ଦେଶରେ ହେବ ଜାତିଭିତ୍ତିକ ଜନଗଣନା

The Sakala Picture
Published On

ନୂଆଦିଲ୍ଲୀ: ଏଥରକ କେନ୍ଦ୍ର ସରକାର କରିବେ ଜାତିଭିତ୍ତିକ ଜନଗଣନା। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଜନଗଣନାରେ ଜାତି ଆଧାରରେ ଜନଗଣନା କରାଯିବ। ଜାତିଭିତ୍ତିକ ଜନଗଣନା ପାଇଁ ପୂର୍ବରୁ ବିଜେଡି ସମେତ ଅନ୍ୟ ରାଜନୈତିକ ଦଳ ଦାବି କରି ଆସୁଥିଲେ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଜାତିଭିତ୍ତିକ ଜନଗଣନା ପାଇଁ ବିଜେଡି ପକ୍ଷରୁ ଦାବି ହୋଇ ଆସୁଥିଲା। ଗତ ବିଧାନସଭା ଅଧିବେଶନରେ ୪ ଦିନ ଧରି […]

ନୂଆଦିଲ୍ଲୀ: ଏଥରକ କେନ୍ଦ୍ର ସରକାର କରିବେ ଜାତିଭିତ୍ତିକ ଜନଗଣନା। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଜନଗଣନାରେ ଜାତି ଆଧାରରେ ଜନଗଣନା କରାଯିବ। ଜାତିଭିତ୍ତିକ ଜନଗଣନା ପାଇଁ ପୂର୍ବରୁ ବିଜେଡି ସମେତ ଅନ୍ୟ ରାଜନୈତିକ ଦଳ ଦାବି କରି ଆସୁଥିଲେ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଜାତିଭିତ୍ତିକ ଜନଗଣନା ପାଇଁ ବିଜେଡି ପକ୍ଷରୁ ଦାବି ହୋଇ ଆସୁଥିଲା। ଗତ ବିଧାନସଭା ଅଧିବେଶନରେ ୪ ଦିନ ଧରି ଏ ସମ୍ପର୍କରେ ଆଲୋଚନା ଦାବି କରିଥିଲା ବିଜେଡି। ବିଧାନସଭା ପରିକ୍ରମା କରିବା ସହ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲା ବିଜେଡି। ଜାତିଭିତ୍ତିକ ଜନଗଣନା ହେଲେ ପ୍ରକୃତରେ କିଏ ପଛୁଆ ବର୍ଗ ଓ କିଏ ଆର୍ଥିକ ଅନଗ୍ରସର ଅଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ପାରିବ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର