୧୪ଟି ଖରିଫ ଫସଲ ଉପରେ ବୃଦ୍ଧି ହେଲା ଏମଏସପି

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।  ଧାନ, ରାଗି, ମିଲେଟ, ବାଜରା, ମକା ଏବଂ କପା ସମେତ ୧୪ଟି ଖରିଫ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ ଅନୁମୋଦନ କରାଯାଇଛି। ଆଜିର ନିଷ୍ପତ୍ତି ଅନୁଯାୟୀ କୃଷକମାନେ ଏମଏସପି ଭାବରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବେ। ଏହା ପୂର୍ବ ଋତୁ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।  ଧାନ, ରାଗି, ମିଲେଟ, ବାଜରା, ମକା ଏବଂ କପା ସମେତ ୧୪ଟି ଖରିଫ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ ଅନୁମୋଦନ କରାଯାଇଛି। ଆଜିର ନିଷ୍ପତ୍ତି ଅନୁଯାୟୀ କୃଷକମାନେ ଏମଏସପି ଭାବରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବେ। ଏହା ପୂର୍ବ ଋତୁ ତୁଳନାରେ ୩୫,୦୦୦ କୋଟି ଟଙ୍କା ଅଧିକ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ଆହୁରି ପଢ଼ନ୍ତୁ: ଧରାପଡିଲା 'ବଦମାସଙ୍କ ଦେବତା': ପୋଲିସ ଏନକାଉଣ୍ଟରରେ ଆହତ ହେବା ପରେ କହିଲା, ଯୋଗୀଙ୍କୁ ଲାଗେ ଭାରି ଡର

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆଜି କୃଷକଙ୍କ କଲ୍ୟାଣ ପାଇଁ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖରିଫ ଫସଲ ପାଇଁ ୧୪ ଫସଲ ଉପରେ କ୍ୟାବିନେଟ ଏମଏସପି ଅନୁମୋଦନ କରିଛି। ଧାନର ନୂତନ ଏମଏସପି ୨,୩୦୦ ଟଙ୍କା ହୋଇଛି। ଯାହା ପୂର୍ବ ଏମଏସପି ତୁଳନାରେ ୧୧୭ ଟଙ୍କା ଅଧିକ। ୨୦୨୩-୨୪ ମସିହାରେ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରୁ ୨୦୨୪-୨୫ରେ ୨,୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ସୂର୍ୟ୍ୟମୁଖୀ ମଞ୍ଜି ଉପରେ ଏମଏସପି କୁଇଣ୍ଟାଲ ପିଛା ୯୮୩ ଟଙ୍କା ବୃଦ୍ଧି କରାଯାଇଛି ରାଶି ଉପରେ ଏମଏସପି କୁଇଣ୍ଟାଲ ପିଛା ୬୩୨ ଟଙ୍କା ବୃଦ୍ଧି କରାଯାଇଛି । ମସୁର ଏବଂ ହରଡ଼ ଡାଲି ଉପରେ ଏମଏସପି କୁଇଣ୍ଟାଲ ପିଛା ୫୫୦ ଟଙ୍କା ବୃଦ୍ଧି କରାଯାଇଛି। କପା ଏମଏସପି ୫୦୧ ଟଙ୍କା ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ନୋଜ୍-ହ୍ୱିଲରେ ତ୍ରୁଟି ଯୋଗୁଁ ଫୁକେଟ୍ ବିମାନବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

19 Jun 2024 By The Sakala

୧୪ଟି ଖରିଫ ଫସଲ ଉପରେ ବୃଦ୍ଧି ହେଲା ଏମଏସପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।  ଧାନ, ରାଗି, ମିଲେଟ, ବାଜରା, ମକା ଏବଂ କପା ସମେତ ୧୪ଟି ଖରିଫ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ ଅନୁମୋଦନ କରାଯାଇଛି। ଆଜିର ନିଷ୍ପତ୍ତି ଅନୁଯାୟୀ କୃଷକମାନେ ଏମଏସପି ଭାବରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବେ। ଏହା ପୂର୍ବ ଋତୁ ତୁଳନାରେ ୩୫,୦୦୦ କୋଟି ଟଙ୍କା ଅଧିକ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆଜି କୃଷକଙ୍କ କଲ୍ୟାଣ ପାଇଁ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖରିଫ ଫସଲ ପାଇଁ ୧୪ ଫସଲ ଉପରେ କ୍ୟାବିନେଟ ଏମଏସପି ଅନୁମୋଦନ କରିଛି। ଧାନର ନୂତନ ଏମଏସପି ୨,୩୦୦ ଟଙ୍କା ହୋଇଛି। ଯାହା ପୂର୍ବ ଏମଏସପି ତୁଳନାରେ ୧୧୭ ଟଙ୍କା ଅଧିକ। ୨୦୨୩-୨୪ ମସିହାରେ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରୁ ୨୦୨୪-୨୫ରେ ୨,୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂର୍ୟ୍ୟମୁଖୀ ମଞ୍ଜି ଉପରେ ଏମଏସପି କୁଇଣ୍ଟାଲ ପିଛା ୯୮୩ ଟଙ୍କା ବୃଦ୍ଧି କରାଯାଇଛି ରାଶି ଉପରେ ଏମଏସପି କୁଇଣ୍ଟାଲ ପିଛା ୬୩୨ ଟଙ୍କା ବୃଦ୍ଧି କରାଯାଇଛି । ମସୁର ଏବଂ ହରଡ଼ ଡାଲି ଉପରେ ଏମଏସପି କୁଇଣ୍ଟାଲ ପିଛା ୫୫୦ ଟଙ୍କା ବୃଦ୍ଧି କରାଯାଇଛି। କପା ଏମଏସପି ୫୦୧ ଟଙ୍କା ବୃଦ୍ଧି ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର