇବାରେ ଲାଗିଛି। ଜିନପିଙ୍ଗ ପଦରୁ ହଟିବା ପରେ କମ୍ୟନିଷ୍ଟ ଦଳର ସଦସ୍ୟ ତଥା ପ୍ରଧାନମନ୍ତ୍ରୀ ଲି-କିଚେନ ସରକାରଙ୍କ ଦାୟିତ୍ବ ସମ୍ଭାଳି ପାରନ୍ତି। କିଛିଦିନ ତଳେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଅଣଦେଖା କରି କରୋନା ପରିଚାଳନ ଦାୟିତ୍ବ ସମେତ ବିଭିନ୍ନ ବିଭାଗ କାର୍ଯ୍ୟ ତୁଲାଉଥÒବା ଦେଖÒବାକୁ ମିଳିଥÒଲା। ଏହି ଦାବି ସମ୍ବନ୍ଧରେ ଏକ ଭିଡିଓ ଜାରି କରାଯାଇଛି। ତେବେ କିଛି ସମୟ ପରେ ଚୀନ୍‌ ଏହାକୁ ହଟାଇ ଦେଇଛି।

ଆହୁରି ପଢ଼ନ୍ତୁ: ୧୨ ମାସରେ ୧୩ ଥର ରିଚାର୍ଜ; ପ୍ରିପେଡ୍ ମୋବାଇଲ୍ ‘ଲୁଟ୍’ ନେଇ ସଂସଦରେ ଗର୍ଜିଲେ ରାଘବ ଚଢା

12 Jun 2022 By The Sakala

ବିପଦରେ ଜିନ୍‌ପିଙ୍ଗ୍‌ଙ୍କ ଆସନ : ତୃତୀୟ ଥର ହୋଇପାରିବେନି ରାଷ୍ଟ୍ରପତି !

ବେଜିଂ : ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆସନ ଉପରେ ବିପଦ ଦେଖାଦେଇଛି। ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହୋଇ ନ ପାରନ୍ତି। ଜିନପିଙ୍ଗ ନିଜର ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତି କରୁଥିବାବେଳେ ବିରୋଧୀମାନେ ତାଙ୍କ ପ୍ରାର୍ଥିତ୍ବକୁ ତୀବ୍ର ବିରୋଧ କରୁଛନ୍ତି। ଦେଶରେ ମଧ୍ୟ ତାଙ୍କ ବିରୋଧୀ ସ୍ବର ଉଗ୍ର ହେବାରେ ଲାଗିଛି। ଜିନପିଙ୍ଗଙ୍କ ଶୂନ୍ୟ ସହନଶୀଳ କରୋନା ନୀତି ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଚୀନ୍‌ର ଏକ ପ୍ରକାଶନର ଆଲେଖ୍ୟରୁ ଏହି ସୂଚନା ମିଳିଛି।

ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ସେଣ୍ଟ୍ରାଲ କମିଟିର ଅବସରପ୍ରାପ୍ତ ପ୍ରଫେସର ଏହି ଆଲେଖ୍ୟ ଲେଖିଛନ୍ତି। ସେ ଏଥିରେ ଏକ ନିୟନ ଉଲ୍ଲେଖ କରିଛନ୍ତି। ଏଥିରେ ସରକାର ଏବଂ ଦଳରେ ରହିବାର ସମୟ ଉଲ୍ଲେଖ କରାଯାଇଛି। ଏହି ନିୟମ ଏବେ ମଧ୍ୟ କାର୍ଯ୍ୟକାରୀ ହେଉଛି ବୋଲି ସେ କହିଛନ୍ତି। ଏହି ପୋଷ୍ଟ ଜିନପିଙ୍ଗଙ୍କ ଆଗାମୀ କାର୍ଯ୍ୟକାଳକୁ ଚ୍ୟାଲେଞ୍ଜ କରୁଛି। ନିୟମ ଅନୁଯାୟୀ ଦଳ ଏବଂ ସରକାରର ମୁଖ୍ୟ ପଦପଦବୀରେ ରହିବା ନେଇ ପୂର୍ବରୁ ସମୟ ଧାର୍ଯ୍ୟ କରାଯାଇଛି। କେବଳ ଦୁଇଟି କାର୍ଯ୍ୟକାଳ କିମ୍ବା ମୋଟ ୧୫ ବର୍ଷ ପାଇଁ ଗୋଟିଏ ପଦରେ ରହିପାରିବେ। ଏହି ପୋଷ୍ଟ ପରେ ତାଇୱାନ ମିଡିଆରେ ଏକ ଆଲେଖ୍ୟ ପ୍ରକାଶ ପାଇଛି। ଏଥିରେ ଜିନପିଙ୍ଗ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଉଲ୍ଲେଖ କରାଯାଇଛି। ଏହି ନିୟମ ଜିନପିଙ୍ଗଙ୍କ ସ୍ବପ୍ନକୁ ଧୂଳିସାତ କରିଦେବ ବୋଲି କୁହାଯାଇଛି।

ପୂର୍ବତନ କୂଟନୀତିଜ୍ଞ ତଥା ଲେଖକ ରୋଜ ଗାରସାଇଡଙ୍କ ଅନୁଯାୟୀ ଜିନପିଙ୍ଗକୁ ଚପାଇବା ପାଇଁ ତାଙ୍କ ବିରୋଧୀ ଦେଶରେ ଦେଖାଯାଉଥିବା ସମସ୍ୟାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଦେଶ ବାହାରେ ଏବଂ ଭିତରେ ଜିନପିଙ୍ଗଙ୍କୁ ବିରୋଧ କରାଯାଉଛି। ଚୀନ୍‌ରେ ଗଭୀର ସଙ୍କଟ ସୃଷ୍ଟି ହୋଇଛି। ଏହା ଜିନପିଙ୍ଗଙ୍କ ବିରୋଧୀଙ୍କୁ ସୁଯୋଗ ଦେଇଛି। କରୋନା ନୀତି ଏବଂ ଦୀର୍ଘ ଲକ୍‌ଡାଉନ ଚୀନ୍‌କୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରିଦେଇଥିଲା। ଏହା ଦ୍ବାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଦଳ ପ୍ରତି ଆନୁଗତ୍ୟ ହ୍ରାସ ପାଇବାରେ ଲାଗିଛି। ଜିନପିଙ୍ଗ ପଦରୁ ହଟିବା ପରେ କମ୍ୟନିଷ୍ଟ ଦଳର ସଦସ୍ୟ ତଥା ପ୍ରଧାନମନ୍ତ୍ରୀ ଲି-କିଚେନ ସରକାରଙ୍କ ଦାୟିତ୍ବ ସମ୍ଭାଳି ପାରନ୍ତି। କିଛିଦିନ ତଳେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଅଣଦେଖା କରି କରୋନା ପରିଚାଳନ ଦାୟିତ୍ବ ସମେତ ବିଭିନ୍ନ ବିଭାଗ କାର୍ଯ୍ୟ ତୁଲାଉଥÒବା ଦେଖÒବାକୁ ମିଳିଥÒଲା। ଏହି ଦାବି ସମ୍ବନ୍ଧରେ ଏକ ଭିଡିଓ ଜାରି କରାଯାଇଛି। ତେବେ କିଛି ସମୟ ପରେ ଚୀନ୍‌ ଏହାକୁ ହଟାଇ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର