ବ୍ଲାକ ଫଙ୍ଗସ୍ ଚିକିତ୍ସାରେ ଦରକାର ହେଉଥିବା ଔଷଧ ଟିକସ ମୁକ୍ତ ଓ କୋଭିଡ ସାମଗ୍ରୀ ଉପରୁ ହ୍ରାସ ପାଇଲା ଟ୍ୟାକ୍ସ

The Sakala Picture
Published On

ନୂଆଦିଲ୍ଲୀ: ଜିଏସଟି କାଉନସିଲ୍ ବୈଠକରେ ଏକ ବଡ଼ ଧରଣର ନିଷ୍ପତ୍ତି ନିଆଯାଇଛି । ବ୍ଲାକ୍ ଫଙ୍ଗସ୍‌ର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଉପରୁ ଟିକସ ଛାଡ଼ କରାଯାଇଛି । ସେହିପରି କୋଭିଡ୍‌-୧୯ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଓ ସବୁ ଉପକରଣ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଜିଏସ୍‌ଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବ୍ଲାକ୍ ଫଙ୍ଗସ୍ ମାମଲା ଦେଶରେ ବଢ଼ୁଛି । […]

ନୂଆଦିଲ୍ଲୀ: ଜିଏସଟି କାଉନସିଲ୍ ବୈଠକରେ ଏକ ବଡ଼ ଧରଣର ନିଷ୍ପତ୍ତି ନିଆଯାଇଛି । ବ୍ଲାକ୍ ଫଙ୍ଗସ୍‌ର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଉପରୁ ଟିକସ ଛାଡ଼ କରାଯାଇଛି । ସେହିପରି କୋଭିଡ୍‌-୧୯ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଓ ସବୁ ଉପକରଣ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଜିଏସ୍‌ଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ବ୍ଲାକ୍ ଫଙ୍ଗସ୍ ମାମଲା ଦେଶରେ ବଢ଼ୁଛି । ଏହି ରୋଗର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଟୋସିଲିଜୁମାବ ଓ ଆମ୍ଫୋଟେରିସିନ-ବି ଭଳି ଔଷଧ ଉପରେ କୌଣସି ଟିକସ ଲାଗିବ ନାହିଁ । କୋଭିଡ୍‌-୧୯ ଔଷଧ ଉପରୁ ମଧ୍ୟ ଜିଏସ୍‌ଟି ହ୍ରାସ କରାଯିବ । ମେଡିକାଲ ଗ୍ରେଡ୍ ଅକ୍ସିଜେନ, ବାଇପାପ୍ ମେସିନ୍‌, ଅକ୍ସିଜେନ କନ୍ସେଣ୍ଟ୍ରେଟର ଏବଂ ପଲ୍ସ ଅକ୍ସିମିଟରରେ ଜିଏସ୍‌ଟି ୧୨ ପ୍ରତିଶତରୁ ୫ ପ୍ରତିଶତ ହ୍ରାସ କରାଯାଇଛି । ସପ୍ଟେମ୍ବର ୩୦ ଯାଏଁ ଏହି ରିହାତି ଜାରି ରହିବ । ତେବେ ଟିକା ଉପରେ ପୂର୍ବଭଳି ୫ ପ୍ରତିଶତ ଜିଏସ୍‌ଟି ହାର ଅପରିବର୍ତ୍ତିତ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର