୧୫ ଦିନରେ ୫୦ ଟଙ୍କା ବଢ଼ିଲା ଗ୍ୟାସ୍ ଦର

The Sakala Picture
Published On

ନୂଆଦିଲ୍ଲୀ: ପୁଣି ବଢ଼ିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦାମ୍ । ତୈଳ କମ୍ପାନୀ ତରଫରୁ ପ୍ରତ୍ୟକ ସିଲିଣ୍ଡର୍ ପିଛା ୫୦ ଟଙ୍କା ବଢ଼ିଛି । ମାସ ଆରମ୍ଭରୁ ଲୋକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି । ଗୋଟିଏ ପଟେ ତୈଳଦର ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢ଼ି ଚାଲିଥିବା ବେଳେ ଗ୍ୟାସ୍ ଦର ବୃଦ୍ଧି ଗୃହିଣୀଙ୍କ ମୁଣ୍ଡରେ ଚଡ଼କ ପକାଇଛି । ବିଗାଡ଼ି ଦେଇଛି ମଧ୍ୟବିତ୍ତଙ୍କ ମାସିକ ବଜେଟ୍ । ଅଣ-ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଗ୍ୟାସ୍ […]

ନୂଆଦିଲ୍ଲୀ: ପୁଣି ବଢ଼ିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦାମ୍ । ତୈଳ କମ୍ପାନୀ ତରଫରୁ ପ୍ରତ୍ୟକ ସିଲିଣ୍ଡର୍ ପିଛା ୫୦ ଟଙ୍କା ବଢ଼ିଛି । ମାସ ଆରମ୍ଭରୁ ଲୋକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି । ଗୋଟିଏ ପଟେ ତୈଳଦର ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢ଼ି ଚାଲିଥିବା ବେଳେ ଗ୍ୟାସ୍ ଦର ବୃଦ୍ଧି ଗୃହିଣୀଙ୍କ ମୁଣ୍ଡରେ ଚଡ଼କ ପକାଇଛି । ବିଗାଡ଼ି ଦେଇଛି ମଧ୍ୟବିତ୍ତଙ୍କ ମାସିକ ବଜେଟ୍ ।

ଆହୁରି ପଢ଼ନ୍ତୁ: CEC ଜ୍ଞାନେଶ କୁମାରଙ୍କ ନିଲମ୍ବନ ଦାବି ଉପରେ ଅନ୍ତରୀଣ ଆଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ଅଣ-ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଦାମ ୨୫ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ଦର ୭୫ ଟଙ୍କା ବଢ଼ିଛି । ଏହି ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କେଜି ଏଲପିଜି ସିଲିଣ୍ଡର ଦର ୮୮୪ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ସିଲିଣ୍ଡର ଦର ୮୫୯ ଟଙ୍କା ୫୦ ପଇସା ଥିଲା ।

ଆହୁରି ପଢ଼ନ୍ତୁ: ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି: ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି, ୫.୫୦% ରେ ପହଞ୍ଚିଲା

ଦର ବୃଦ୍ଧି ପରେ କୋଲକାତାରେ ୧୪.୨ କେଜି ସିଲିଣ୍ଡର ଦାମ ୯୧୧ ଟଙ୍କା, ମୁମ୍ବାଇରେ ୮୮୪ ଟଙ୍କା ୫୦ ପଇସା, ଚେନ୍ନାଇରେ ୯୦୦ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ଚଳିତ ବର୍ଷ ଜାନୁଆରୀ ୧ରୁ ନେଇ ଆଜି ଯାଏଁ ୮ ମାସ ମଧ୍ୟରେ ଗ୍ୟାସ୍ ଦର ୧୯୦ ଟଙ୍କା ବୃଦ୍ଧି ପାଇଛି । ଜାନୁଆରୀରେ ଦିଲ୍ଲୀରେ ଘରୋଇ ଗ୍ୟାସ୍ ଦର ୬୯୪ ଟଙ୍କା ଥିଲା ଏବେ ଏହା ବୃଦ୍ଧି ପାଇ ୮୮୪ ଟଙ୍କା ୫୦ ପଇସାରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: H-1B ଭିସାଧାରୀଙ୍କୁ 'ବନ୍ଧା ଶ୍ରମିକ' କହିଲେ ଜେଡି ଭ୍ୟାନ୍ସ: ଭାରତର କଡ଼ା ପ୍ରତିକ୍ରିୟା

ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସର ଦର ନିୟମିତ ଭାବେ ବଢ଼ି ଚାଲିଛି । ଯାହାକୁ ନେଇ ଲୋକେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି । କିନ୍ତୁ, କେନ୍ଦ୍ରର କହିବା କଥା ସବୁକିଛି ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରେ । ସରକାରଙ୍କ ହାତରେ କିଛି ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର