ଚନ୍ଦ୍ରଯାନ-୩ ଭାରତ ପାଇଁ ହେବ ଗେମ୍‌ ଚେଞ୍ଜର୍‌: ନାମ୍ବି ନାରାୟଣ

The Sakala Picture
Published On

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଭାରତର ଚନ୍ଦ୍ରଯାନ-୩ ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଚଳିତ ଥର ଭାରତ ଏ ଦିଗରେ ସଫଳତା ହାସଲ କରିବ ବୋଲି ବହୁ ଭାରତୀୟ ମହାକାଶ ବିଜ୍ଞାନୀ ନିଶ୍ଚିତ ରହିଛନ୍ତି। ପ୍ରାୟ ୪ ବର୍ଷ ତଳେ ଚନ୍ଦ୍ରଯାନ-୨କୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଏବେ ଦୂର ହୋଇଛି ଏବଂ ଚନ୍ଦ୍ରଯାନ-୩ ନିଶ୍ଚିତ ଭାବେ ସଫଳ ହେବ ବୋଲି ବହୁ ବିଜ୍ଞାନୀ କହିଛନ୍ତି। ଏହିକ୍ରମରେ ଚଳିତ ଅଭିଯାନ ଭାରତ ପାଇଁ […]

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଭାରତର ଚନ୍ଦ୍ରଯାନ-୩ ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଚଳିତ ଥର ଭାରତ ଏ ଦିଗରେ ସଫଳତା ହାସଲ କରିବ ବୋଲି ବହୁ ଭାରତୀୟ ମହାକାଶ ବିଜ୍ଞାନୀ ନିଶ୍ଚିତ ରହିଛନ୍ତି। ପ୍ରାୟ ୪ ବର୍ଷ ତଳେ ଚନ୍ଦ୍ରଯାନ-୨କୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଏବେ ଦୂର ହୋଇଛି ଏବଂ ଚନ୍ଦ୍ରଯାନ-୩ ନିଶ୍ଚିତ ଭାବେ ସଫଳ ହେବ ବୋଲି ବହୁ ବିଜ୍ଞାନୀ କହିଛନ୍ତି। ଏହିକ୍ରମରେ ଚଳିତ ଅଭିଯାନ ଭାରତ ପାଇଁ ଗେମ୍‌ ଚେଞ୍ଜର ହେବ ବୋଲି ବହୁ ଚର୍ଚ୍ଚିିତ ତଥା ଇସ୍ରୋର ପୂର୍ବତନ ବୈଜ୍ଞାନିକ ନାମ୍ବି ନାରାୟଣ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

ଭାରତର ଏହି ଅଭିଯାନ କେବଳ ଭାରତ ନୁହେଁ ବରଂ ସାରା ବିଶ୍ବ ପାଇଁ ଉତ୍ସାହପ୍ରଦ ରହିବ ବୋଲି ସେ ନିଜର ପ୍ରତିକ୍ରିୟା ରଖି ଗୁରୁବାର କହିଛନ୍ତି। ଗତଥର ଚନ୍ଦ୍ରପୃଷ୍ଠରେ ରୋଭର-ଲ୍ୟାଣ୍ଡର ଅବତରଣ କରିବା ନେଇ ଯେଉଁ ସମସ୍ୟା ରହିଥିଲା ତାହା ଏଥର ଦୂର ହେବ ଏବଂ ଚନ୍ଦ୍ରଯାନ ସଫଳତାର ସହ ଅବତରଣ କରିବ ବୋଲି ନାମ୍ବି ନାରାୟଣ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର