ଦିଲ୍ଲୀ ମାଲବୀୟ ନଗରର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ, ଏକାଧିକ ଆହତ

Suryakanta Picture
Published On

ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ବୁଧବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅତିକମରେ ୨୦ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ଭୟାବହ ଅଗ୍ନିକାଣ୍ଡର ସୂତ୍ରପାତ

ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮:୫୦ ମିନିଟ୍ ସମୟରେ ମାଲବୀୟ ନଗର ସ୍ଥିତ ଲେମନ୍ ଗ୍ରୀନ୍ ରେଷ୍ଟୁରାଣ୍ଟ (Lemon Green Restaurant) ର ବେସମେଣ୍ଟରୁ ଏହି ନିଆଁ ବ୍ୟାପିଥିଲା। ପରେ ଦିଲ୍ଲୀ ଅଗ୍ନିଶମ ବିଭାଗକୁ ପ୍ରାୟ ୯:୪୫ ମିନିଟ୍ ରେ ଖବର ମିଳିଥିଲା। ଖବର ପାଇବା ମାତ୍ରେ ଏକାଧିକ ଫାୟାର ଟେଣ୍ଡର, ୱାଟର ବାଉଜର ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ଉକ୍ତ ୫ ମହଲା କୋଠାରେ ପ୍ରାୟ ୪୦ ଜଣ ଲୋକ ଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଉଦ୍ଧାର କାର୍ଯ୍ୟ ଏବଂ ମୃତାହତଙ୍କ ସୂଚନା

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଘଟଣାରେ ପ୍ରଥମେ ୧୦ ଜଣଙ୍କର ମୃତ୍ୟୁ ଖବର ଆସିଥିବା ବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୦ ରେ ପହଞ୍ଚିଛି। ମୋଟ ୩୭ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମ୍ୟାକ୍ସ ହସ୍ପିଟାଲ ଏବଂ ଏମ୍ସ ଟ୍ରମା ସେଣ୍ଟର ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଅନେକ ଆଫ୍ରିକୀୟ ଦେଶର ବିଦେଶୀ ନାଗରିକ ଥିବା ଜଣାପଡ଼ିଛି, ଯେଉଁମାନେ ସେଠାରେ ଚିକିତ୍ସା ପାଇଁ ଆସି ରହୁଥିଲେ। ନିଆଁ ଲାଗିବା ସମୟରେ ଅଧିକାଂଶ ଲୋକ ଶୋଇଥିଲେ। ଜୀବନ ବଞ୍ଚାଇବା ପାଇଁ କିଛି ଲୋକ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ରାସ୍ତାରେ ବିଛାଯାଇଥିବା ଗଦି ଉପରକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଏହି ମର୍ମନ୍ତୁଦ ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜ ଏକ୍ସ (X) ହ୍ୟାଣ୍ଡେଲରେ ପୋଷ୍ଟ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଦିଲ୍ଲୀ ସରକାର ସମସ୍ତ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର