ବରିଷ୍ଠ ସାମ୍ୱାଦିକ ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରଲୋକ

The Sakala Picture
Published On

ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆ । ୬୭ ବର୍ଷରେ ଆଖିବୁଜିଛନ୍ତି ଦେଶର ପରିଚିତ ଓ ପ୍ରତିଷ୍ଠିତ ସାମ୍ବାଦିକ ବିନୋଦ ଦୁଆ ।କରୋନାରେ ଆକ୍ରାନ୍ତ ହୋଇ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିଲେ। କୋଭିଡ୍‌ ୧୯ରୁ ସୁସ୍ଥ ହେବା ପରେ ତାଙ୍କ ଠାରେ ସ୍ୱାସ୍ଥ୍ୟ ଜନିତ ଅନ୍ୟାନ୍ୟ ସମସ୍ୟା ଦେଖାଯାଉଥିଲା। ତେଣୁ ତାଙ୍କୁ ନିକଟରେ ପୁଣି ଥରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଆଉ […]

ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆ । ୬୭ ବର୍ଷରେ ଆଖିବୁଜିଛନ୍ତି ଦେଶର ପରିଚିତ ଓ ପ୍ରତିଷ୍ଠିତ ସାମ୍ବାଦିକ ବିନୋଦ ଦୁଆ ।କରୋନାରେ ଆକ୍ରାନ୍ତ ହୋଇ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିଲେ। କୋଭିଡ୍‌ ୧୯ରୁ ସୁସ୍ଥ ହେବା ପରେ ତାଙ୍କ ଠାରେ ସ୍ୱାସ୍ଥ୍ୟ ଜନିତ ଅନ୍ୟାନ୍ୟ ସମସ୍ୟା ଦେଖାଯାଉଥିଲା। ତେଣୁ ତାଙ୍କୁ ନିକଟରେ ପୁଣି ଥରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆସନ୍ତାକାଲି ଦିଲ୍ଲୀ ବିନୋଦ ଦୁଆଙ୍କ ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ଝିଅ ମଲ୍ଲିକା ଦୁଆ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

୧୯୫୪ ମାର୍ଚ୍ଚ ୧୧ରେ ଜନ୍ମଗ୍ରହଣ କରିଥିଲେ ବିନୋଦ । ଦୂରଦର୍ଶନ ଓ ଏନଡିଟିଭି ଇଣ୍ଡିଆରେ କାର୍ଯ୍ୟ କରି ସେ ଦେଶରେ ଜଣେ ଚର୍ଚ୍ଚିତ ସାମ୍ବାଦିକ ଭାବେ ଖ୍ୟାତି ଅର୍ଜନ କରିଥିଲେ । ୧୯୯୬ରେ ତାଙ୍କୁ ପ୍ରଖ୍ୟାତ ରାମନାଥ ଗୋଏଙ୍କା ଉତ୍କର୍ଷ ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ୨୦୦୮ରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ଜୀବନବ୍ୟାପୀ ସାଧାନା ଲାଗି ତାଙ୍କୁ ମୁମ୍ବାଇ ପ୍ରେସ କ୍ଲବ ପକ୍ଷରୁ ରେଡଲିଙ୍କ ସମ୍ମାନରେ ବିଭୂଷିତ କରାଯାଇଥିଲା । ଦିଲ୍ଲୀରେ ବାଲ୍ୟ ଜୀବନ କଟାଇଥିବା ବିନୋଦ ଅନେକ ସଂଗ୍ରାମ ଦେଇ ସାମ୍ବାଦିକତା କ୍ଷେତ୍ରରେ ସୁନାମ ସାଉଣ୍ଟିଥିଲେ । ସେ କେତେକ ସାମାଜିକ ଆନ୍ଦୋଳନ ସହ ମଧ୍ୟ ଜଡ଼ିତ ଥିଲେ । ଦୂରଦର୍ଶନରେ ପ୍ରଥମ ଥର ଲାଗି ସେ ୧୯୭୪ରେ ଏକ ଯୁବ କାର୍ୟ୍ୟକ୍ରମରେ ଆସି ପରିଚିତି ଲାଭ କରିଥିଲେ । ପରେ ସେ ଅମୃତସର ଟିଭିରେ ଯୋଗ ଦେଇଥିଲେ । ୧୯୮୪ରେ ସେ ପ୍ରଣୟ ରୟଙ୍କ ସହ ମିଶି ଅନେକ କାର୍ୟ୍ୟକ୍ରମରେ ଭାଗ ନେଇଥିଲେ ।

ଆହୁରି ପଢ଼ନ୍ତୁ: ସିଜେପି ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ମାମଲା: ଭୁଲ ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ସାମ୍ପ୍ରତିକ ରାଜନୀତିର ଜଣେ ବିଚକ୍ଷଣ ବିଶେଷଜ୍ଞ ଭାବେ ସବୁ ଦଳ ନିକଟରେ ପରିଚିତ ଥିଲେ ବିନୋଦ ଦୁଆ । ଦେଶର ଅଧିକାଂଶ ଟିଭି ଚାନେଲ ସହ ତାଙ୍କର ସମ୍ପର୍କ ରହିଥିଲା । ଏନଡିଟିଭିର ବହୁଚର୍ଚ୍ଚିତ ଜାଇକା ଇଣ୍ଡିଆ କା କାର୍ଯ୍ୟକ୍ରମ କରି ଚର୍ଚ୍ଚିତ ଥିଲେ । କେବଳ ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ପ୍ରସିଦ୍ଧି ରହିନଥିଲା ଏଥି ସହିତ ସମାଜସେବା ଓ ସାମାଜିକ ଆନ୍ଦୋଳନରେ ମଧ୍ୟ ବିନୋଦ ଦୁଆଙ୍କ ବଡ଼ ଭୂମିକା ଥିଲା।

04 Dec 2021 By The Sakala

ବରିଷ୍ଠ ସାମ୍ୱାଦିକ ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆ । ୬୭ ବର୍ଷରେ ଆଖିବୁଜିଛନ୍ତି ଦେଶର ପରିଚିତ ଓ ପ୍ରତିଷ୍ଠିତ ସାମ୍ବାଦିକ ବିନୋଦ ଦୁଆ ।କରୋନାରେ ଆକ୍ରାନ୍ତ ହୋଇ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିଲେ। କୋଭିଡ୍‌ ୧୯ରୁ ସୁସ୍ଥ ହେବା ପରେ ତାଙ୍କ ଠାରେ ସ୍ୱାସ୍ଥ୍ୟ ଜନିତ ଅନ୍ୟାନ୍ୟ ସମସ୍ୟା ଦେଖାଯାଉଥିଲା। ତେଣୁ ତାଙ୍କୁ ନିକଟରେ ପୁଣି ଥରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆସନ୍ତାକାଲି ଦିଲ୍ଲୀ ବିନୋଦ ଦୁଆଙ୍କ ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ଝିଅ ମଲ୍ଲିକା ଦୁଆ ସୂଚନା ଦେଇଛନ୍ତି।

୧୯୫୪ ମାର୍ଚ୍ଚ ୧୧ରେ ଜନ୍ମଗ୍ରହଣ କରିଥିଲେ ବିନୋଦ । ଦୂରଦର୍ଶନ ଓ ଏନଡିଟିଭି ଇଣ୍ଡିଆରେ କାର୍ଯ୍ୟ କରି ସେ ଦେଶରେ ଜଣେ ଚର୍ଚ୍ଚିତ ସାମ୍ବାଦିକ ଭାବେ ଖ୍ୟାତି ଅର୍ଜନ କରିଥିଲେ । ୧୯୯୬ରେ ତାଙ୍କୁ ପ୍ରଖ୍ୟାତ ରାମନାଥ ଗୋଏଙ୍କା ଉତ୍କର୍ଷ ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ୨୦୦୮ରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା ।

ଜୀବନବ୍ୟାପୀ ସାଧାନା ଲାଗି ତାଙ୍କୁ ମୁମ୍ବାଇ ପ୍ରେସ କ୍ଲବ ପକ୍ଷରୁ ରେଡଲିଙ୍କ ସମ୍ମାନରେ ବିଭୂଷିତ କରାଯାଇଥିଲା । ଦିଲ୍ଲୀରେ ବାଲ୍ୟ ଜୀବନ କଟାଇଥିବା ବିନୋଦ ଅନେକ ସଂଗ୍ରାମ ଦେଇ ସାମ୍ବାଦିକତା କ୍ଷେତ୍ରରେ ସୁନାମ ସାଉଣ୍ଟିଥିଲେ । ସେ କେତେକ ସାମାଜିକ ଆନ୍ଦୋଳନ ସହ ମଧ୍ୟ ଜଡ଼ିତ ଥିଲେ । ଦୂରଦର୍ଶନରେ ପ୍ରଥମ ଥର ଲାଗି ସେ ୧୯୭୪ରେ ଏକ ଯୁବ କାର୍ୟ୍ୟକ୍ରମରେ ଆସି ପରିଚିତି ଲାଭ କରିଥିଲେ । ପରେ ସେ ଅମୃତସର ଟିଭିରେ ଯୋଗ ଦେଇଥିଲେ । ୧୯୮୪ରେ ସେ ପ୍ରଣୟ ରୟଙ୍କ ସହ ମିଶି ଅନେକ କାର୍ୟ୍ୟକ୍ରମରେ ଭାଗ ନେଇଥିଲେ ।

ସାମ୍ପ୍ରତିକ ରାଜନୀତିର ଜଣେ ବିଚକ୍ଷଣ ବିଶେଷଜ୍ଞ ଭାବେ ସବୁ ଦଳ ନିକଟରେ ପରିଚିତ ଥିଲେ ବିନୋଦ ଦୁଆ । ଦେଶର ଅଧିକାଂଶ ଟିଭି ଚାନେଲ ସହ ତାଙ୍କର ସମ୍ପର୍କ ରହିଥିଲା । ଏନଡିଟିଭିର ବହୁଚର୍ଚ୍ଚିତ ଜାଇକା ଇଣ୍ଡିଆ କା କାର୍ଯ୍ୟକ୍ରମ କରି ଚର୍ଚ୍ଚିତ ଥିଲେ । କେବଳ ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ପ୍ରସିଦ୍ଧି ରହିନଥିଲା ଏଥି ସହିତ ସମାଜସେବା ଓ ସାମାଜିକ ଆନ୍ଦୋଳନରେ ମଧ୍ୟ ବିନୋଦ ଦୁଆଙ୍କ ବଡ଼ ଭୂମିକା ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର