Rules Change From 1 January 2026: ଜାନୁଆରୀ ପହିଲାରୁ ବଦଳିବ ନିୟମ, ରାସନ କାର୍ଡରୁ ବ୍ୟାଙ୍କିଙ୍ଗ୍ ପର୍ଯ୍ୟନ୍ତ...

Deviprasad Mohanty Picture
Published On

ନୂଆଦିଲ୍ଲୀ: ଡିସେମ୍ବର ମାସ ଶେଷ ହେବାକୁ ଯାଉଛି ଏବଂ ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ନୂଆ ବର୍ଷର ଆଗମନ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିବ। ବ୍ୟାଙ୍କିଙ୍ଗ୍ ନିୟମଠାରୁ ଆରମ୍ଭ କରି ଟିକସ, ୟୁପିଆଇ ଏବଂ ଡିଜିଟାଲ୍ ପେମେଣ୍ଟ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଚାଷୀ, ଯୁବବର୍ଗ, ସରକାରୀ କର୍ମଚାରୀ ଏବଂ ମଧ୍ୟବିତ୍ତ ପରିବାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ତେବେ ଆସନ୍ତୁ ଜାଣିବା ନୂଆ ବର୍ଷ ଆରମ୍ଭ ସହିତ କେଉଁ ସବୁ ନିୟମ ବଦଳିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ଟିଏମସିରେ ସଙ୍କଟ: ସୁସ୍ମିତା ଦେବଙ୍କ ପରେ ଇସ୍ତଫା ଦେଲେ ତୃତୀୟ ରାଜ୍ୟସଭା ସାଂସଦ ପ୍ରକାଶ ଚିକ ବରାଇକ

ରାସନ କାର୍ଡ ନିୟମ

ଆହୁରି ପଢ଼ନ୍ତୁ: ଓମାନ ଉପକୂଳରେ ଆମେରିକାର ଆକ୍ରମଣ: ତୈଳ ଟ୍ୟାଙ୍କର ଏମଟି ସେଟ୍ଟେବେଲୋର ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ, ଆମେରିକୀୟ କୂଟନୀତିଜ୍ଞଙ୍କୁ ଡାକିଲା ଭାରତ

ସର୍ବପ୍ରଥମେ ରାସନ କାର୍ଡ ସହ ଜଡିତ ବଡ଼ ନିୟମ ବିଷୟରେ ଜାଣିବା ଜରୁରୀ। ୨୦୨୬ ନିୟମ ଅନୁଯାୟୀ, ରାସନ କାର୍ଡ ପାଇଁ ଏକ ଅନଲାଇନ୍ ଆବେଦନ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାଦ୍ୱାରା ଚାଷୀ ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କୁ ଆଶ୍ୱସ୍ତି ମିଳିବ ଏବଂ ସେମାନେ ସହଜରେ କାର୍ଡ ପାଇଁ ଆବେଦନ କରିପାରିବେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ: ମୀନାକ୍ଷୀ ନଟରାଜନଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ମନା

 ଚାଷୀଙ୍କ ପାଇଁ ନୂଆ ଅପଡେଟ୍

ପିଏମ କିଷାନ ଯୋଜନାରେ ମଧ୍ୟ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ 'ଫାର୍ମର ଆଇଡି' ବା କୃଷକ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଉଛି। ବିନା କୃଷକ ଆଇଡିରେ ପିଏମ କିଷାନର କିସ୍ତି ଅଟକି ଯାଇପାରେ। ଏହା ବ୍ୟତୀତ, ପିଏମଏଫବିୱାଇ (PMFBY) ଅର୍ଥାତ୍ ଫସଲ ବୀମା ଯୋଜନାରେ ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲ ନଷ୍ଟ ହେଲେ ମଧ୍ୟ ଏବେ ବୀମା କଭର ମିଳିବ। ତେବେ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ ଏହାର ରିପୋର୍ଟ କରିବା ଜରୁରୀ ହେବ।

 ବ୍ୟାଙ୍କିଙ୍ଗ୍ ଆୟକର ନିୟମ

ବ୍ୟାଙ୍କିଙ୍ଗ୍ ଏବଂ ଟ୍ୟାକ୍ସ ନିୟମରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଜାନୁଆରୀରୁ ଆୟକର ରିଟର୍ଣ୍ଣ (ITR) ଫର୍ମରେ ପରିବର୍ତ୍ତନ କରାଯାଇପାରେ, ଯେଉଁଥିରେ ଅଧିକ ଡାଟା ଭିତ୍ତିକ ରିପୋର୍ଟିଂ ରହିବ। ସେହିପରି ଏପ୍ରିଲରୁ କ୍ରେଡିଟ୍ ସ୍କୋର ଅପଡେଟ୍ ନିୟମ ବଦଳିବ। ପୂର୍ବରୁ କ୍ରେଡିଟ୍ ସ୍କୋର ଅପଡେଟ୍ ହେବାକୁ ୧୫ ଦିନ ଲାଗୁଥିବା ବେଳେ ଏବେ ତାହା ମାତ୍ର ଦିନ ମଧ୍ୟରେ ଅପଡେଟ୍ ହେବ। ଏହାଛଡା ଏସବିଆଇ ଭଳି ବ୍ୟାଙ୍କଗୁଡିକ ଲୋନ୍ ସୁଧ ହାର ଏବଂ ଏଫଡି ଦରରେ ଯେଉଁ ପରିବର୍ତ୍ତନ କରିଛନ୍ତି, ତାହାର ପ୍ରଭାବ ନୂଆ ବର୍ଷରେ ଦେଖିବାକୁ ମିଳିବ।

 ଏଲପିଜି ଦରରେ ପରିବର୍ତ୍ତନ

ତୈଳ ବିପଣନ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ଗ୍ୟାସ ସିଲିଣ୍ଡର ଏବଂ ବିମାନ ଇନ୍ଧନ (ATF) ଦର ସଂଶୋଧନ କରନ୍ତି। ଡିସେମ୍ବର ମାସରେ ସରକାର କମର୍ସିଆଲ ସିଲିଣ୍ଡର ଦରରେ ୧୦ ଟଙ୍କା ହ୍ରାସ କରିଥିଲେ। ତେଣୁ ନୂଆ ବର୍ଷରେ ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କିଛି ଆଶ୍ୱସ୍ତି ମିଳିବାର ଆଶା କରାଯାଉଛି।

22 Dec 2025 By Deviprasad Mohanty

Rules Change From 1 January 2026: ଜାନୁଆରୀ ପହିଲାରୁ ବଦଳିବ ନିୟମ, ରାସନ କାର୍ଡରୁ ବ୍ୟାଙ୍କିଙ୍ଗ୍ ପର୍ଯ୍ୟନ୍ତ...

ନୂଆଦିଲ୍ଲୀ: ଡିସେମ୍ବର ମାସ ଶେଷ ହେବାକୁ ଯାଉଛି ଏବଂ ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ନୂଆ ବର୍ଷର ଆଗମନ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିବ। ବ୍ୟାଙ୍କିଙ୍ଗ୍ ନିୟମଠାରୁ ଆରମ୍ଭ କରି ଟିକସ, ୟୁପିଆଇ ଏବଂ ଡିଜିଟାଲ୍ ପେମେଣ୍ଟ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଚାଷୀ, ଯୁବବର୍ଗ, ସରକାରୀ କର୍ମଚାରୀ ଏବଂ ମଧ୍ୟବିତ୍ତ ପରିବାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ତେବେ ଆସନ୍ତୁ ଜାଣିବା ନୂଆ ବର୍ଷ ଆରମ୍ଭ ସହିତ କେଉଁ ସବୁ ନିୟମ ବଦଳିବାକୁ ଯାଉଛି।

ରାସନ କାର୍ଡ ନିୟମ

ସର୍ବପ୍ରଥମେ ରାସନ କାର୍ଡ ସହ ଜଡିତ ବଡ଼ ନିୟମ ବିଷୟରେ ଜାଣିବା ଜରୁରୀ। ୨୦୨୬ ନିୟମ ଅନୁଯାୟୀ, ରାସନ କାର୍ଡ ପାଇଁ ଏକ ଅନଲାଇନ୍ ଆବେଦନ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାଦ୍ୱାରା ଚାଷୀ ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କୁ ଆଶ୍ୱସ୍ତି ମିଳିବ ଏବଂ ସେମାନେ ସହଜରେ କାର୍ଡ ପାଇଁ ଆବେଦନ କରିପାରିବେ।

 ଚାଷୀଙ୍କ ପାଇଁ ନୂଆ ଅପଡେଟ୍

ପିଏମ କିଷାନ ଯୋଜନାରେ ମଧ୍ୟ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ 'ଫାର୍ମର ଆଇଡି' ବା କୃଷକ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଉଛି। ବିନା କୃଷକ ଆଇଡିରେ ପିଏମ କିଷାନର କିସ୍ତି ଅଟକି ଯାଇପାରେ। ଏହା ବ୍ୟତୀତ, ପିଏମଏଫବିୱାଇ (PMFBY) ଅର୍ଥାତ୍ ଫସଲ ବୀମା ଯୋଜନାରେ ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲ ନଷ୍ଟ ହେଲେ ମଧ୍ୟ ଏବେ ବୀମା କଭର ମିଳିବ। ତେବେ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ ଏହାର ରିପୋର୍ଟ କରିବା ଜରୁରୀ ହେବ।

 ବ୍ୟାଙ୍କିଙ୍ଗ୍ ଆୟକର ନିୟମ

ବ୍ୟାଙ୍କିଙ୍ଗ୍ ଏବଂ ଟ୍ୟାକ୍ସ ନିୟମରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଜାନୁଆରୀରୁ ଆୟକର ରିଟର୍ଣ୍ଣ (ITR) ଫର୍ମରେ ପରିବର୍ତ୍ତନ କରାଯାଇପାରେ, ଯେଉଁଥିରେ ଅଧିକ ଡାଟା ଭିତ୍ତିକ ରିପୋର୍ଟିଂ ରହିବ। ସେହିପରି ଏପ୍ରିଲରୁ କ୍ରେଡିଟ୍ ସ୍କୋର ଅପଡେଟ୍ ନିୟମ ବଦଳିବ। ପୂର୍ବରୁ କ୍ରେଡିଟ୍ ସ୍କୋର ଅପଡେଟ୍ ହେବାକୁ ୧୫ ଦିନ ଲାଗୁଥିବା ବେଳେ ଏବେ ତାହା ମାତ୍ର ଦିନ ମଧ୍ୟରେ ଅପଡେଟ୍ ହେବ। ଏହାଛଡା ଏସବିଆଇ ଭଳି ବ୍ୟାଙ୍କଗୁଡିକ ଲୋନ୍ ସୁଧ ହାର ଏବଂ ଏଫଡି ଦରରେ ଯେଉଁ ପରିବର୍ତ୍ତନ କରିଛନ୍ତି, ତାହାର ପ୍ରଭାବ ନୂଆ ବର୍ଷରେ ଦେଖିବାକୁ ମିଳିବ।

 ଏଲପିଜି ଦରରେ ପରିବର୍ତ୍ତନ

ତୈଳ ବିପଣନ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ଗ୍ୟାସ ସିଲିଣ୍ଡର ଏବଂ ବିମାନ ଇନ୍ଧନ (ATF) ଦର ସଂଶୋଧନ କରନ୍ତି। ଡିସେମ୍ବର ମାସରେ ସରକାର କମର୍ସିଆଲ ସିଲିଣ୍ଡର ଦରରେ ୧୦ ଟଙ୍କା ହ୍ରାସ କରିଥିଲେ। ତେଣୁ ନୂଆ ବର୍ଷରେ ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କିଛି ଆଶ୍ୱସ୍ତି ମିଳିବାର ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର