୨୦୨୪ ଲୋକସଭା ନିର୍ବାଚନ: ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ, ୧୦୨ ଆସନ ପାଇଁ ହେଉଛି ଭୋଟ

The Sakala Picture
Published On

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୧୦୨ ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ଟି ଆସନ ପାଇଁ ମତଦାନ ହେଉଛି। ତାମିଲନାଡୁର ସମସ୍ତ ୩୯ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ଉତ୍ତରାଖଣ୍ଡ ୫, ଅରୁଣାଚଳ ପ୍ରଦେଶ ୨,ମେଘାଳୟ ୧, ନାଗାଲାଣ୍ଡ ୧, ପୁଡ଼ୁଚେରୀ ୧, ସିକ୍କିମ୍‌ ୧, ଲାକ୍ଷାଦ୍ବୀପ ୧, ରାଜସ୍ଥାନ ୧୨, ଉତ୍ତରପ୍ରଦେଶ ୮, ମଧ୍ୟପ୍ରଦେଶ […]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୧୦୨ ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ଟି ଆସନ ପାଇଁ ମତଦାନ ହେଉଛି। ତାମିଲନାଡୁର ସମସ୍ତ ୩୯ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ଉତ୍ତରାଖଣ୍ଡ ୫, ଅରୁଣାଚଳ ପ୍ରଦେଶ ୨,ମେଘାଳୟ ୧, ନାଗାଲାଣ୍ଡ ୧, ପୁଡ଼ୁଚେରୀ ୧, ସିକ୍କିମ୍‌ ୧, ଲାକ୍ଷାଦ୍ବୀପ ୧, ରାଜସ୍ଥାନ ୧୨, ଉତ୍ତରପ୍ରଦେଶ ୮, ମଧ୍ୟପ୍ରଦେଶ ୬, ମହାରାଷ୍ଟ୍ର ଏବଂ ଆସାମରେ ପ୍ରତ୍ୟେକ ୫,ବିହାର ୪, ପଶ୍ଚିମବଙ୍ଗ ୩ , ମଣିପୁର ୨ ଏବଂ ତ୍ରିପୁରା, ଜମ୍ମୁ-କାଶ୍ମୀର ଓ ଛତିଶଗଡ଼ରେ ଗୋଟିଏ ଲେଖାଏଁ ଆସନରେ ମତଦାନ ହେଉଛି।

ଆହୁରି ପଢ଼ନ୍ତୁ: ସେନାକୁ ତ୍ରୁଟିପୂର୍ଣ୍ଣ ଗୋଳାବାରୁଦ ଯୋଗାଣ ଯୋଗୁଁ ୬୨.୧୦ କୋଟି କ୍ଷତି, 'ଧନୁଷ' ପ୍ରକଳ୍ପ ବିଳମ୍ବ ନେଇ PAC ର ଉଦ୍‌ବେଗ

ତେବେ ଏହିସବୁ ରାଜ୍ୟମାନଙ୍କ ମଧ୍ୟରୁ ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟର ଆସନ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି। ଏହିସବୁ ରାଜ୍ୟରେ ଯେଭଳି ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହେବ ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ସିକ୍କିମ ଟନେଲ ଦୁର୍ଘଟଣା: ୨୨ ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ ଶ୍ରମିକଙ୍କ ପାଇଁ ଖୋଜାଖୋଜି ଜାରି

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବହୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନ୍ୟ କିଛି ଦଳର ପ୍ରମୁଖ ନେତାଙ୍କ ଭାଗ୍ୟ ଇଭିଏମରେ କଏଦ ହେବ। କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ଭୂପେନ୍ଦ୍ର ଯାଦବ, ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ, ପୂର୍ବତନ ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, ନକୁଲ ନାଥ, ସର୍ବାନନ୍ଦ ସୋନୱାଲ, ଜିତିନ ପ୍ରସାଦ ଏବଂ ଗୌରବ ଗୋଗୋଇଙ୍କ ଭଳି ବହୁ ନେତାଙ୍କ ଭାଗ୍ୟ ଇଭିଏମରେ ନିର୍ଦ୍ଧାରଣ ହେବ। ଏହି ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଭୋଟରଙ୍କ ଆଗ୍ରହ ଏବଂ ନିର୍ବାଚନର ଗତି କିଭଳି ରହିବ ତାହା ସବୁ ଦଳ ପାଇଁ ଆକଳନ କରିବା ସହଜ ହେବ ବୋଲି କୁହାଯାଉଛି। ଏହି ପର୍ଯ୍ୟାୟରେ ସିକ୍କିମ୍‌ ଓ ଅରୁଣାଚଳ ପ୍ରଦେଶର ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହେଉଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

19 Apr 2024 By The Sakala

୨୦୨୪ ଲୋକସଭା ନିର୍ବାଚନ: ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ, ୧୦୨ ଆସନ ପାଇଁ ହେଉଛି ଭୋଟ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୧୦୨ ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ଟି ଆସନ ପାଇଁ ମତଦାନ ହେଉଛି। ତାମିଲନାଡୁର ସମସ୍ତ ୩୯ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ଉତ୍ତରାଖଣ୍ଡ ୫, ଅରୁଣାଚଳ ପ୍ରଦେଶ ୨,ମେଘାଳୟ ୧, ନାଗାଲାଣ୍ଡ ୧, ପୁଡ଼ୁଚେରୀ ୧, ସିକ୍କିମ୍‌ ୧, ଲାକ୍ଷାଦ୍ବୀପ ୧, ରାଜସ୍ଥାନ ୧୨, ଉତ୍ତରପ୍ରଦେଶ ୮, ମଧ୍ୟପ୍ରଦେଶ ୬, ମହାରାଷ୍ଟ୍ର ଏବଂ ଆସାମରେ ପ୍ରତ୍ୟେକ ୫,ବିହାର ୪, ପଶ୍ଚିମବଙ୍ଗ ୩ , ମଣିପୁର ୨ ଏବଂ ତ୍ରିପୁରା, ଜମ୍ମୁ-କାଶ୍ମୀର ଓ ଛତିଶଗଡ଼ରେ ଗୋଟିଏ ଲେଖାଏଁ ଆସନରେ ମତଦାନ ହେଉଛି।

ତେବେ ଏହିସବୁ ରାଜ୍ୟମାନଙ୍କ ମଧ୍ୟରୁ ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟର ଆସନ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି। ଏହିସବୁ ରାଜ୍ୟରେ ଯେଭଳି ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହେବ ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବହୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନ୍ୟ କିଛି ଦଳର ପ୍ରମୁଖ ନେତାଙ୍କ ଭାଗ୍ୟ ଇଭିଏମରେ କଏଦ ହେବ। କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ଭୂପେନ୍ଦ୍ର ଯାଦବ, ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ, ପୂର୍ବତନ ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, ନକୁଲ ନାଥ, ସର୍ବାନନ୍ଦ ସୋନୱାଲ, ଜିତିନ ପ୍ରସାଦ ଏବଂ ଗୌରବ ଗୋଗୋଇଙ୍କ ଭଳି ବହୁ ନେତାଙ୍କ ଭାଗ୍ୟ ଇଭିଏମରେ ନିର୍ଦ୍ଧାରଣ ହେବ। ଏହି ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଭୋଟରଙ୍କ ଆଗ୍ରହ ଏବଂ ନିର୍ବାଚନର ଗତି କିଭଳି ରହିବ ତାହା ସବୁ ଦଳ ପାଇଁ ଆକଳନ କରିବା ସହଜ ହେବ ବୋଲି କୁହାଯାଉଛି। ଏହି ପର୍ଯ୍ୟାୟରେ ସିକ୍କିମ୍‌ ଓ ଅରୁଣାଚଳ ପ୍ରଦେଶର ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର