ରାୟପୁରର ଏକ ଡାକ୍ତରଖାନାରେ ଅଭାବନୀୟ ଘଟଣା: ସେପ୍ଟିକ୍ ଟ୍ୟାଙ୍କ୍ ସଫା କରିବା ବେଳେ ବିଷାକ୍ତ ଗ୍ୟାସ୍‌ରେ ୩ ଶ୍ରମିକଙ୍କ ମୃତ୍ୟୁ

Suryakanta Picture
Published On

ଛତିଶଗଡ଼ର ରାଜଧାନୀ ରାୟପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ଘରୋଇ ଡାକ୍ତରଖାନାର ସେପ୍ଟିକ୍ ଟ୍ୟାଙ୍କ୍ ସଫା କରିବା ସମୟରେ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ତିନି ଜଣ ଶ୍ରମିକଙ୍କର ପ୍ରାଣହାନି ଘଟିଛି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ବିଷାକ୍ତ ଗ୍ୟାସ୍‌ରେ ଗଲା ତିନି ଜୀବନ

ସୂଚନା ଅନୁଯାୟୀ, ରାୟପୁରର ପଚପେଡ଼ି ନାକା ଅଞ୍ଚଳରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଏହି ଅଘଟଣ ଘଟିଛି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭.୩୦ ମିନିଟ୍ ସମୟରେ ତିନି ଜଣ ସଫେଇ କର୍ମଚାରୀ ସେପ୍ଟିକ୍ ଟ୍ୟାଙ୍କ୍ ସଫା କରିବା ପାଇଁ ଭିତରକୁ ଯାଇଥିଲେ। ପ୍ରଥମେ ଜଣେ ଶ୍ରମିକ ଟ୍ୟାଙ୍କ୍ ଭିତରକୁ ଯାଇ ଅଚେତ ହୋଇପଡ଼ିଥିଲେ ଏବଂ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଜଣ ମଧ୍ୟ ବିଷାକ୍ତ ଗ୍ୟାସ୍‌ର ଶିକାର ହୋଇଥିଲେ। ମୃତକମାନେ ହେଲେ ସିମରନ୍ ସିଟି ଅଞ୍ଚଳର ବାସିନ୍ଦା ଗୋବିନ୍ଦ ସେନ୍ଦ୍ରେ, ଅନମୋଲ ମାଝୀ ଏବଂ ସତ୍ୟମ୍ କୁମାର। ଅକ୍ସିଜେନ୍ ଅଭାବ ଏବଂ ବିଷାକ୍ତ ଗ୍ୟାସ୍ କାରଣରୁ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ପରିବାର ଲୋକଙ୍କ ଆନ୍ଦୋଳନ ଓ କ୍ଷତିପୂରଣ ଘୋଷଣା

ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକେ ଡାକ୍ତରଖାନା ବାହାରେ ପ୍ରବଳ ହଙ୍ଗାମା କରିଥିଲେ। ବିନା କୌଣସି ସୁରକ୍ଷା ଉପକରଣ, ଅକ୍ସିଜେନ୍ ମାସ୍କ କିମ୍ବା ଗ୍ୟାସ୍ ଡିଟେକ୍ଟରରେ ଶ୍ରମିକମାନଙ୍କୁ କାମ କରିବାକୁ ପଠାଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ପିଲାମାନଙ୍କ ପାଠପଢ଼ା ପାଇଁ ମାସିକ ୨୦,୦୦୦ ଟଙ୍କା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ବିନା ମୂଲ୍ୟରେ ଚିକିତ୍ସା ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ପୋଲିସ ଓ ପ୍ରଶାସନର ତଦନ୍ତ ଜାରି

ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ୟାଙ୍କ୍ ଭିତରେ ଅତ୍ୟଧିକ ବିଷାକ୍ତ ଗ୍ୟାସ୍ ଥିବାରୁ ଶବଗୁଡ଼ିକୁ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଜଣାପଡ଼ିଥିଲେ ମଧ୍ୟ ସୁରକ୍ଷା ମାନଦଣ୍ଡ ପ୍ରତି କରାଯାଇଥିବା ଅବହେଳାକୁ ନେଇ ସ୍ଥାନୀୟ ପ୍ରଶାସନ କଡ଼ା ତଦନ୍ତର ନିର୍ଦ୍ଦେଶ ଦେଇଛି। ଦୋଷୀ ସାବ୍ୟସ୍ତ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର