ଲ୍ୟାଣ୍ଡିଂବେଳେ ରନ୍‌ୱେରୁ ଖସି ଦୁଇଫାଳ ହେଲା ଚାର୍ଟର ବିମାନ, ୩ ଆହତ

The Sakala Picture
Published On

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଅଘଟଣ । ଲ୍ୟାଣ୍ଡିଂବେଳେ ରନ୍‌ୱେରେ ପିଟି ହୋଇ ଦୁଇଫାଳ ହେଲା ଚାର୍ଟର ବିମାନ । ବିମାନରେ ମୋଟ ୮ ଜଣ ଯାତ୍ରୀ ଥିଲେ। ତେବେ ଘଟଣାରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ଚାର୍ଟାର୍ଡ ବିମାନ ଅବତରଣ କରିବା ସମୟରେ ରନୱେରେ ଭାରସାମ୍ୟ ହରାଇଥିଲା । ଏହା ପରେ ପ୍ଲେନ୍ ରନ୍‌ୱେରେ ପିଟି ହୋଇ ଦୁଇ ଫାଳ ହୋଇ ନିଆଁ ଲାଗି ଯାଇଥିଲା […]

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଅଘଟଣ । ଲ୍ୟାଣ୍ଡିଂବେଳେ ରନ୍‌ୱେରେ ପିଟି ହୋଇ ଦୁଇଫାଳ ହେଲା ଚାର୍ଟର ବିମାନ । ବିମାନରେ ମୋଟ ୮ ଜଣ ଯାତ୍ରୀ ଥିଲେ। ତେବେ ଘଟଣାରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ଚାର୍ଟାର୍ଡ ବିମାନ ଅବତରଣ କରିବା ସମୟରେ ରନୱେରେ ଭାରସାମ୍ୟ ହରାଇଥିଲା । ଏହା ପରେ ପ୍ଲେନ୍ ରନ୍‌ୱେରେ ପିଟି ହୋଇ ଦୁଇ ଫାଳ ହୋଇ ନିଆଁ ଲାଗି ଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

ବିମାନରେ ୬ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ । ଯେଉଁ ସମୟରେ ଏହି ଦୁର୍ଘଟଣା ହୋଇଥିଲା ସେ ସମୟରେ ପ୍ରବଳ ବର୍ଷା ହେଉଥିଲା । ରନୱେ ଠିକସେ ନଦେଖା ଯିବା କାରଣରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ଦୁର୍ଘଟଣା ପରେ ବିମାନଟି ଦୁଇଖଣ୍ଡ ହୋଇଯାଇଛି । ଦୁର୍ଘଟଣା ହେବା କ୍ଷଣି ଉଦ୍ଧାର କାର୍ଯ୍ୟ ଜୋରଦାର କରାଯିବା ସହ ବିମାନରେ ଲାଗିଥିବା ନିଆଁ ଲିଭାଯାଇଥିଲା । ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ଡିଜିସିଏ ଦେଇଥିବା ସୂଚନା ଅନୁଯାୟୀ ବିଶାଖାପାଟନମରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଭିଏସଆର ଭେଞ୍ଚର୍ସ Learjet 45 ପ୍ଲେନ୍ ଭିଟି-ଡିଭିଏଲ ମୁମ୍ବାଇ ବିମାନ ବନ୍ଦରର ରନୱେ ୨୭ରେ ଅବତରଣ କରିବା ସମୟରେ ଖସିଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କହିଛି ଡିଜିସିଏ । ବର୍ଷା ଯୋଗୁଁ ଭିଜିବିଲିଟି ୭୦୦ ମିଟର ଥିଲା ।

ଆହୁରି ପଢ଼ନ୍ତୁ: ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟକା: ବିଜେପିରେ ସାମିଲ ହେଲେ ଆପ୍‌ର ୭ ରାଜ୍ୟସଭା ସାଂସଦ

14 Sep 2023 By The Sakala

ଲ୍ୟାଣ୍ଡିଂବେଳେ ରନ୍‌ୱେରୁ ଖସି ଦୁଇଫାଳ ହେଲା ଚାର୍ଟର ବିମାନ, ୩ ଆହତ

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଅଘଟଣ । ଲ୍ୟାଣ୍ଡିଂବେଳେ ରନ୍‌ୱେରେ ପିଟି ହୋଇ ଦୁଇଫାଳ ହେଲା ଚାର୍ଟର ବିମାନ । ବିମାନରେ ମୋଟ ୮ ଜଣ ଯାତ୍ରୀ ଥିଲେ। ତେବେ ଘଟଣାରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ଚାର୍ଟାର୍ଡ ବିମାନ ଅବତରଣ କରିବା ସମୟରେ ରନୱେରେ ଭାରସାମ୍ୟ ହରାଇଥିଲା । ଏହା ପରେ ପ୍ଲେନ୍ ରନ୍‌ୱେରେ ପିଟି ହୋଇ ଦୁଇ ଫାଳ ହୋଇ ନିଆଁ ଲାଗି ଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବିମାନରେ ୬ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ । ଯେଉଁ ସମୟରେ ଏହି ଦୁର୍ଘଟଣା ହୋଇଥିଲା ସେ ସମୟରେ ପ୍ରବଳ ବର୍ଷା ହେଉଥିଲା । ରନୱେ ଠିକସେ ନଦେଖା ଯିବା କାରଣରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ଦୁର୍ଘଟଣା ପରେ ବିମାନଟି ଦୁଇଖଣ୍ଡ ହୋଇଯାଇଛି । ଦୁର୍ଘଟଣା ହେବା କ୍ଷଣି ଉଦ୍ଧାର କାର୍ଯ୍ୟ ଜୋରଦାର କରାଯିବା ସହ ବିମାନରେ ଲାଗିଥିବା ନିଆଁ ଲିଭାଯାଇଥିଲା । ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।

ଡିଜିସିଏ ଦେଇଥିବା ସୂଚନା ଅନୁଯାୟୀ ବିଶାଖାପାଟନମରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଭିଏସଆର ଭେଞ୍ଚର୍ସ Learjet 45 ପ୍ଲେନ୍ ଭିଟି-ଡିଭିଏଲ ମୁମ୍ବାଇ ବିମାନ ବନ୍ଦରର ରନୱେ ୨୭ରେ ଅବତରଣ କରିବା ସମୟରେ ଖସିଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କହିଛି ଡିଜିସିଏ । ବର୍ଷା ଯୋଗୁଁ ଭିଜିବିଲିଟି ୭୦୦ ମିଟର ଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର