ସଂକ୍ରମଣ ବୃଦ୍ଧି ପାଉଛି, ଦେଶବାସୀ ନିଜ ଯତ୍ନ ନିଅନ୍ତୁ କାରଣ ସରକାର ଦେଶ ସମ୍ପତ୍ତି ବିକ୍ରିରେ ବ୍ୟସ୍ତ: ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ନେଇ ଚିନ୍ତା ବ୍ୟକ୍ତି କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶବାସୀଙ୍କୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଜେ ନେବାକୁ ପଡିବ ବୋଲି କହିଛନ୍ତି । କାହିଁକି ନା କେନ୍ଦ୍ର ସରକାର ମହାମାରୀ କାଳରେ ଲୋକଙ୍କ କଥା ବୁଝିବା ବଦଳରେ ଦେଶର ସମ୍ପତ୍ତିକୁ ବିକ୍ରି କରିବାରେ ବ୍ୟସ୍ତ ବୋଲି ସେ କହିଛନ୍ତି । ଗତ ୭୦ ବର୍ଷ ହେବ ଦେଶର ଅର୍ଜିତ ସମ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ମହତ୍ବାକାଂକ୍ଷୀ ମୁଦ୍ରା […]

ନୂଆଦିଲ୍ଲୀ : ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ନେଇ ଚିନ୍ତା ବ୍ୟକ୍ତି କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶବାସୀଙ୍କୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଜେ ନେବାକୁ ପଡିବ ବୋଲି କହିଛନ୍ତି । କାହିଁକି ନା କେନ୍ଦ୍ର ସରକାର ମହାମାରୀ କାଳରେ ଲୋକଙ୍କ କଥା ବୁଝିବା ବଦଳରେ ଦେଶର ସମ୍ପତ୍ତିକୁ ବିକ୍ରି କରିବାରେ ବ୍ୟସ୍ତ ବୋଲି ସେ କହିଛନ୍ତି । ଗତ ୭୦ ବର୍ଷ ହେବ ଦେଶର ଅର୍ଜିତ ସମ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ମହତ୍ବାକାଂକ୍ଷୀ ମୁଦ୍ରା ସଂଗ୍ରହ ନୀତି ତଥା ନ୍ୟାସନାଲ ମନିଟାଇଜେସନ ପାଇପଲାଇନ(NMP)) ଯୋଜନା ଘୋଷଣା କରିବା ପରେ ବିକ୍ରୟ କରିବାରେ ବ୍ୟସ୍ତ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ରାହୁଲ ଟ୍ବିଟ୍‌ କରି କହିଛନ୍ତି ଯେ, ଦେଶରେ କରୋନା ମାମଲା ବଢ଼ିବା ସହ ଟିକାକରଣର ମନ୍ଥର ଗତି ଚିନ୍ତାଜନକ। ପରବର୍ତ୍ତୀ ଲହରୀର ଗମ୍ଭୀର ପରିଣାମକୁ ଏଡ଼ାଇବା ପାଇଁ ଟିକାକରଣର ଗତି ତ୍ୱରାନ୍ୱିତ କରିବାକୁ ପଡ଼ିବ । ଆପଣମାନେ ନିଜର ଯତ୍ନ ନିଅନ୍ତୁ, କାରଣ ଭାରତ ସରକାର ବର୍ତ୍ତମାନ ବିକ୍ରିବଟାରେ ବ୍ୟସ୍ତ । ପ୍ରକାଶ ଥାଉ କି, ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୬ ହଜାର୧୬୪ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ସହିତ ୬୦୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶର ମୋଟ ସଂଖ୍ୟା ୩,୨୫,୫୮,୫୩୦ ଏବଂ ମୃତ୍ୟୁ ସଂଖ୍ୟା ୪,୩୬,୩୬୫ କୁ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ ସୋମବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୬ ଲକ୍ଷ କୋଟି ଟଙ୍କାର ଜାତୀୟ ବିମୁଦ୍ରୀକରଣ ପାଇପଲାଇନ (NMP) ଘୋଷଣା କରିଥିଲେ। ଏହା ମାଧ୍ୟମରେ ବିଭିନ୍ନ କେନ୍ଦ୍ର ମନ୍ତ୍ରାଳୟ ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗଗୁଡ଼ିକର ମୁଦ୍ରୀକରଣ ବା ସମ୍ପତ୍ତି ବିକ୍ରି କରାଯିବ। ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ହୋଇଥିବା ଘୋଷଣା ମୁତାବକ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବଜେଟରେ ସମ୍ଭାବ୍ୟ ବ୍ରାଉନଫିଲ୍ଡ ସମ୍ପତ୍ତିଗୁଡ଼ିକର ଜାତୀୟ ମୁଦ୍ରୀକରଣ ପାଇପଲାଇନ ପ୍ରସ୍ତୁତି କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।୨୦୨୨ ଆର୍ଥିକ ବର୍ଷ ଠାରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ଚାରି ବର୍ଷର ଅବଧି ଲାଗି କେନ୍ଦ୍ର ସରକାରଙ୍କ ମୌଳିକ ସମ୍ପତି ଜରିଆରେ ୬ ଲକ୍ଷ କୋଟି ଟଙ୍କାର ସମ୍ଭାବ୍ୟ ମୁଦ୍ରୀକରଣ ଏନଏମପି ଜରିଆରେ କରାଯିବ ବୋଲି ଆକଳନ କରାଯାଇଛି। ବିକ୍ରି ହେବାକୁ ଥିବା ସମ୍ପତ୍ତି ମଧ୍ୟରେ ୯ଟି ପ୍ରମୁଖ ବନ୍ଦର ଏବଂ ୨ ଟି ଜାତୀୟ ଷ୍ଟାଡିୟମ୍ ୧୫ ରେଳ ଷ୍ଟାଡିୟମ, ୨୫ ବିମାନ ବନ୍ଦର ଏବଂ ୧୬୦ଟି କୋଇଲା ପ୍ରକଳ୍ପ ରହିଛି।

26 Aug 2021 By The Sakala

https://www.thesakala.in/national-international/infections-on-the-rise-people-should-take-care-of-themselves-because-the-government-is-busy-selling-property-rahul-gandhi/article-4926
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର