ମସଲାରେ ମିଶୁଛି ଇଥିଲିନ୍‌ ଅକ୍ସାଇଡ: ଘାସରୁ ବନାଉଛନ୍ତି ଜିରା, ଇଟା ଗୁଣ୍ଡରୁ ଲଙ୍କାଗୁଣ୍ଡ

The Sakala Picture
Published On

ନୂଆଦିଲ୍ଲୀ:  ସିଙ୍ଗାପୁର ଏବଂ ହଂକଂରେ ୨ଟି ଭାରତୀୟ ମସଲା ଉପରେ କଟକଣା ଲଗାଯାଇଛି। ଆମେରିକା ମଧ୍ୟ ଏହି ଅଭିଯୋଗ ଉପରେ ଯାଞ୍ଚ ଆରମ୍ଭ କରିଛି। ଏହି ସବୁ ଅଭିଯୋଗ ମଧ୍ୟରେ କେନ୍ଦ୍ର ସରକାର ସକ୍ରିୟ ହୋଇ ଯାଇଛନ୍ତି। ଭାରତରୁ ସିଙ୍ଗାପୁର ଏବଂ ହଂକଂ ପଠାଯାଉଥିବା ମସଲାର ଇଥିଲିନ ଅକ୍ସାଇଡ ଟେଷ୍ଟିଂ (ଇଟିଓ) କରାଯିବାକୁ ନିଷ୍ପତ୍ତି ନେଇଛନ୍ତି। ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଏବଂ ସ୍ପାଇସେସ୍‌ ବୋର୍ଡ ରପ୍ତାନୀ କରୁଥିବା କମ୍ପାନୀଙ୍କ ପାଇଁ ଏହି ପରୀକ୍ଷାକୁ ବାଧ୍ୟତାମୂଳକ କରିଦେଇଛି। […]

ନୂଆଦିଲ୍ଲୀ:  ସିଙ୍ଗାପୁର ଏବଂ ହଂକଂରେ ୨ଟି ଭାରତୀୟ ମସଲା ଉପରେ କଟକଣା ଲଗାଯାଇଛି। ଆମେରିକା ମଧ୍ୟ ଏହି ଅଭିଯୋଗ ଉପରେ ଯାଞ୍ଚ ଆରମ୍ଭ କରିଛି। ଏହି ସବୁ ଅଭିଯୋଗ ମଧ୍ୟରେ କେନ୍ଦ୍ର ସରକାର ସକ୍ରିୟ ହୋଇ ଯାଇଛନ୍ତି। ଭାରତରୁ ସିଙ୍ଗାପୁର ଏବଂ ହଂକଂ ପଠାଯାଉଥିବା ମସଲାର ଇଥିଲିନ ଅକ୍ସାଇଡ ଟେଷ୍ଟିଂ (ଇଟିଓ) କରାଯିବାକୁ ନିଷ୍ପତ୍ତି ନେଇଛନ୍ତି। ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଏବଂ ସ୍ପାଇସେସ୍‌ ବୋର୍ଡ ରପ୍ତାନୀ କରୁଥିବା କମ୍ପାନୀଙ୍କ ପାଇଁ ଏହି ପରୀକ୍ଷାକୁ ବାଧ୍ୟତାମୂଳକ କରିଦେଇଛି। ସେହିପରି ଅନ୍ୟ ଦେଶକୁ ପଠାଉଥିବା ମସଲାରେ ମଧ୍ୟ ଇଟିଓ ଯାଞ୍ଚ କରାଯିବ। ଏମଡିଏଚ ଏବଂ ଏଭରେଷ୍ଟର କିଛି ମସାଲା ବ୍ରାଣ୍ଡକୁ ନିଷିଦ୍ଧ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଇଟିଓ ଯାଞ୍ଚ ନୂଆ ନୁହେଁ। ଭାରତରୁ ୟୁରୋପୀୟ ସଂଘ (ଇୟୁ)ର ଦେଶ ଏବଂ ବ୍ରିଟେନ ପଠା ଯାଉଥିବା ସାମଗ୍ରୀର ଇଟିଓ ଯାଞ୍ଚ ବାଧ୍ୟତାମୂଳକ ରହିଛି। ମାତ୍ର ସିଙ୍ଗାପୁର ଏବଂ ହଂକଂ ଭଳି ଦେଶକୁ ମସଲା ରପ୍ତାନୀ ପୂର୍ବରୁ ଏଫ୍ଲାଟକ୍ସିନ ଏବଂ ସୁଡାନ ଡାଇ ଟେଷ୍ଟିଂ ବାଧ୍ୟତାମୂଳକ ରହିଛି। ଏଫ୍ଲାଟକ୍ସିନ ଏବଂ ସୁଡାନ ଡାଇ ଯୋଗୁଁ କର୍କଟ ସହିତ ଚର୍ମ ଏବଂ ପେଟରେ ଭୟଙ୍କର ରୋଗ ସୃଷ୍ଟି ହୋଇଥାଏ। ଦ ୟୁନାଇଟେଡ ଷ୍ଟେଟ୍ସ ଇନଭାରମେଣ୍ଟାଲ ପ୍ରୋଟେକ୍ସନ ଏଜେନ୍ସି (ୟୁଏସଇପିଏ) ଏବଂ ଦ ଇଣ୍ଟରନ୍ୟାସନାଲ ଅଟୋମିକ ଏଜେନ୍ସି ଅନୁଯାୟୀ ଇଥିଲିନ ଅକ୍ସାଇଡ କର୍କଟର କାରଣ। ଏହା ଦ୍ବାରା ଲିମ୍ଫୋମା, ଲ୍ୟୁକୋମିଆ ଏବଂ ସ୍ତନ କର୍କଟ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଯଦି କେହି ଦୀର୍ଘ ସମୟ ପର୍ଯ୍ୟନ୍ତ କିଛି ମାତ୍ରାରେ ବି ଇଥିଲିନ ଅକ୍ସାଇଡ ନିଅନ୍ତି ତେବେ ଡିଏନ୍‌ଏ କ୍ଷତି ହୋଇପାରେ। ମସ୍ତିଷ୍କ ଏବଂ ସ୍ନାୟୁ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ଏହା ଦ୍ବାରା ଆଖି, ଚର୍ମ ଏବଂ ନିଶ୍ବାସପ୍ରଶ୍ବାସ ସମ୍ବନ୍ଧିତ ରୋଗ ସୃଷ୍ଟି ହୋଇଥାଏ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଭାରତରେ ଅପମିଶ୍ରିତ ସାମଗ୍ରୀ ବିକ୍ରି ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ନକଲି କାରଖାନା, ନକଲି କୋଲ୍ଡଡ୍ରିଙ୍କ୍ସ, ନକଲି ମସାଲା, ନକଲି ତେଲ, ନକଲି ଘିଅ, ନକଲି ଅଣ୍ଡା, ଆଦି ଜବତ ହୋଇଥିବାର ଖବର ସାମ୍ନାକୁ ଆସୁଛି। ଅନେକ ହୋଟେଲ ଏବଂ ଦୋକାନ ବଜାରରେ ଖାଦ୍ୟ ପ୍ରସ୍ତୁତି ସମୟରେ ମଧ୍ୟ ନକଲି ସାମଗ୍ରୀ ବ୍ୟବହାର କରାଯାଉଛି। ଗତ ବର୍ଷ ଉତ୍ତର ଦିଲ୍ଲୀର ଜିନ୍ଦପୁର ଗ୍ରାମରୁ ଅନେକ ନକଲି ଜିରା ବସ୍ତା ଜବତ କରାଯାଇଥିଲା। ଏଠାରୁ ୪୦୦ ବସ୍ତା କାର୍ବେ ସିଡ (ହଲାଣ୍ଡ ଜିରା), ୫୦ ବସ୍ତା ଗାଜର, ୬୦ ବସ୍ତା ନକଲି ଜିରା, ୫ ଟିଣ ଗୁଡ଼ ଶିରା, ୫ ବସ୍ତା ମାର୍ବଲ ଷ୍ଟୋନ୍‌ ପାଉଡର, ୩୦୦ ବସ୍ତା ଧନିଆ, ୨୦୦ ବସ୍ତା ନିମ୍ନମାନର ପାନମଧୁରୀ, ପଲିସ ହୋଇଥିବା ଶହେ ବସ୍ତା କଳା ଲଙ୍କା ମିଳିଥିଲା। ଗିରଫ ଲୋକେ ଏକ ପ୍ରକାରର ଘାସ, ପଥର ଗୁଣ୍ଡ ଏବଂ ଏକ ପ୍ରକାର ଗୁଣ୍ଡ ବ୍ୟବହାର କରି ଜିରା ପ୍ରସ୍ତୁତ କରିଥିଲେ। ନକଲି ଜିରା ପ୍ରସ୍ତୁତ କରିବା ପାଇଁ ଅଧିକାଂଶ ସାମଗ୍ରୀ ରାଜସ୍ଥାନରୁ ଆସୁଥିଲା। ଏହି ନକଲି ଜିରା କେବଳ ଦିଲ୍ଲୀ ନୁହେଁ, ଅନେକ ରାଜ୍ୟକୁ ପଠା ଯାଇଥିଲା। ଅପମିଶ୍ରଣକାରୀ ମସଲାରେ ଏପରି ଜିନିଷ ମିଶାନ୍ତି ଯାହା ବିଷୟରେ ସାଧାରଣ ଲୋକ ସ୍ବପ୍ନରେ ବି ଭାବି ପାରିବେ ନାହିଁ। ସଢ଼ି ଯାଇଥିବା ଚାଉଳକୁ ଗୁଣ୍ଡ କରି ତରକାରୀ ମସଲା ପ୍ରସ୍ତୁତ କରାଯାଉଥିଲା। ଚୋକଡ଼ ମଧ୍ୟ ମସଲାରେ ମିଶା ଯାଉଥିଲା। ପାଟନାରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ସେହିପରି ଧନିଆ ଗୁଣ୍ଡରେ ଘୋଡ଼ା ମଳ, ମିଟ୍‌ ମସାଲାରେ ଚାଉଳ, ଚୋକଡ଼, ଅନେକ ପ୍ରକାରର କେମିକାଲ , ଲଙ୍କା ଗୁଣ୍ଡରେ କିଛି ମାତ୍ରାରେ ଇଟା ଗୁଣ୍ଡ ଏବଂ ଅନ୍ୟ କେମିକାଲ, ହଳଦି ଗୁଣ୍ଡରେ ହଳଦିଆ ରଙ୍ଗ ଏବଂ ଅମୃତଭଣ୍ଡା ପତ୍ର ମିଶା ଯାଇଥାଏ। କିଛି ମସାଲାରେ ଇଥିଲିନ ଅକ୍ସାଇଡ ମାତ୍ରାଠାରୁ ଅଧିକ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

30 Apr 2024 By The Sakala

https://www.thesakala.in/national-international/ethylene-oxide-in-mdh-and-everest-spices-cancer-risk/article-31819
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର