ମନୋରଞ୍ଜନ
ଜୁନ୍ ୨୯ରୁ ବାର୍ଷିକ ଅମରନାଥ ଯାତ୍ରା, ଆଜିଠାରୁ ପଞ୍ଜିକରଣ ଆରମ୍ଭ
ଶ୍ରୀନଗର: ଚଳିତ ବର୍ଷ ଜୁନ୍ ୨୯ରୁ ଅଗଷ୍ଟ ୧୯ଯାଏଁ ୫୨ ଦିନ ଧରି ଶ୍ରଦ୍ଧାଳୁ, ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ଅମରନାଥ ଯାତ୍ରାର ସୁଯୋଗ ମିଳିବ। ତୀର୍ଥଯାତ୍ରୀଙ୍କ ପାଇଁ ନାମ ପଞ୍ଜିକରଣ ଆସନ୍ତା କାଲି ଏପ୍ରିଲ ୧୫ରୁ ଆରମ୍ଭ ହେବ। ଶ୍ରୀ ଅମରନାଥ ଧର୍ମପୀଠ ବୋର୍ଡ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଶ୍ରୀନଗରରୁ ୧୪୧ କିଲୋମିଟର ଦୂରରେ ସମୁଦ୍ର ପତ୍ତନଠାରୁ ୧୨୭୫୬ ଫୁଟ ଉଚ୍ଚରେ ଥଇବା ଲାଡାର ଉପତ୍ୟକାରେ ଅମରନାଥ ଗୁମ୍ଫା ଅବସ୍ଥିତ। ଅମରନାଥ ପୀଠରେ ପହଞ୍ଚିବାକୁ […]
ଶ୍ରୀନଗର: ଚଳିତ ବର୍ଷ ଜୁନ୍ ୨୯ରୁ ଅଗଷ୍ଟ ୧୯ଯାଏଁ ୫୨ ଦିନ ଧରି ଶ୍ରଦ୍ଧାଳୁ, ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ଅମରନାଥ ଯାତ୍ରାର ସୁଯୋଗ ମିଳିବ। ତୀର୍ଥଯାତ୍ରୀଙ୍କ ପାଇଁ ନାମ ପଞ୍ଜିକରଣ ଆସନ୍ତା କାଲି ଏପ୍ରିଲ ୧୫ରୁ ଆରମ୍ଭ ହେବ। ଶ୍ରୀ ଅମରନାଥ ଧର୍ମପୀଠ ବୋର୍ଡ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଶ୍ରୀନଗରରୁ ୧୪୧ କିଲୋମିଟର ଦୂରରେ ସମୁଦ୍ର ପତ୍ତନଠାରୁ ୧୨୭୫୬ ଫୁଟ ଉଚ୍ଚରେ ଥଇବା ଲାଡାର ଉପତ୍ୟକାରେ ଅମରନାଥ ଗୁମ୍ଫା ଅବସ୍ଥିତ। ଅମରନାଥ ପୀଠରେ ପହଞ୍ଚିବାକୁ ତୀର୍ଥଯାତ୍ରୀମାନେ ଦୁଇଟି ଚଲା ବାଟ ବ୍ୟବହାର କରିଥାନ୍ତି। ୪୮ କିଲୋମିଟରର ପ୍ରଥମ ଚଳାବାଟଟି ଅନନ୍ତନାଗ ଜିଲ୍ଲାର ନୁନୱାନଠାରୁ ଆରମ୍ଭ ହୋଇ ପହେଲଗାଓଁ ଯାଏଁ ରହିଛି। ୧୮ କିଲୋମିଟରର ଦ୍ବିତୀୟ ଚଲାବାଟ ହେଉଛି ଗନ୍ଧରବାଲ ଜିଲ୍ଲାର ବଲଟାଲ ରୁଟ୍। ଏହି ଚଳାବାଟ ଲମ୍ବ ଦୃଷ୍ଟିରୁ କମ୍ ହୋଇଥିବା ବେଳେ ଉଠାଣି ଅତି ଉଚ୍ଚ ଓ ସିଧା ହୋଇଥିବାରୁ ଯାତ୍ରା ଅତି କଷ୍ଟକର ହୋଇଥାଏ।
ଶ୍ରାବଣ ମାସରେ ଜୁଲାଇ-ଅଗଷ୍ଟ ବେଳେ ଅମରନାଥ ପୀଠରେ ଶ୍ରାବଣୀ ମେଳା ହୋଇଥାଏ। ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ, ଭକ୍ତ ଓ ତୀର୍ଥଯାତ୍ରୀ ଏହି ସମୟରେ ଅମରନାଥ ପୀଠକୁ ଯାଇ ସକାଳ ଓ ସନ୍ଧ୍ୟା ଆରତି ଦେଖନ୍ତି, ଦେବଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି। ଏହି ଯାତ୍ରା ବେଳେ କେନ୍ଦ୍ର ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥାଏ। ତୀର୍ଥଯାତ୍ରୀମାନଙ୍କ ରହଣି, ଖାଦ୍ୟପେୟ, ଚିକିତ୍ସାର ବଡ଼ ତଥା ଉତ୍ତମ ବ୍ୟବସ୍ଥା କରାଯାଇଥାଏ।