ଦଶମ ବୋର୍ଡ ପରୀକ୍ଷା: ପ୍ରେମିକା ପାଇଁ ପରୀକ୍ଷା ଦେଇ ୩୪ ଗିରଫ

The Sakala Picture
Published On

ଚଣ୍ଡିଗଡ଼: ଏବେ ହରିୟାଣାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲିଛି। ଆଉ ଏହା ପ୍ରେମିକଙ୍କ ପାଇଁ ପ୍ରେମ ପରୀକ୍ଷା ମଧ୍ୟ ପାଲଟି ଯାଇଛି। ପ୍ରେମିକ ଫିଲ୍ମି ଡାଏଲଗ ‘ପ୍ରେମ ପାଇଁ ସବୁ କିଛି କରିପାରିବୁ’କୁ ସାକାର କରିବାକୁ ଲାଗି ପଡ଼ିଛନ୍ତି। ପ୍ରେମର ପ୍ରମାଣ ଦେବା ପାଇଁ କିଏ ପ୍ରେମିକା ଭାଇର ପରୀକ୍ଷା ଦେଇ ତ ଆଉ କିଏ ସାଙ୍ଗ ବଦଳରେ ଲେଖିବାକୁ ଆସି ଧରାପଡିଛି। ଅନ୍ୟ ଛାତ୍ରଛାତ୍ରୀଙ୍କ ସ୍ଥାନରେ ପରୀକ୍ଷା ଦେଉଥିବା ଅଭିଯୋଗରେ ହରିୟାଣା ପୁଲିସ ୩୪ […]

ଚଣ୍ଡିଗଡ଼: ଏବେ ହରିୟାଣାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲିଛି। ଆଉ ଏହା ପ୍ରେମିକଙ୍କ ପାଇଁ ପ୍ରେମ ପରୀକ୍ଷା ମଧ୍ୟ ପାଲଟି ଯାଇଛି। ପ୍ରେମିକ ଫିଲ୍ମି ଡାଏଲଗ ‘ପ୍ରେମ ପାଇଁ ସବୁ କିଛି କରିପାରିବୁ’କୁ ସାକାର କରିବାକୁ ଲାଗି ପଡ଼ିଛନ୍ତି। ପ୍ରେମର ପ୍ରମାଣ ଦେବା ପାଇଁ କିଏ ପ୍ରେମିକା ଭାଇର ପରୀକ୍ଷା ଦେଇ ତ ଆଉ କିଏ ସାଙ୍ଗ ବଦଳରେ ଲେଖିବାକୁ ଆସି ଧରାପଡିଛି। ଅନ୍ୟ ଛାତ୍ରଛାତ୍ରୀଙ୍କ ସ୍ଥାନରେ ପରୀକ୍ଷା ଦେଉଥିବା ଅଭିଯୋଗରେ ହରିୟାଣା ପୁଲିସ ୩୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୬ ଜଣ ନାବାଳକ ସାମିଲ ଅଛନ୍ତି। ପ୍ରେମିକାକୁ କେତେ ଭଲ ପାଉଛୁ ଏବଂ ପ୍ରେମ ପାଇଁ କିଛି କରିପାରିବୁ ଦେଖାଇବା ପାଇଁ ଅଧିକାଂଶ ପରୀକ୍ଷା ଦେବାକୁ ଆସି ଥିଲେ ବୋଲି କହିଛନ୍ତି। ଆଉ କିଛି ନିଜ ସମ୍ପର୍କୀୟ ଏବଂ ବନ୍ଧୁଙ୍କ ପାଇଁ ପରୀକ୍ଷା ଦେବାକୁ ଆସି ଧରା ପଡିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ନିର୍ମାଣ: BSFକୁ ସ୍ୱେଚ୍ଛାକୃତ ଭାବେ ଜମି ଦାନ କରୁଛନ୍ତି ସ୍ଥାନୀୟ ହିନ୍ଦୁ ପରିବାର

ହରିୟାଣା ନୁହର ମାଉଣ୍ଟ ଅରାବଳୀ ପବ୍ଲିକ ସ୍କୁଲରୁ ଏହି ମାମଲା ସାମ୍‌ନାକୁ ଆସିଛି। କିଛି ଦିନ ତଳେ ହରିୟାଣା ବୋର୍ଡର ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ଏହା ପରେ ଶିକ୍ଷା ବିଭାଗ ସକ୍ରିୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଅନ୍ୟ ପାଇଁ ଖାତା ଲେଖିବାକୁ ଆସିଥିବା ପରୀକ୍ଷାର୍ଥୀ ଧରା ପଡ଼ିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ମାଲବୀୟ ନଗରର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ, ଏକାଧିକ ଆହତ

08 Mar 2025 By The Sakala

ଦଶମ ବୋର୍ଡ ପରୀକ୍ଷା: ପ୍ରେମିକା ପାଇଁ ପରୀକ୍ଷା ଦେଇ ୩୪ ଗିରଫ

ଚଣ୍ଡିଗଡ଼: ଏବେ ହରିୟାଣାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲିଛି। ଆଉ ଏହା ପ୍ରେମିକଙ୍କ ପାଇଁ ପ୍ରେମ ପରୀକ୍ଷା ମଧ୍ୟ ପାଲଟି ଯାଇଛି। ପ୍ରେମିକ ଫିଲ୍ମି ଡାଏଲଗ ‘ପ୍ରେମ ପାଇଁ ସବୁ କିଛି କରିପାରିବୁ’କୁ ସାକାର କରିବାକୁ ଲାଗି ପଡ଼ିଛନ୍ତି। ପ୍ରେମର ପ୍ରମାଣ ଦେବା ପାଇଁ କିଏ ପ୍ରେମିକା ଭାଇର ପରୀକ୍ଷା ଦେଇ ତ ଆଉ କିଏ ସାଙ୍ଗ ବଦଳରେ ଲେଖିବାକୁ ଆସି ଧରାପଡିଛି। ଅନ୍ୟ ଛାତ୍ରଛାତ୍ରୀଙ୍କ ସ୍ଥାନରେ ପରୀକ୍ଷା ଦେଉଥିବା ଅଭିଯୋଗରେ ହରିୟାଣା ପୁଲିସ ୩୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୬ ଜଣ ନାବାଳକ ସାମିଲ ଅଛନ୍ତି। ପ୍ରେମିକାକୁ କେତେ ଭଲ ପାଉଛୁ ଏବଂ ପ୍ରେମ ପାଇଁ କିଛି କରିପାରିବୁ ଦେଖାଇବା ପାଇଁ ଅଧିକାଂଶ ପରୀକ୍ଷା ଦେବାକୁ ଆସି ଥିଲେ ବୋଲି କହିଛନ୍ତି। ଆଉ କିଛି ନିଜ ସମ୍ପର୍କୀୟ ଏବଂ ବନ୍ଧୁଙ୍କ ପାଇଁ ପରୀକ୍ଷା ଦେବାକୁ ଆସି ଧରା ପଡିଛନ୍ତି।

ହରିୟାଣା ନୁହର ମାଉଣ୍ଟ ଅରାବଳୀ ପବ୍ଲିକ ସ୍କୁଲରୁ ଏହି ମାମଲା ସାମ୍‌ନାକୁ ଆସିଛି। କିଛି ଦିନ ତଳେ ହରିୟାଣା ବୋର୍ଡର ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ଏହା ପରେ ଶିକ୍ଷା ବିଭାଗ ସକ୍ରିୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଅନ୍ୟ ପାଇଁ ଖାତା ଲେଖିବାକୁ ଆସିଥିବା ପରୀକ୍ଷାର୍ଥୀ ଧରା ପଡ଼ିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର