ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

The Sakala Picture
Published On

ଇସଲାମାବାଦ : ଆତଙ୍କବାଦୀକୁ ରାଷ୍ଟ୍ରନୀତି କରିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କ ବିରୋଧରେ ବିରୋଧୀ ଦଳଗୁଡିକ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ମଙ୍ଗଳବାର ସଂସଦରେ ଏହା ଆଗତ ହୋଇଛି। ଏହି ପ୍ରସ୍ତାବରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଶହେ ସାଂସଦଙ୍କ ସ୍ବାକ୍ଷର ରହିଛି। ପାକିସ୍ତାନ ସମ୍ବିଧାନ ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ଉପରେ ୬୮ ସଦସ୍ୟଙ୍କ ସ୍ବାକ୍ଷର ଆବଶ୍ୟକ ହୋଇଥାଏ। ବାଚସ୍ପତି ଅସଦ କୈସର ଆଗାମୀ ଦୁଇରୁ […]

ଇସଲାମାବାଦ : ଆତଙ୍କବାଦୀକୁ ରାଷ୍ଟ୍ରନୀତି କରିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କ ବିରୋଧରେ ବିରୋଧୀ ଦଳଗୁଡିକ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ମଙ୍ଗଳବାର ସଂସଦରେ ଏହା ଆଗତ ହୋଇଛି। ଏହି ପ୍ରସ୍ତାବରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଶହେ ସାଂସଦଙ୍କ ସ୍ବାକ୍ଷର ରହିଛି। ପାକିସ୍ତାନ ସମ୍ବିଧାନ ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ଉପରେ ୬୮ ସଦସ୍ୟଙ୍କ ସ୍ବାକ୍ଷର ଆବଶ୍ୟକ ହୋଇଥାଏ। ବାଚସ୍ପତି ଅସଦ କୈସର ଆଗାମୀ ଦୁଇରୁ ସାତ ଦିନ ମଧ୍ୟରେ ଏହି ପ୍ରସ୍ତାବ ଉପରେ ମତଦାନ କରିବେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ପାକିସ୍ତାନ ସଂସଦରେ ୩୪୨ ସଦସ୍ୟ ଅଛନ୍ତି। ଏହି ପ୍ରସ୍ତାବ ପାରିତ ହେବା ପାଇଁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଏହା ପୂର୍ବରୁ ପିପିପି ମୁଖ୍ୟ ବିଲାୱଲ ଭୁଟ୍ଟୋ ଇସ୍ତଫା ଦେବା ପାଇଁ ଇମ୍ରାନ ୨୪ ଘଣ୍ଟା ସମୟ ଦେଇଥିଲେ। ସେ ଇମ୍ରାନଙ୍କୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର କାଠ କଣ୍ଡେଇ କହିଥିଲେ। ବିଲାୱଲ ଭୁଟ୍ଟୋ ଜରଦାରୀ ଏକ ରାଲିରେ କହିଥିଲେ ଯେ ଇମ୍ରାନ ଖାନ ଦେଶର କ୍ଷମତାଠାରୁ ତିନି ଗୁଣ ଅଧିକ ରୁଣ ଆଣିବାକୁ ଭିକ ମାଗିଛନ୍ତି। ଆର୍ଥିକ କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି। ଲୋକ ସେମାନଙ୍କ ନୀତିକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଇମ୍ରାନ ଖାନ ଏବଂ ତାଙ୍କ ସରକାର ୨୪ ଘଣ୍ଟାରେ ଇସ୍ତଫା ଦିଅନ୍ତୁ, ନଚେତ ଗଣତାନ୍ତ୍ରିକ ଉପାୟରେ ତାଙ୍କୁ ପଦରୁ ହଟାଇ ଦିଆଯିବ। ଅନ୍ୟପକ୍ଷରେ ଇମ୍ରାନ ସଂସଦରେ ଏହି ପ୍ରସ୍ତାବ କାଟ ଖାଇବା ନେଇ ଭରସା କରିଛନ୍ତି। ସେ କହିଛନ୍ତି ଯେ ସହଯୋଗୀ ଦଳ ମତ ବଦଳାଇଲେ ମେଣ୍ଟ ସରକାର ଭାଙ୍ଗିଯିବ। ଗଣତାନ୍ତ୍ରିକ ସରକାରରେ ଏହା ଅସମ୍ଭବ ମଧ୍ୟ ନୁହେଁ। କିନ୍ତୁ ଦେଶର ଶକ୍ତିଶାଳୀ ସେନା ତାଙ୍କ ସହ ରହିଛି। ସରକାର ଭାଙ୍ଗିବନି ବୋଲି ସେ ଆଶାବାଦୀ ଅଛନ୍ତି। ପ୍ରସ୍ତାବ ଖାରଜ ହେବାପରେ ବିରୋଧୀ ଏହାର ଫଳ ଭୋଗିବେ। କାରଣ ଲୋକେ ବିରୋଧୀଙ୍କୁ ସମର୍ଥନ କରୁନାହାନ୍ତି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର