ଲଖିମ୍‌ପୁର ଖେରି ହିଂସା ମାମଲା: ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ବାରା ‘ଏସ୍‌ଆଇଟି’ ତଦନ୍ତ କରାଇବାକୁ ସୁପ୍ରିମ କୋର୍ଟଙ୍କ ସୁପାରିସ୍

The Sakala Picture
Published On

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରି ମାମଲାରେ ଉତ୍ତର ପ୍ରଦେଶ ପୁଲିସ କରୁଥିବା ତଦନ୍ତ ଉପରେ ସୋମବାର ସୁପ୍ରିମ୍‌ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥି ସହ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କଦ୍ବାରା ‘ଏସ୍‌ଆଇଟି’ ତଦନ୍ତ ତଦାରଖ କରାଇବାକୁ ସୁପାରିସ କରିଛନ୍ତି। ଶୀର୍ଷ ଅଦାଲତର ପ୍ରଧାନ ବିଚାରପତି ଏନ୍‌. ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଲେ, ଏହି ଘଟଣାର ‘ସିବିଆଇ’ ତଦନ୍ତ କରାଯିବ ନାହିଁ। ‘ସିବିଆଇ’ ସବୁ ସମସ୍ୟାର ସମାଧାନ ନୁହେଁ। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ମାମଲାର […]

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରି ମାମଲାରେ ଉତ୍ତର ପ୍ରଦେଶ ପୁଲିସ କରୁଥିବା ତଦନ୍ତ ଉପରେ ସୋମବାର ସୁପ୍ରିମ୍‌ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥି ସହ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କଦ୍ବାରା ‘ଏସ୍‌ଆଇଟି’ ତଦନ୍ତ ତଦାରଖ କରାଇବାକୁ ସୁପାରିସ କରିଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଶୀର୍ଷ ଅଦାଲତର ପ୍ରଧାନ ବିଚାରପତି ଏନ୍‌. ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଲେ, ଏହି ଘଟଣାର ‘ସିବିଆଇ’ ତଦନ୍ତ କରାଯିବ ନାହିଁ। ‘ସିବିଆଇ’ ସବୁ ସମସ୍ୟାର ସମାଧାନ ନୁହେଁ। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ମାମଲାର ତଦନ୍ତ କରାଇବା ସହ ପୃଥକ୍‌ ଚାର୍ଜସିଟ୍‌ ଦାଖଲ କରନ୍ତୁ ବୋଲି ଆମେ ଚାହୁଁଛୁ। ସଂଗୃହୀତ ପ୍ରମାଣ ସବୁ ସୁରକ୍ଷିତ ରଖାଯାଉ ବୋଲି ମଧ୍ୟ ଆମେ ଚାହୁଁଛୁ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ସୁପ୍ରିମ୍‌ କୋର୍ଟ କହିଛନ୍ତି, ପ୍ରତିବାଦରତ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଯିବା ଏବଂ ଅଭିଯୁକ୍ତଙ୍କୁ ପିଟି ପିଟି ମାରିବା ଘଟଣାର ଯଥାର୍ଥ ତଦନ୍ତ କରାଯିବା ଉଚିତ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ସୂଚନା ଅନୁଯାୟୀ, ଏହି ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଛି। ଅକ୍ଟୋବର ୩ ତାରିଖରେ ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲ୍ଲାରେ ଏକ ଏସୟୁଭି ଗାଡ଼ି ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ହିଂସାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର