କର୍ଣ୍ଣାଟକରେ ପରିବାର ସହ ବୁଲିବାକୁ ଯାଇଥିବା କେରଳର ନିଖୋଜ ନାବାଳିକାଙ୍କ ମୃତଦେହ ୪ ଦିନ ପରେ ଉଦ୍ଧାର

Suryakanta Picture
Published On

କର୍ଣ୍ଣାଟକର ଚିକ୍କାମାଗାଲୁରୁ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପରିବାର ସହ ଟ୍ରେକିଂରେ ଯାଇ ନିଖୋଜ ହୋଇଥିବା କେରଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ମୃତଦେହ ୪ ଦିନ ପରେ ଠାବ କରାଯାଇଛି। ମୃତ ନାବାଳିକା ଜଣକ କେରଳର ପଲକ୍କଡ଼ ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ରୀ ଶ୍ରୀନନ୍ଦା ବୋଲି ଜଣାପଡିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ବିଶ୍ୱ ଇନ୍ଧନ ସଙ୍କଟ: ଦେଶରେ ୯୯୩ ଟଙ୍କା ମହଙ୍ଗା ହେଲା କମର୍ସିଆଲ୍ LPG ଗ୍ୟାସ୍ ସିଲିଣ୍ଡର

ପରିବାର ସହ ବୁଲିବାକୁ ଯାଇଥିଲେ ହମ୍ପି ଓ ଚିକ୍କାମାଗାଲୁରୁ

ସୂଚନା ଅନୁଯାୟୀ, ଗତ ଏପ୍ରିଲ ୭ ତାରିଖ ଦିନ ଶ୍ରୀନନ୍ଦା ନିଜ ପରିବାର ଓ ସମ୍ପର୍କୀୟଙ୍କ ସମେତ ପାଖାପାଖି ୪୦ ଜଣିଆ ଦଳ ସହ କର୍ଣ୍ଣାଟକ ବୁଲିବାକୁ ଆସିଥିଲେ। ପ୍ରଥମେ ସେମାନେ ଉତ୍ତର କର୍ଣ୍ଣାଟକରେ ଥିବା ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳୀ ହମ୍ପି ବୁଲିବା ପରେ ଚିକ୍କାମାଗାଲୁରୁ ଯାଇଥିଲେ। ସେଠାରେ ଥିବା ପ୍ରସିଦ୍ଧ ଚନ୍ଦ୍ରଦ୍ରୋଣ ପାହାଡ଼ ଏବଂ ମାଣିକ୍ୟଧାରା ଜଳପ୍ରପାତ ଅଞ୍ଚଳରେ ଟ୍ରେକିଂ କରୁଥିବା ବେଳେ ସନ୍ଧ୍ୟା ସମୟରେ ହଠାତ୍ ଶ୍ରୀନନ୍ଦା ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ, ଯାହା ପରେ ସ୍ଥାନୀୟ ପୋଲିସରେ ଅଭିଯୋଗ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଚାଲିଛି ଭୋଟ୍ ଗଣତି, ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

୧୫୦୦ ଫୁଟ୍ ତଳୁ ମିଳିଲା ମୃତଦେହ

ଅଭିଯୋଗ ପାଇବା ପରେ କର୍ଣ୍ଣାଟକ ପୋଲିସ ଏବଂ ବନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ପ୍ରାୟ ୬୦ଟି ଟିମ୍ ଏହି ଖୋଜାଖୋଜିରେ ନିୟୋଜିତ ହୋଇଥିଲେ। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଡ୍ରୋନ୍ କ୍ୟାମେରା, ଥର୍ମାଲ୍ ଇମେଜିଂ ଏବଂ ଉଦ୍ଧାରକାରୀ ଦଳ ଦଉଡ଼ି ସାହାଯ୍ୟରେ ତନ୍ନ ତନ୍ନ କରି ଖୋଜିଥିଲେ। ଶେଷରେ ଲଗାତାର ୪ ଦିନ ପରେ ମାଣିକ୍ୟଧାରା ଭ୍ୟୁପଏଣ୍ଟରୁ ପ୍ରାୟ ୧୫୦୦ ଫୁଟ୍ ତଳେ ଥିବା ଏକ ଖାଇ ମଧ୍ୟରୁ ଶ୍ରୀନନ୍ଦାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯେଉଁ ସ୍ଥାନରେ ସେ ଶେଷଥର ପାଇଁ ଦେଖାଯାଇଥିଲେ, ତାର ମାତ୍ର ୧୫୦ ମିଟର ଦୂରରୁ ତାଙ୍କ ମୃତଦେହ ମିଳିଥିଲା।

ଆହୁରି ପଢ଼ନ୍ତୁ: ନାସିକ ଟିସିଏସ ଧର୍ମାନ୍ତରଣ ମାମଲା: ଫ୍ଲାଟରେ ଲୁଚିଥିବା ମୁଖ୍ୟ ଅଭିଯୁକ୍ତ ନିଦା ଖାନ ଗିରଫ

ଦୁର୍ଘଟଣା ନା ଅନ୍ୟ କିଛି କାରଣ?

ଚିକ୍କାମାଗାଲୁରୁ ଏସପି ଜିତେନ୍ଦ୍ର କୁମାର ଦୟାମା ସୂଚନା ଦେଇ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଅନୁମାନ କରାଯାଉଛି। ଭ୍ୟୁପଏଣ୍ଟରେ ଲାଗିଥିବା ବ୍ୟାରିକେଡ୍ ପାର୍ ହେବାକୁ ଚେଷ୍ଟା କରୁଥିବା ବେଳେ ଗୋଡ଼ ଖସିଯିବାରୁ ସେ ତଳକୁ ଖସିପଡ଼ିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ପରିବାର ଲୋକେ ପ୍ରଥମେ ଅପହରଣର ସନ୍ଦେହ କରିଥିଲେ ମଧ୍ୟ ପରେ ନାବାଳିକାଙ୍କ ମାମୁଁ ସ୍ପଷ୍ଟ କରିଛନ୍ତି ଯେ ଝିଅଟି ପୂର୍ବରୁ ମଧ୍ୟ ବ୍ୟାରିକେଡ୍ ଡେଇଁବାକୁ ଚେଷ୍ଟା କରି ଗାଳି ଶୁଣିଥିଲେ। ପୋଲିସ ବର୍ତ୍ତମାନ ସମସ୍ତ ଦିଗରୁ ଘଟଣାର ତଦନ୍ତ ଜାରି ରଖିଛି। ମୃତଦେହକୁ ବ୍ୟବଚ୍ଛେଦ ପରେ ତାଙ୍କ ପୈତୃକ ଗ୍ରାମ ପଲକ୍କଡ଼କୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

11 Apr 2026 By Suryakanta

କର୍ଣ୍ଣାଟକରେ ପରିବାର ସହ ବୁଲିବାକୁ ଯାଇଥିବା କେରଳର ନିଖୋଜ ନାବାଳିକାଙ୍କ ମୃତଦେହ ୪ ଦିନ ପରେ ଉଦ୍ଧାର

କର୍ଣ୍ଣାଟକର ଚିକ୍କାମାଗାଲୁରୁ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପରିବାର ସହ ଟ୍ରେକିଂରେ ଯାଇ ନିଖୋଜ ହୋଇଥିବା କେରଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ମୃତଦେହ ୪ ଦିନ ପରେ ଠାବ କରାଯାଇଛି। ମୃତ ନାବାଳିକା ଜଣକ କେରଳର ପଲକ୍କଡ଼ ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ରୀ ଶ୍ରୀନନ୍ଦା ବୋଲି ଜଣାପଡିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ପରିବାର ସହ ବୁଲିବାକୁ ଯାଇଥିଲେ ହମ୍ପି ଓ ଚିକ୍କାମାଗାଲୁରୁ

ସୂଚନା ଅନୁଯାୟୀ, ଗତ ଏପ୍ରିଲ ୭ ତାରିଖ ଦିନ ଶ୍ରୀନନ୍ଦା ନିଜ ପରିବାର ଓ ସମ୍ପର୍କୀୟଙ୍କ ସମେତ ପାଖାପାଖି ୪୦ ଜଣିଆ ଦଳ ସହ କର୍ଣ୍ଣାଟକ ବୁଲିବାକୁ ଆସିଥିଲେ। ପ୍ରଥମେ ସେମାନେ ଉତ୍ତର କର୍ଣ୍ଣାଟକରେ ଥିବା ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳୀ ହମ୍ପି ବୁଲିବା ପରେ ଚିକ୍କାମାଗାଲୁରୁ ଯାଇଥିଲେ। ସେଠାରେ ଥିବା ପ୍ରସିଦ୍ଧ ଚନ୍ଦ୍ରଦ୍ରୋଣ ପାହାଡ଼ ଏବଂ ମାଣିକ୍ୟଧାରା ଜଳପ୍ରପାତ ଅଞ୍ଚଳରେ ଟ୍ରେକିଂ କରୁଥିବା ବେଳେ ସନ୍ଧ୍ୟା ସମୟରେ ହଠାତ୍ ଶ୍ରୀନନ୍ଦା ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ, ଯାହା ପରେ ସ୍ଥାନୀୟ ପୋଲିସରେ ଅଭିଯୋଗ କରାଯାଇଥିଲା।

୧୫୦୦ ଫୁଟ୍ ତଳୁ ମିଳିଲା ମୃତଦେହ

ଅଭିଯୋଗ ପାଇବା ପରେ କର୍ଣ୍ଣାଟକ ପୋଲିସ ଏବଂ ବନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ପ୍ରାୟ ୬୦ଟି ଟିମ୍ ଏହି ଖୋଜାଖୋଜିରେ ନିୟୋଜିତ ହୋଇଥିଲେ। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଡ୍ରୋନ୍ କ୍ୟାମେରା, ଥର୍ମାଲ୍ ଇମେଜିଂ ଏବଂ ଉଦ୍ଧାରକାରୀ ଦଳ ଦଉଡ଼ି ସାହାଯ୍ୟରେ ତନ୍ନ ତନ୍ନ କରି ଖୋଜିଥିଲେ। ଶେଷରେ ଲଗାତାର ୪ ଦିନ ପରେ ମାଣିକ୍ୟଧାରା ଭ୍ୟୁପଏଣ୍ଟରୁ ପ୍ରାୟ ୧୫୦୦ ଫୁଟ୍ ତଳେ ଥିବା ଏକ ଖାଇ ମଧ୍ୟରୁ ଶ୍ରୀନନ୍ଦାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯେଉଁ ସ୍ଥାନରେ ସେ ଶେଷଥର ପାଇଁ ଦେଖାଯାଇଥିଲେ, ତାର ମାତ୍ର ୧୫୦ ମିଟର ଦୂରରୁ ତାଙ୍କ ମୃତଦେହ ମିଳିଥିଲା।

ଦୁର୍ଘଟଣା ନା ଅନ୍ୟ କିଛି କାରଣ?

ଚିକ୍କାମାଗାଲୁରୁ ଏସପି ଜିତେନ୍ଦ୍ର କୁମାର ଦୟାମା ସୂଚନା ଦେଇ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଅନୁମାନ କରାଯାଉଛି। ଭ୍ୟୁପଏଣ୍ଟରେ ଲାଗିଥିବା ବ୍ୟାରିକେଡ୍ ପାର୍ ହେବାକୁ ଚେଷ୍ଟା କରୁଥିବା ବେଳେ ଗୋଡ଼ ଖସିଯିବାରୁ ସେ ତଳକୁ ଖସିପଡ଼ିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ପରିବାର ଲୋକେ ପ୍ରଥମେ ଅପହରଣର ସନ୍ଦେହ କରିଥିଲେ ମଧ୍ୟ ପରେ ନାବାଳିକାଙ୍କ ମାମୁଁ ସ୍ପଷ୍ଟ କରିଛନ୍ତି ଯେ ଝିଅଟି ପୂର୍ବରୁ ମଧ୍ୟ ବ୍ୟାରିକେଡ୍ ଡେଇଁବାକୁ ଚେଷ୍ଟା କରି ଗାଳି ଶୁଣିଥିଲେ। ପୋଲିସ ବର୍ତ୍ତମାନ ସମସ୍ତ ଦିଗରୁ ଘଟଣାର ତଦନ୍ତ ଜାରି ରଖିଛି। ମୃତଦେହକୁ ବ୍ୟବଚ୍ଛେଦ ପରେ ତାଙ୍କ ପୈତୃକ ଗ୍ରାମ ପଲକ୍କଡ଼କୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର