ଚେନ୍ନାଇରେ ପ୍ରବାସୀ ଶ୍ରମିକଙ୍କୁ ସଂଘବଦ୍ଧ ଆକ୍ରମଣ: ଭାଇରାଲ ଭିଡିଓ ପରେ ୪ ନାବାଳକ ଅଟକ

Sakala Desk Picture
Published On

ତାମିଲନାଡୁର ଚେନ୍ନାଇ ନିକଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚଳନ୍ତା ଟ୍ରେନ୍‌ରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ୪ ଜଣ ନାବାଳକଙ୍କୁ ଅଟକ ରଖିଛି। ସୋସିଆଲ ମିଡିଆରେ ଏହି ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ମିଳିଥିବା ସୂଚନା ଅନୁଯାୟୀ, ଚେନ୍ନାଇରୁ ତିରୁଥାନୀ ଅଭିମୁଖେ ଯାଉଥିବା ଏକ ଲୋକାଲ୍ ଟ୍ରେନ୍‌ରେ ଏହି ଘଟଣା ଘଟିଛି। ୪ ଜଣ ନାବାଳକ ଜଣେ ପ୍ରବାସୀ ଶ୍ରମିକଙ୍କୁ ଘେରିଯାଇ ମାରଣାସ୍ତ୍ର (କଟୁରୀ) ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଅଭିଯୁକ୍ତମାନେ ନିଜେ ଏହି ବର୍ବର କାଣ୍ଡର ଭିଡିଓ ରେକର୍ଡିଂ କରିଥିଲେ। ପରେ ସେମାନେ ଏହାକୁ ଇନଷ୍ଟାଗ୍ରାମରେ ଏକ ତାମିଲ ଗୀତ ଯୋଡ଼ି ପୋଷ୍ଟ କରିଥିଲେ, ଯେଉଁଥିରେ ସେମାନେ ଅସ୍ତ୍ର ଧରି ବିଜୟର ଚିହ୍ନ (Victory Sign) ଦେଖାଉଥିବା ନଜର ଆସିଛନ୍ତି।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ପୁଟିନଙ୍କ ସମେତ ଏକାଧିକ ରାଷ୍ଟ୍ରମୁଖ୍ୟ ସାମିଲ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆକ୍ରମଣର ଶିକାର ହୋଇଥିବା ଶ୍ରମିକ ଜଣକ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡିଛି। ଆକ୍ରମଣ ପରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ତିରୁଭାଲୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ଡାକ୍ତରଙ୍କ ସୂଚନା ମୁତାବକ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ଭାରତୀୟ ବାୟୁସେନା: ବ୍ରିଟେନ ପାଇଲଟଙ୍କୁ ତାଲିମ ଦେବେ ୩ ଭାରତୀୟ ଇନଷ୍ଟ୍ରକ୍ଟର

ଭିଡିଓ ଭାଇରାଲ ହେବା ପରେ ତାମିଲନାଡୁ ପୋଲିସ ତତ୍ପରତା ଦେଖାଇ ସମସ୍ତ ୪ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଅଟକ ରଖିଛି। ସମସ୍ତ ଅଭିଯୁକ୍ତଙ୍କ ବୟସ ୧୭ ବର୍ଷ ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବାଳ ସୁଧାର ଗୃହ (Juvenile Home) କୁ ପଠାଯାଇଥିବା ବେଳେ ଜଣଙ୍କୁ ପାଠପଢ଼ା ଦୃଷ୍ଟିରୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ଜୋରଦାର ହୋଇଛି। ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର