୫ ଜି ନେଟୱର୍କ ବିରୋଧରେ କୋର୍ଟରେ ମାମଲା ଦାଖଲ କଲେ ଅଭିନେତ୍ରୀ ଜୁହି ଚାୱଲା

The Sakala Picture
Published On

୫ ଜି ନେଟୱର୍କ ଲଞ୍ଚ ହେବା ପୂର୍ବରୁ ଦେଶରେ ଦେଖା ଦେଇଛି ବିବାଦ । ଦେଶରେ ୫ଜି ନେଟୱର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଏହି ଅତ୍ୟାଧୁନିକ ୫ଜି ନେଟୱର୍କ ଦ୍ୱାରା ନିର୍ଗତ ହେବାକୁ ଥିବା ବିକିରଣ ଅତ୍ୟନ୍ତ ମାରାତ୍ମକ ଓ ଘାତକ ବୋଲି ସେ କହିଛନ୍ତି। ସେ ତାଙ୍କ ଅଭିଯୋଗ ଫର୍ଦ୍ଦରେ ଲେଖିଛନ୍ତି କି, ୫ ଜି ନେଟୱାର୍କ ମାନବ ଶରୀରର […]

୫ ଜି ନେଟୱର୍କ ଲଞ୍ଚ ହେବା ପୂର୍ବରୁ ଦେଶରେ ଦେଖା ଦେଇଛି ବିବାଦ । ଦେଶରେ ୫ଜି ନେଟୱର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଏହି ଅତ୍ୟାଧୁନିକ ୫ଜି ନେଟୱର୍କ ଦ୍ୱାରା ନିର୍ଗତ ହେବାକୁ ଥିବା ବିକିରଣ ଅତ୍ୟନ୍ତ ମାରାତ୍ମକ ଓ ଘାତକ ବୋଲି ସେ କହିଛନ୍ତି। ସେ ତାଙ୍କ ଅଭିଯୋଗ ଫର୍ଦ୍ଦରେ ଲେଖିଛନ୍ତି କି, ୫ ଜି ନେଟୱାର୍କ ମାନବ ଶରୀରର ଇକୋ ସିଷ୍ଟମ ଉପରେ ଗମ୍ଭୀର ପ୍ରଭାବ ପକାଇବ , ଯାହାର କୌଣସି ଚିକିତ୍ସା ଉଦ୍ଭାବନ ହୋଇ ନଥିବା କଥା ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଜୁହି ଚାୱଲା କହିଛନ୍ତି କି ଯଦି ୫ଜି ଯୋଜନା ସଫଳ ହୁଏ, ତେବେ କୌଣସି ବ୍ୟକ୍ତି, ପଶୁ, ପକ୍ଷୀ, କୀଟପତଙ୍ଗ ଏବଂ ଉଦ୍ଭିଦ ଉପରେ ଏହାର କୁ ପ୍ରଭାବ ପଡ଼ିବ। ଆରଏଫ୍ ବିକିରଣ ଠାରୁ ୫ଜି ପ୍ରଭାବ 10x ରୁ 100x ଗୁଣ ଅଧିକ। ଆବେଦନରେ ଜୁହି କହିଛନ୍ତି, ଭାରତରେ ୫ଜି ଟେକ୍ନୋଲୋଜି ଦ୍ୱାରା ୨୪ ଘଣ୍ଟା ଓ ୩୬୫ ଦିନ ଲୋକମାନେ ପ୍ରଭାବିତ ହେବେ। ଏହା ନେଟୱର୍କ କ୍ଷମତାକୁ ବୃଦ୍ଧି କରିବ ହେଲେ ଏଥିରୁ ନିର୍ଗତ ବିକିରଣ ମାନବଜାତି ଠାରୁ ଆରମ୍ଭ କରି ପଶୁପକ୍ଷୀ ଓ ଉଦ୍ଭିଦଙ୍କ ଉପରେ କୁ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି କି ୫ ଜି ନେଟୱର୍କରୁ ଉତ୍ପନ ହେଉଥିବା ବିକିରଣ ପୃଥିବୀର ଇକୋ ସିଷ୍ଟମକୁ ବିଗାଡି ଦେବ । ଯାହାକୁ କି ଦ୍ୱିତୀୟ ଥର ପାଇଁ ସୁଧୁରା ଯାଇ ପାରିବ ନାହିଁ ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଜୁହିଙ୍କର ଏହି ଯାଚିକା ପ୍ରଥମେ ଜଷ୍ଟିସ୍ ସି.ହରିଶଂକରଙ୍କ ନିକଟରେ ପହଂଚିବା ପରେ ସେ ଏହାକୁ ଅନ୍ୟ ଏକ ବେଂଚକୁ ସ୍ଥାନାନ୍ତର କରିଛନ୍ତି । ଯେଉଁଠି କି ଏହି ମାମଲାର ଶୁଣାଣି ଜୁନ୍ ୨ ତାରିଖରେ ହେବ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଚୀନ୍ ଓ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଭାରତକୁ କାହିଁକି ଦରକାର ଋଷର ଷ୍ଟିଲ୍‌ଥ୍ ଫାଇଟର ଜେଟ୍ 'Su-57E'?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର