ମମତାଙ୍କ 'ଅନୁପ୍ରବେଶ ଢାଞ୍ଚା ଆଶ୍ଚର୍ଯ୍ୟଜନକ': ସୁପ୍ରିମକୋର୍ଟରେ ବର୍ଷିଲା ଇଡି

Madhusudan Das Picture
Published On

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ସୁପ୍ରିମକୋର୍ଟରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛି। ତଦନ୍ତକାରୀ ସଂସ୍ଥା କହିଛି ଯେ, ଯେତେବେଳେ ବି ସାମ୍ବିଧାନିକ କର୍ତ୍ତୃପକ୍ଷ ନିଜର କାର୍ଯ୍ୟ ସମ୍ପାଦନ କରନ୍ତି, ମୁଖ୍ୟମନ୍ତ୍ରୀ ଜୋରଜବରଦସ୍ତି ଘଟଣାସ୍ଥଳରେ ପ୍ରବେଶ କରନ୍ତି। ଏହା ତାଙ୍କର ଏକ "ଆଶ୍ଚର୍ଯ୍ୟଜନକ ଢାଞ୍ଚା" (shocking pattern) ପାଲଟିଯାଇଛି ବୋଲି ଇଡି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇଛି। ତୃଣମୂଳ କଂଗ୍ରେସ ପାଇଁ କାମ କରୁଥିବା ପରାମର୍ଶଦାତା ସଂସ୍ଥା I-PAC ଉପରେ ହୋଇଥିବା ଚଢାଉ ସମୟରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପକୁ ନେଇ ଏହି ଶୁଣାଣି ଚାଲିଛି।

ଆହୁରି ପଢ଼ନ୍ତୁ: ଇରାନୀ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

ଇଡି ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ଯେ, କଲିକତା ହାଇକୋର୍ଟରେ ଯାହା ଘଟିଲା ତାହା "ଗଣତନ୍ତ୍ର ବଦଳରେ ଭିଡ଼ତନ୍ତ୍ର" (mobocracy)ର ପରିଚୟ ଦେଉଛି। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ। ଏହି ଘଟଣାରେ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର, କଲିକତା ପୋଲିସ କମିଶନର ମନୋଜ କୁମାର ବର୍ମା ଏବଂ ଅନ୍ୟ ଅଧିକାରୀଙ୍କୁ ନିଲମ୍ବିତ କରିବା ପାଇଁ ଇଡି ସୁପ୍ରିମକୋର୍ଟରେ ଦାବି କରିଛି।

ଆହୁରି ପଢ଼ନ୍ତୁ: ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଗୋଟିଏ ଦିନରେ ଚାରି ଥର ଗୃହ ମୁଲତବୀ

ଅନ୍ୟପକ୍ଷରେ, ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ ଯୁକ୍ତି ବାଢିଛନ୍ତି ଯେ ମମତା ବାନାର୍ଜୀ ତଦନ୍ତରେ କୌଣସି ବାଧା ସୃଷ୍ଟି କରିନାହାନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେବଳ I-PAC ମୁଖ୍ୟ ପ୍ରତୀକ ଜୈନଙ୍କ ଲାପଟପ୍ ଏବଂ ଆଇଫୋନ୍ ନିଜ ସହ ନେଇଥିଲେ, କାରଣ ସେଥିରେ ନିର୍ବାଚନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଦଳୀୟ ତଥ୍ୟ ରହିଥିଲା। ଶିବଲ ପ୍ରଶ୍ନ କରିଛନ୍ତି ଯେ, ନିର୍ବାଚନର ଠିକ୍ ପୂର୍ବରୁ ଇଡି କାହିଁକି ଏଭଳି ଚଢାଉ କରୁଛି, ଯେତେବେଳେ କି ଶେଷ ବୟାନ ୨୦୨୪ ଫେବୃଆରୀରେ ରେକର୍ଡ କରାଯାଇଥିଲା?

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ବିଚାରପତି ବିପୁଲ ପଞ୍ଚୋଲିଙ୍କ ଖଣ୍ଡପୀଠ କଲିକତା ହାଇକୋର୍ଟରେ ହୋଇଥିବା ହଟ୍ଟଗୋଳକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ହାଇକୋର୍ଟ ପରିସରରେ ଏଭଳି ବିଶୃଙ୍ଖଳା ଅତ୍ୟନ୍ତ ବିଚଳିତ କଲାଭଳି ଘଟଣା। ଉଲ୍ଲେଖଯୋଗ୍ୟ ଯେ, I-PAC ମୁଖ୍ୟଙ୍କ ବାସଭବନରେ ଇଡି ଚଢାଉ ବେଳେ ମମତା ବାନାର୍ଜୀ ସେଠାରେ ପହଞ୍ଚିବା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

15 Jan 2026 By Madhusudan Das

ମମତାଙ୍କ 'ଅନୁପ୍ରବେଶ ଢାଞ୍ଚା ଆଶ୍ଚର୍ଯ୍ୟଜନକ': ସୁପ୍ରିମକୋର୍ଟରେ ବର୍ଷିଲା ଇଡି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ସୁପ୍ରିମକୋର୍ଟରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛି। ତଦନ୍ତକାରୀ ସଂସ୍ଥା କହିଛି ଯେ, ଯେତେବେଳେ ବି ସାମ୍ବିଧାନିକ କର୍ତ୍ତୃପକ୍ଷ ନିଜର କାର୍ଯ୍ୟ ସମ୍ପାଦନ କରନ୍ତି, ମୁଖ୍ୟମନ୍ତ୍ରୀ ଜୋରଜବରଦସ୍ତି ଘଟଣାସ୍ଥଳରେ ପ୍ରବେଶ କରନ୍ତି। ଏହା ତାଙ୍କର ଏକ "ଆଶ୍ଚର୍ଯ୍ୟଜନକ ଢାଞ୍ଚା" (shocking pattern) ପାଲଟିଯାଇଛି ବୋଲି ଇଡି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇଛି। ତୃଣମୂଳ କଂଗ୍ରେସ ପାଇଁ କାମ କରୁଥିବା ପରାମର୍ଶଦାତା ସଂସ୍ଥା I-PAC ଉପରେ ହୋଇଥିବା ଚଢାଉ ସମୟରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପକୁ ନେଇ ଏହି ଶୁଣାଣି ଚାଲିଛି।

ଇଡି ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି ଯେ, କଲିକତା ହାଇକୋର୍ଟରେ ଯାହା ଘଟିଲା ତାହା "ଗଣତନ୍ତ୍ର ବଦଳରେ ଭିଡ଼ତନ୍ତ୍ର" (mobocracy)ର ପରିଚୟ ଦେଉଛି। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ। ଏହି ଘଟଣାରେ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର, କଲିକତା ପୋଲିସ କମିଶନର ମନୋଜ କୁମାର ବର୍ମା ଏବଂ ଅନ୍ୟ ଅଧିକାରୀଙ୍କୁ ନିଲମ୍ବିତ କରିବା ପାଇଁ ଇଡି ସୁପ୍ରିମକୋର୍ଟରେ ଦାବି କରିଛି।

ଅନ୍ୟପକ୍ଷରେ, ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ ଯୁକ୍ତି ବାଢିଛନ୍ତି ଯେ ମମତା ବାନାର୍ଜୀ ତଦନ୍ତରେ କୌଣସି ବାଧା ସୃଷ୍ଟି କରିନାହାନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେବଳ I-PAC ମୁଖ୍ୟ ପ୍ରତୀକ ଜୈନଙ୍କ ଲାପଟପ୍ ଏବଂ ଆଇଫୋନ୍ ନିଜ ସହ ନେଇଥିଲେ, କାରଣ ସେଥିରେ ନିର୍ବାଚନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଦଳୀୟ ତଥ୍ୟ ରହିଥିଲା। ଶିବଲ ପ୍ରଶ୍ନ କରିଛନ୍ତି ଯେ, ନିର୍ବାଚନର ଠିକ୍ ପୂର୍ବରୁ ଇଡି କାହିଁକି ଏଭଳି ଚଢାଉ କରୁଛି, ଯେତେବେଳେ କି ଶେଷ ବୟାନ ୨୦୨୪ ଫେବୃଆରୀରେ ରେକର୍ଡ କରାଯାଇଥିଲା?

ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ବିଚାରପତି ବିପୁଲ ପଞ୍ଚୋଲିଙ୍କ ଖଣ୍ଡପୀଠ କଲିକତା ହାଇକୋର୍ଟରେ ହୋଇଥିବା ହଟ୍ଟଗୋଳକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ହାଇକୋର୍ଟ ପରିସରରେ ଏଭଳି ବିଶୃଙ୍ଖଳା ଅତ୍ୟନ୍ତ ବିଚଳିତ କଲାଭଳି ଘଟଣା। ଉଲ୍ଲେଖଯୋଗ୍ୟ ଯେ, I-PAC ମୁଖ୍ୟଙ୍କ ବାସଭବନରେ ଇଡି ଚଢାଉ ବେଳେ ମମତା ବାନାର୍ଜୀ ସେଠାରେ ପହଞ୍ଚିବା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର