ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରୀ, ୨୨୯ ଛାତ୍ର ସଂକ୍ରମିତ

The Sakala Picture
Published On

ମୁମ୍ବଇ: କରୋନା ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି।  ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲାର ରିସୋଦ ତହସିଲ ଅନ୍ତର୍ଗତ ଡିଗାଓଁରେ ଥିବା ଏକ ସ୍କୁଲ ହଷ୍ଟେଲର ୨୨୯ ଜଣ ଛାତ୍ର ଏବଂ ତିନି ଜଣ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ୍ ଖବର ପାଇବା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁଯାୟୀ, ରିସୋଦ ତହସିଲର ଗାଁ ଡେଗାଓଁରେ ଅବସ୍ଥିତ ଆଶ୍ରମ ବିଦ୍ୟାଳୟରେ ଛାତ୍ରମାନେ ହଷ୍ଟେଲରେ ରୁହନ୍ତି। ଏହି ହଷ୍ଟେଲର ୨୨୯ ଛାତ୍ର ଏବଂ ତିନିଜଣ କର୍ମଚାରୀଙ୍କ […]

ମୁମ୍ବଇ: କରୋନା ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି।  ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲାର ରିସୋଦ ତହସିଲ ଅନ୍ତର୍ଗତ ଡିଗାଓଁରେ ଥିବା ଏକ ସ୍କୁଲ ହଷ୍ଟେଲର ୨୨୯ ଜଣ ଛାତ୍ର ଏବଂ ତିନି ଜଣ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ୍ ଖବର ପାଇବା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ସୂଚନା ଅନୁଯାୟୀ, ରିସୋଦ ତହସିଲର ଗାଁ ଡେଗାଓଁରେ ଅବସ୍ଥିତ ଆଶ୍ରମ ବିଦ୍ୟାଳୟରେ ଛାତ୍ରମାନେ ହଷ୍ଟେଲରେ ରୁହନ୍ତି। ଏହି ହଷ୍ଟେଲର ୨୨୯ ଛାତ୍ର ଏବଂ ତିନିଜଣ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି।  ଅମରାବତୀ, ହିଙ୍ଗୋଲି, ନନ୍ଦେଡ, ଭାସିମ, ବୁଲଡାନା ଏବଂ ଆକୋଲାର ୩୨୭ ଜଣ ଛାତ୍ର ଏହି ହଷ୍ଟେଲରେ ରହୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ସୂଚନା ଅନୁଯାୟୀ,  ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୮ହଜାର ୮୦୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିନରେ ରାଜ୍ୟରେ ୮୦ ଜଣଙ୍କ ଜୀବନ ଯାଇଛି। ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନା କଟକଣା କଡ଼ାକଡ଼ି କରିଛନ୍ତି ମହାରାଷ୍ଟ୍ର ସରକାର।

ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ରିପବ୍ଲିକାନ୍ ପାର୍ଟି ଜିତିଲେ ପ୍ରତି ନାଗରିକଙ୍କୁ ୫,୦୦୦ ଡଲାର ଦେବାକୁ ଟ୍ରମ୍ପଙ୍କ ଘୋଷଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର