କରୋନାର ଓମିକ୍ରନ ଓ ଡେଲଟା ଭାରିଆଣ୍ଟକୁ ମାତ୍ ଦେବ କୋଭାକ୍ସିନ୍‌ର ବୁଷ୍ଟର୍ ଡୋଜ୍

The Sakala Picture
Published On

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋଭିଡ୍ -୧୯ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନା ତାର ରୂପ ବଦଳାଇବା ସହ ନୂଆ ନୂଆ ରୂପରେ ମାଡିଆସୁଛି।  ଏଥି ସହିତ ସମଗ୍ର ବିଶ୍ବରେ କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିବାକୁ ବୁଷ୍ଟର ଡୋଜ୍‌ ଟିକାକରଣ କରାଯାଇଛି। କିନ୍ତୁ କରୋନା ତାର ରୂପ ବଦଳାଉଥିବା ବେଳେ ଟିକା ଗୁଡିକ କେତେମାତ୍ରାରେ ସଫଳ ହେବ ତାହା ନେଇ ପ୍ରଶ୍ନବାସୀ ସୃଷ୍ଟି ହେଉଛି। ବର୍ତ୍ତମାନ ଭାରତ ସହ ବିଶ୍ବର ଅନେକ ଦେଶରେ […]

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋଭିଡ୍ -୧୯ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନା ତାର ରୂପ ବଦଳାଇବା ସହ ନୂଆ ନୂଆ ରୂପରେ ମାଡିଆସୁଛି।  ଏଥି ସହିତ ସମଗ୍ର ବିଶ୍ବରେ କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିବାକୁ ବୁଷ୍ଟର ଡୋଜ୍‌ ଟିକାକରଣ କରାଯାଇଛି। କିନ୍ତୁ କରୋନା ତାର ରୂପ ବଦଳାଉଥିବା ବେଳେ ଟିକା ଗୁଡିକ କେତେମାତ୍ରାରେ ସଫଳ ହେବ ତାହା ନେଇ ପ୍ରଶ୍ନବାସୀ ସୃଷ୍ଟି ହେଉଛି। ବର୍ତ୍ତମାନ ଭାରତ ସହ ବିଶ୍ବର ଅନେକ ଦେଶରେ କରୋନାର ଭାରିଆଣ୍ଟ ଡେଲଟା ଓ ଓମିକ୍ରନ ବହୁମାତ୍ରାରେ ଲୋକଙ୍କୁ ସଂକ୍ରମିତ କରୁଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଭାରତରେ ମଧ୍ୟ ଗତ ୧୦ ତାରିଖରୁ ବୁଷ୍ଟର ଡୋଜ ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି। ଭାରତରେ ବୁଷ୍ଟର ଡୋଜ ଟିକାକରଣ ଚାଲିଥିବା ବେଳେ ଭାରତର ପ୍ରଥମ ସ୍ୱଦେଶୀ ଟିକା କୋଭାକ୍ସିନ ବିଷୟରେ ଏକ ବଡ ଘୋଷଣା କରିଛି ଏହାର ନିର୍ମାତା ଭାରତ ବୟେଟେକ୍‌। ଏହି ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଭାରତ ବାୟୋଟେକ୍ ଦାବି କରିଛି ଯେ କୋଭାକ୍ସିନ୍ର ବୁଷ୍ଟର୍ ଡୋଜ୍ କରୋନା ଭାଇରସ୍ ର ଓମିକ୍ରନ୍ ଏବଂ ଡେଲଟା ପ୍ରକାରକୁ ମାତ୍‌ ଦେବାରେ ସକ୍ଷମ।  ବୁଷ୍ଟର୍ ଉପରେ ଚାଲିଥିବା ଅନୁସନ୍ଧାନର ପ୍ରାରମ୍ଭିକ ଫଳାଫଳ ପରେ କମ୍ପାନୀ ଏହି ଦାବି କରିଛି ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଏହାପୂର୍ବରୁ ଭାରତ ବାୟୋଟେକ୍ କହିଥିଲା ​​ଯେ କୋଭାକ୍ସିନ୍ ବୁଷ୍ଟର୍ ଡୋଜର ପରୀକ୍ଷଣ ଏହାକୁ କୌଣସି ଗୁରୁତର ପ୍ରତିକୂଳ ଘଟଣା ବିନା ଦୀର୍ଘ ସମୟ ପର୍ଯ୍ୟନ୍ତ ନିରାପଦ ଦର୍ଶାଉଛି। କୋଭାକ୍ସିନ୍ ଉତ୍ପାଦକ ଭାରତ ବାୟୋଟେକ୍ କହିଛି ଯେ ଯେଉଁମାନେ ଡୋଜ ନେଇଥିଲେ ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନା (ଦ୍ୱିତୀୟ ଡୋଜର ୬ ମାସ ପରେ) ବିରୁଦ୍ଧରେ ଲଢିବାକୁ ଏକ ଦୃଢ ଆଣ୍ଟିବଡି ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଅନ୍ୟପଟେ ଆଜି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଦେଇ କହିଛି ଯେ ବର୍ତ୍ତମାନ ବିଭିନ୍ନ ଦେଶରେ ଶିକାର ଯେଉଁ ବୁଷ୍ଟର ଡୋଜ୍ ଦିଆଯାଉଛି ତାହା ଯଥେଷ୍ଟ ନୁହେଁ ଏବଂ ସଂକ୍ରମଣକୁ ରୋକିବା ପାଇଁ ଆହୁରି ପ୍ରଭାବୀ ଟିକା ବିକଶିତ କରିବାର ଆବଶ୍ୟକତା ଅଛି । ହୁ ବିଶେଷଜ୍ଞମାନେ କହିଛନ୍ତି ଯେ ମୂଳ କୋଭିଡ ଟିକାଗୁଡ଼ିକର ବୁଷ୍ଟର ଡୋଜ୍ କରୋନାର ନୂଆ ଭାରିଆଣ୍ଟ ଗୁଡ଼ିକ ବିରୋଧରେ ଉପଯୁକ୍ତ ରଣନୀତି ନୁହେଁ ।

କରୋନା ଭ୍ୟାକ୍ସିନ୍ ର କମ୍ପୋଜିସନ୍ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (ହୁ)ର ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ଏକ ବିଶେଷଜ୍ଞ ଦଳ କହିଛି ଯେ ସମ୍ପ୍ରତି ଉପଲବ୍ଧ କରୋନା ଟିକା ଗୁଡ଼ିକ ରୋଗର ତୀବ୍ରତା ହ୍ରାସ କରିବା ସହ ମୃତ୍ୟୁ ମୁଖରୁ ବଞ୍ଚାଇବାରେ ଅଧିକ ସୁରକ୍ଷା ଯୋଗାଉଛି । କିନ୍ତୁ ଭବିଷ୍ୟତରେ ଆମକୁ ଏପରି ଟିକା ବିକଶିତ କରିବାକୁ ପଡିବ ଯାହା ସଂକ୍ରମଣକୁ ଆହୁରି ଅଧିକ ମଜଭୁତର ସହ ରୋକିପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି ଯେ ଆସନ୍ତା ଛଅରୁ ଆଠ ସପ୍ତାହ ମଧ୍ୟରେ ୟୁରୋପୀୟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର