ଫେଲ୍ ମାରିଲା ପାକିସ୍ତାନର ‘ଆମ୍ବ କୂଟନୀତି’, ଉପହାର ପଠାଯାଇଥିବା ଆମ୍ବକୁ ଗ୍ରହଣ କଲାନି ଚୀନ ଓ ଆମେରିକା

The Sakala Picture
Published On

କରୋନା ମହାମାରୀ ଏବଂ ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ଏବେ ଏକ ନୂତନ କୂଟନୀତି ପ୍ରସ୍ତୁତ କରୁଥିଲା । ଯାହା ଫେଲ ମାରିଛି।  ଏହି କୂଟନୀତିଟି ହେଉଛି ’ଆମ୍ବ କୂଟନୀତି’ । ନିଜର ବନ୍ଧୁ ଦେଶମାନଙ୍କୁ ବିଭିନ୍ନ ପ୍ରକାରର ଆମ୍ବକୁ ଉପହାର ରୂପେ ପଠାଉଛି। ପାକିସ୍ତନା ଏବେ ’ଆମ୍ବ କୂଟନୀତି’ ଆପଣାଇଛି। ହେଲେ ତାର ମିତ୍ର ଦେଶ କୁହାଯାଉଥିବା ଚୀନ ଓ ଆମେରିକା ପଠାଯାଇଥିବା ଆମ୍ବାକୁ ଗ୍ରହଣ କରିନାହନ୍ତି। ଫଳରେ ପଠାଯାଇଥିବା ଆମ୍ବ ଫେରିଆସିଛି। ସ୍ଥାନୀୟ […]

କରୋନା ମହାମାରୀ ଏବଂ ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ଏବେ ଏକ ନୂତନ କୂଟନୀତି ପ୍ରସ୍ତୁତ କରୁଥିଲା । ଯାହା ଫେଲ ମାରିଛି।  ଏହି କୂଟନୀତିଟି ହେଉଛି ’ଆମ୍ବ କୂଟନୀତି’ । ନିଜର ବନ୍ଧୁ ଦେଶମାନଙ୍କୁ ବିଭିନ୍ନ ପ୍ରକାରର ଆମ୍ବକୁ ଉପହାର ରୂପେ ପଠାଉଛି। ପାକିସ୍ତନା ଏବେ ’ଆମ୍ବ କୂଟନୀତି’ ଆପଣାଇଛି। ହେଲେ ତାର ମିତ୍ର ଦେଶ କୁହାଯାଉଥିବା ଚୀନ ଓ ଆମେରିକା ପଠାଯାଇଥିବା ଆମ୍ବାକୁ ଗ୍ରହଣ କରିନାହନ୍ତି। ଫଳରେ ପଠାଯାଇଥିବା ଆମ୍ବ ଫେରିଆସିଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ (ଏଫଓ) ବୁଧବାର ଦିନ ଆମେରିକା ଏବଂ ଚୀନ୍ ସମେତ ୩୨ରୁ ଅଧିକ ଦେଶର ମୁଖ୍ୟଙ୍କୁ ଆମ୍ବ ପଠାଇଥିଲେ। କିନ୍ତୁ ଆମେରିକା ଏବଂ ଚୀନ୍ ଭଳି ଦେଶ ସେମାନେ କରୋନା ମହାମାରୀ ନିୟମ ଦର୍ଶାଇ ଉପହାରକୁ ମନା କରିଦେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ରିପୋର୍ଟ ଅନୁଯାୟୀ, ଆମ୍ବକୁ ୩୨ ଦେଶର ରାଜ୍ୟ ତଥା ସରକାରଙ୍କ ମୁଖ୍ୟଙ୍କ ନିକଟକୁ ପାକିସ୍ତାନର ରାଷ୍ଟ୍ରପତି ଡ. ଆରିଫ ଅଲ୍ଲୀ ପଠାଇଛନ୍ତି। ଏହି ଆମ୍ବ ପେଟି ଇରାନ, ଗଲ୍ଫ ଦେଶ, ତୁର୍କୀ, ଆମେରିକା, ଆଫଗାନିସ୍ତାନ, ବାଂଲାଦେଶ ଏବଂ ଋଷକୁ ପଠାଯାଇଥିଲା।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଚୀନ୍ ଏବଂ ଆମେରିକା ବ୍ୟତୀତ କାନାଡା, ନେପାଳ, ଇଜିପ୍ଟ ଏବଂ ଶ୍ରୀଲଙ୍କା ମଧ୍ୟ ପାକିସ୍ତାନରୁ ପଠାଯାଇଥିବା ଆମ୍ବକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସମସ୍ତ ଦେଶ କରୋନା ପାଇଁ ଆମ୍ବକୁ ଫେରାଇ ଦେଇଥିବା କାରଣ ଦର୍ଶାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର