‘ଅପରେସନ ସିନ୍ଦୂର’ ପାକିସ୍ତାନର ଆଣବିକ ଧମକକୁ ଚୁରମାର କରିଛି: ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ

Madhusudan Das Picture
Published On

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସେନା ଦିବସ ପୂର୍ବରୁ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ‘ଅପରେସନ ସିନ୍ଦୂର’ ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସେନାର ଏହି ସାହସିକ ପଦକ୍ଷେପ ପାକିସ୍ତାନର ଦୀର୍ଘ ଦିନର ‘ଆଣବିକ ଧମକ’ ବା ନ୍ୟୁକ୍ଲିୟର ବ୍ଲଫକୁ ଭାଙ୍ଗି ଚୁରମାର କରିଦେଇଛି।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ସେନାଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ, ପାହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ଏକ ଦୃଢ଼ ନିଷ୍ପତ୍ତି ନିଆଯାଇଥିଲା। ଏହାର ଜବାବରେ ‘ଅପରେସନ ସିନ୍ଦୂର’ର ପରିକଳ୍ପନା କରାଯାଇଥିଲା। ଗତ ବର୍ଷ ମେ ୭ ତାରିଖରେ ମାତ୍ର ୨୨ ମିନିଟ୍‌ରେ ଆତଙ୍କୀ ଆଡ୍ଡା ଧ୍ବଂସ କରିଥିଲା ଭାରତ । ଏହି ସମୟ ମଧ୍ୟରେ ଭାରତୀୟ ସେନା ପାକିସ୍ତାନ ସୀମା ଭିତରକୁ ପଶି ଆତଙ୍କବାଦୀଙ୍କ ଭିତ୍ତିଭୂମି ଉପରେ ଜୋରଦାର ଆକ୍ରମଣ କରିଥିଲା।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ, ଏହି ଅପରେସନ ଅତ୍ୟନ୍ତ ସଠିକତାର ସହ ପରିଚାଳିତ ହୋଇଥିଲା। ସେନା ପକ୍ଷରୁ ଚିହ୍ନଟ କରାଯାଇଥିବା ୯ଟି ଆତଙ୍କବାଦୀ ଟାର୍ଗେଟ ମଧ୍ୟରୁ ୭ଟିକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରାଯାଇଛି। ପାକିସ୍ତାନର ଆଣବିକ ଶକ୍ତିର ଭୟ ଦେଖାଇବା ରଣନୀତିକୁ ଏହି ଅପରେସନ ସମ୍ପୂର୍ଣ୍ଣ ରୂପେ ବିଫଳ କରିଦେଇଛି।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

‘ଅପରେସନ ସିନ୍ଦୂର’କୁ ସେନାଧ୍ୟକ୍ଷ ତିନି ସେନାର ସମନ୍ୱୟ ବା 'ଟ୍ରାଇ-ସର୍ଭିସ ସିନର୍ଜି'ର ଶ୍ରେଷ୍ଠ ଉଦାହରଣ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଠାରୁ ମିଳିଥିବା ସ୍ପଷ୍ଟ ରାଜନୈତିକ ନିର୍ଦ୍ଦେଶ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ମିଳିଥିବା ପୂର୍ଣ୍ଣ ସ୍ୱାଧୀନତା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏହି ସଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେପ୍ଟେମ୍ବର ୨୦୨୫ର ‘ଜୟ’ (JAI - Jointness, Atmanirbharta, Innovation) ଲକ୍ଷ୍ୟ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ସଂସ୍କାରକୁ ପ୍ରତିଫଳିତ କରୁଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

13 Jan 2026 By Madhusudan Das

‘ଅପରେସନ ସିନ୍ଦୂର’ ପାକିସ୍ତାନର ଆଣବିକ ଧମକକୁ ଚୁରମାର କରିଛି: ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସେନା ଦିବସ ପୂର୍ବରୁ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ‘ଅପରେସନ ସିନ୍ଦୂର’ ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସେନାର ଏହି ସାହସିକ ପଦକ୍ଷେପ ପାକିସ୍ତାନର ଦୀର୍ଘ ଦିନର ‘ଆଣବିକ ଧମକ’ ବା ନ୍ୟୁକ୍ଲିୟର ବ୍ଲଫକୁ ଭାଙ୍ଗି ଚୁରମାର କରିଦେଇଛି।

ସେନାଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ, ପାହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ଏକ ଦୃଢ଼ ନିଷ୍ପତ୍ତି ନିଆଯାଇଥିଲା। ଏହାର ଜବାବରେ ‘ଅପରେସନ ସିନ୍ଦୂର’ର ପରିକଳ୍ପନା କରାଯାଇଥିଲା। ଗତ ବର୍ଷ ମେ ୭ ତାରିଖରେ ମାତ୍ର ୨୨ ମିନିଟ୍‌ରେ ଆତଙ୍କୀ ଆଡ୍ଡା ଧ୍ବଂସ କରିଥିଲା ଭାରତ । ଏହି ସମୟ ମଧ୍ୟରେ ଭାରତୀୟ ସେନା ପାକିସ୍ତାନ ସୀମା ଭିତରକୁ ପଶି ଆତଙ୍କବାଦୀଙ୍କ ଭିତ୍ତିଭୂମି ଉପରେ ଜୋରଦାର ଆକ୍ରମଣ କରିଥିଲା।

ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ, ଏହି ଅପରେସନ ଅତ୍ୟନ୍ତ ସଠିକତାର ସହ ପରିଚାଳିତ ହୋଇଥିଲା। ସେନା ପକ୍ଷରୁ ଚିହ୍ନଟ କରାଯାଇଥିବା ୯ଟି ଆତଙ୍କବାଦୀ ଟାର୍ଗେଟ ମଧ୍ୟରୁ ୭ଟିକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରାଯାଇଛି। ପାକିସ୍ତାନର ଆଣବିକ ଶକ୍ତିର ଭୟ ଦେଖାଇବା ରଣନୀତିକୁ ଏହି ଅପରେସନ ସମ୍ପୂର୍ଣ୍ଣ ରୂପେ ବିଫଳ କରିଦେଇଛି।

‘ଅପରେସନ ସିନ୍ଦୂର’କୁ ସେନାଧ୍ୟକ୍ଷ ତିନି ସେନାର ସମନ୍ୱୟ ବା 'ଟ୍ରାଇ-ସର୍ଭିସ ସିନର୍ଜି'ର ଶ୍ରେଷ୍ଠ ଉଦାହରଣ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଠାରୁ ମିଳିଥିବା ସ୍ପଷ୍ଟ ରାଜନୈତିକ ନିର୍ଦ୍ଦେଶ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ମିଳିଥିବା ପୂର୍ଣ୍ଣ ସ୍ୱାଧୀନତା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏହି ସଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେପ୍ଟେମ୍ବର ୨୦୨୫ର ‘ଜୟ’ (JAI - Jointness, Atmanirbharta, Innovation) ଲକ୍ଷ୍ୟ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ସଂସ୍କାରକୁ ପ୍ରତିଫଳିତ କରୁଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର