ଦେଶବାସୀଙ୍କୁ ମାଗଣା ଟିକା ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ଜୁନ ୨୧ରୁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରମାନଙ୍କୁ ମାଗଣାରେ ଯୋଗାଇ ଦେବେ ଟିକା

The Sakala Picture
Published On

ସମସ୍ତଙ୍କୁ ମାଗଣା ଟିକା । ଦେଶବାସୀଙ୍କୁ ମାଗଣା ଟିକା ଦେବାପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ମହାମାରୀ ଭିତରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ଜୁନ୍‌ ୨୧ ତାରିଖରେ ଯୋଗ ଦିବସ ହୋଇଥିବାରୁ ଏହି ଦିନ ପରଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କଠାରୁ […]

ସମସ୍ତଙ୍କୁ ମାଗଣା ଟିକା । ଦେଶବାସୀଙ୍କୁ ମାଗଣା ଟିକା ଦେବାପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ମହାମାରୀ ଭିତରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ଜୁନ୍‌ ୨୧ ତାରିଖରେ ଯୋଗ ଦିବସ ହୋଇଥିବାରୁ ଏହି ଦିନ ପରଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କଠାରୁ ଟିକା କେନ୍ଦ୍ର କ୍ରୟ କରି ରାଜ୍ୟ ସରକାରଙ୍କୁ ମାଗଣା ଯୋଗାଇବ । ରାଜ୍ୟଙ୍କଠାରୁ ଟିକାକରଣ ଦାୟିତ୍ୱ ପ୍ରତ୍ୟାହାର କରାଗଲା ବୋଲି ସେ କହିଛନ୍ତି । ଏହା ସହିତ ଟିକାକୁ ନେଇ ଯେଉଁ ଗୁଜବ ପ୍ରଚାରିତ ହେଉଛି ତାକୁ ବିଶ୍ୱାସ ନକରିବାକୁ ସେ ଆହ୍ୱାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ଟିକା ପାଇଁ କେନ୍ଦ୍ରକୁ ଟଙ୍କା ଦେବ ନାହିଁ । କମ୍ପାନୀଙ୍କଠାରୁ ଟିକା କିଣିବା ଓ ବିତରଣ କରିବା ଦାୟିତ୍ୱ କେନ୍ଦ୍ରର ରହିବ । ତେବେ ଯେଉଁମାନେ ଚାହିଁବେ ସେମାନେ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ଟିକା ନେଇ ପାରିବେ । ଦେଶରେ ତିଆରି ହେଉଥିବା ଟିକାର ୨୫ ପ୍ରତିଶତ ଘରୋଇ ହସ୍ପିଟାଲ ସିଧା ନେଇ ପାରିବେ । ଏଥିପାଇଁ ଘରୋଇ ହସ୍ପିଟାଲ ସର୍ବାଧିକ ୧୫୦ ଟଙ୍କା ଯାଏଁ ସର୍ଭିସ ଚାର୍ଜ୍ ନେଇ ପାରିବେ । ଘରୋଇ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ମନିଟର କରିବେ ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ AI-171 ବିମାନ ଦୁର୍ଘଟଣାର ଏକମାତ୍ର ଜୀବିତ ବ୍ୟକ୍ତି: 'ବଞ୍ଚିବା ପରେ ଯାହା ସହିବାକୁ ପଡ଼ିଲା, ତାହା ଥିଲା ଅଧିକ କଷ୍ଟକର'

ଟିକାକରଣକୁ ନେଇ ରାଜନୀତି ନକରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆସନ୍ତା ଦିପାବଳୀ ପର୍ଯ୍ୟନ୍ତ ବଢାଯିବା ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ପ୍ରତାପଗଡ଼ରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ: ଟ୍ରାକ୍ଟର ଇଏମ୍ଆଇ ପାଇଁ ଦିଅର-ଯାଆ ସାଜିଲେ ହତ୍ୟାକାରୀ

07 Jun 2021 By The Sakala

ଦେଶବାସୀଙ୍କୁ ମାଗଣା ଟିକା ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ଜୁନ ୨୧ରୁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରମାନଙ୍କୁ ମାଗଣାରେ ଯୋଗାଇ ଦେବେ ଟିକା

ସମସ୍ତଙ୍କୁ ମାଗଣା ଟିକା । ଦେଶବାସୀଙ୍କୁ ମାଗଣା ଟିକା ଦେବାପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ମହାମାରୀ ଭିତରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ଜୁନ୍‌ ୨୧ ତାରିଖରେ ଯୋଗ ଦିବସ ହୋଇଥିବାରୁ ଏହି ଦିନ ପରଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କଠାରୁ ଟିକା କେନ୍ଦ୍ର କ୍ରୟ କରି ରାଜ୍ୟ ସରକାରଙ୍କୁ ମାଗଣା ଯୋଗାଇବ । ରାଜ୍ୟଙ୍କଠାରୁ ଟିକାକରଣ ଦାୟିତ୍ୱ ପ୍ରତ୍ୟାହାର କରାଗଲା ବୋଲି ସେ କହିଛନ୍ତି । ଏହା ସହିତ ଟିକାକୁ ନେଇ ଯେଉଁ ଗୁଜବ ପ୍ରଚାରିତ ହେଉଛି ତାକୁ ବିଶ୍ୱାସ ନକରିବାକୁ ସେ ଆହ୍ୱାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ଟିକା ପାଇଁ କେନ୍ଦ୍ରକୁ ଟଙ୍କା ଦେବ ନାହିଁ । କମ୍ପାନୀଙ୍କଠାରୁ ଟିକା କିଣିବା ଓ ବିତରଣ କରିବା ଦାୟିତ୍ୱ କେନ୍ଦ୍ରର ରହିବ । ତେବେ ଯେଉଁମାନେ ଚାହିଁବେ ସେମାନେ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ଟିକା ନେଇ ପାରିବେ । ଦେଶରେ ତିଆରି ହେଉଥିବା ଟିକାର ୨୫ ପ୍ରତିଶତ ଘରୋଇ ହସ୍ପିଟାଲ ସିଧା ନେଇ ପାରିବେ । ଏଥିପାଇଁ ଘରୋଇ ହସ୍ପିଟାଲ ସର୍ବାଧିକ ୧୫୦ ଟଙ୍କା ଯାଏଁ ସର୍ଭିସ ଚାର୍ଜ୍ ନେଇ ପାରିବେ । ଘରୋଇ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ମନିଟର କରିବେ ।

ଟିକାକରଣକୁ ନେଇ ରାଜନୀତି ନକରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆସନ୍ତା ଦିପାବଳୀ ପର୍ଯ୍ୟନ୍ତ ବଢାଯିବା ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର