ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗ, ମମତା ସରକାରଙ୍କ ଯାଞ୍ଚ କମିଟି ଉପରେ ରୋକ ଲଗାଇଲା ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ :  ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ବି. ଲୋକୁରଙ୍କ ନେତୃତ୍ୱରେ ଚାଲିଥିବା ତଦନ୍ତ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ପୋଗସସ୍ ମାମଲାରେ ତଦନ୍ତ କରିବା ଲାଗି ପଶ୍ଚିମବଙ୍ଗ ସରକାର ଜଷ୍ଟିସ୍ ଏମ.ବି. ଲୋକୁରଙ୍କ ଅଧ୍ୟକ୍ଷତାରେ ଦୁଇ ଜଣିଆ ସଦସ୍ୟ ବିଶିଷ୍ଠ ଏକ କମିଶନ ଗଠନ କରିଥିଲା । ଏହି କମିଟି ଆଉ ଏହି ମାମଲାରେ ଅଧିକ ତଦନ୍ତ କରିପାରିବ ନାହିଁ ବୋଲି […]

ନୂଆଦିଲ୍ଲୀ :  ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ବି. ଲୋକୁରଙ୍କ ନେତୃତ୍ୱରେ ଚାଲିଥିବା ତଦନ୍ତ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ପୋଗସସ୍ ମାମଲାରେ ତଦନ୍ତ କରିବା ଲାଗି ପଶ୍ଚିମବଙ୍ଗ ସରକାର ଜଷ୍ଟିସ୍ ଏମ.ବି. ଲୋକୁରଙ୍କ ଅଧ୍ୟକ୍ଷତାରେ ଦୁଇ ଜଣିଆ ସଦସ୍ୟ ବିଶିଷ୍ଠ ଏକ କମିଶନ ଗଠନ କରିଥିଲା । ଏହି କମିଟି ଆଉ ଏହି ମାମଲାରେ ଅଧିକ ତଦନ୍ତ କରିପାରିବ ନାହିଁ ବୋଲି କହିଛି ସୁପ୍ରିମକୋର୍ଟ ।ଏପରିକି ତଦନ୍ତ କମିଶନଙ୍କୁ ନୋଟିସ କରି ଗ୍ଲୋବାଲ ଭିଲେଜ ଫାଉଣ୍ଡେସନ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମାଗିଛନ୍ତି ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ଶୁକ୍ରବାର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ଉପରେ ରୋକ୍ ଲଗାଇଛି । ଜଷ୍ଟିସ ଲୋକୁରଙ୍କ ନେତୃତ୍ୱରେ ଗଠିତ କମିଶନ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ଆଉ ଆଗେଇବ ନାହିଁ ବୋଲି ପଶ୍ଚିମବଙ୍ଗ ସରକାରଙ୍କୁ କହିବା ସତ୍ତ୍ୱେ ଏହି କମିଶନ ନିଜ ପ୍ରକ୍ରିୟା ଆରମ୍ଭ କରିଥିଲା । ଇସ୍ରାଏଲ ସ୍ପାଏ ଓ୍ବେର ପେଗାସସ ଜରିଆରେ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ ଲାଗି ସୁପ୍ରିମକୋର୍ଟ ଗତ ଅକ୍ଟୋବର ୨୭ ତାରିଖରେ ଏକ ତିନି ଜଣିଆ କମିଟି ଗଠନ କରିଥିଲେ । ଏଥିରେ ରହିଥିଲେ ସାଇବର ଏକ୍ସପର୍ଟଙ୍କ ସମେତ ଅନ୍ୟ ବ୍ୟକ୍ତି । ଜଷ୍ଟିସ ଲୋକୁରଙ୍କ ପ୍ୟାନେଲରେ ସଦସ୍ୟ ରହିଥିଲେ କଲିକତା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟ ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

17 Dec 2021 By The Sakala

ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗ, ମମତା ସରକାରଙ୍କ ଯାଞ୍ଚ କମିଟି ଉପରେ ରୋକ ଲଗାଇଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ବି. ଲୋକୁରଙ୍କ ନେତୃତ୍ୱରେ ଚାଲିଥିବା ତଦନ୍ତ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ପୋଗସସ୍ ମାମଲାରେ ତଦନ୍ତ କରିବା ଲାଗି ପଶ୍ଚିମବଙ୍ଗ ସରକାର ଜଷ୍ଟିସ୍ ଏମ.ବି. ଲୋକୁରଙ୍କ ଅଧ୍ୟକ୍ଷତାରେ ଦୁଇ ଜଣିଆ ସଦସ୍ୟ ବିଶିଷ୍ଠ ଏକ କମିଶନ ଗଠନ କରିଥିଲା । ଏହି କମିଟି ଆଉ ଏହି ମାମଲାରେ ଅଧିକ ତଦନ୍ତ କରିପାରିବ ନାହିଁ ବୋଲି କହିଛି ସୁପ୍ରିମକୋର୍ଟ ।ଏପରିକି ତଦନ୍ତ କମିଶନଙ୍କୁ ନୋଟିସ କରି ଗ୍ଲୋବାଲ ଭିଲେଜ ଫାଉଣ୍ଡେସନ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମାଗିଛନ୍ତି ।

ଶୁକ୍ରବାର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ଉପରେ ରୋକ୍ ଲଗାଇଛି । ଜଷ୍ଟିସ ଲୋକୁରଙ୍କ ନେତୃତ୍ୱରେ ଗଠିତ କମିଶନ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ଆଉ ଆଗେଇବ ନାହିଁ ବୋଲି ପଶ୍ଚିମବଙ୍ଗ ସରକାରଙ୍କୁ କହିବା ସତ୍ତ୍ୱେ ଏହି କମିଶନ ନିଜ ପ୍ରକ୍ରିୟା ଆରମ୍ଭ କରିଥିଲା । ଇସ୍ରାଏଲ ସ୍ପାଏ ଓ୍ବେର ପେଗାସସ ଜରିଆରେ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ ଲାଗି ସୁପ୍ରିମକୋର୍ଟ ଗତ ଅକ୍ଟୋବର ୨୭ ତାରିଖରେ ଏକ ତିନି ଜଣିଆ କମିଟି ଗଠନ କରିଥିଲେ । ଏଥିରେ ରହିଥିଲେ ସାଇବର ଏକ୍ସପର୍ଟଙ୍କ ସମେତ ଅନ୍ୟ ବ୍ୟକ୍ତି । ଜଷ୍ଟିସ ଲୋକୁରଙ୍କ ପ୍ୟାନେଲରେ ସଦସ୍ୟ ରହିଥିଲେ କଲିକତା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର