ଚନ୍ଦ୍ରଯାନ-୩ ଭାରତ ପାଇଁ ହେବ ଗେମ୍‌ ଚେଞ୍ଜର୍‌: ନାମ୍ବି ନାରାୟଣ

The Sakala Picture
Published On

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଭାରତର ଚନ୍ଦ୍ରଯାନ-୩ ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଚଳିତ ଥର ଭାରତ ଏ ଦିଗରେ ସଫଳତା ହାସଲ କରିବ ବୋଲି ବହୁ ଭାରତୀୟ ମହାକାଶ ବିଜ୍ଞାନୀ ନିଶ୍ଚିତ ରହିଛନ୍ତି। ପ୍ରାୟ ୪ ବର୍ଷ ତଳେ ଚନ୍ଦ୍ରଯାନ-୨କୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଏବେ ଦୂର ହୋଇଛି ଏବଂ ଚନ୍ଦ୍ରଯାନ-୩ ନିଶ୍ଚିତ ଭାବେ ସଫଳ ହେବ ବୋଲି ବହୁ ବିଜ୍ଞାନୀ କହିଛନ୍ତି। ଏହିକ୍ରମରେ ଚଳିତ ଅଭିଯାନ ଭାରତ ପାଇଁ […]

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଭାରତର ଚନ୍ଦ୍ରଯାନ-୩ ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଚଳିତ ଥର ଭାରତ ଏ ଦିଗରେ ସଫଳତା ହାସଲ କରିବ ବୋଲି ବହୁ ଭାରତୀୟ ମହାକାଶ ବିଜ୍ଞାନୀ ନିଶ୍ଚିତ ରହିଛନ୍ତି। ପ୍ରାୟ ୪ ବର୍ଷ ତଳେ ଚନ୍ଦ୍ରଯାନ-୨କୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଏବେ ଦୂର ହୋଇଛି ଏବଂ ଚନ୍ଦ୍ରଯାନ-୩ ନିଶ୍ଚିତ ଭାବେ ସଫଳ ହେବ ବୋଲି ବହୁ ବିଜ୍ଞାନୀ କହିଛନ୍ତି। ଏହିକ୍ରମରେ ଚଳିତ ଅଭିଯାନ ଭାରତ ପାଇଁ ଗେମ୍‌ ଚେଞ୍ଜର ହେବ ବୋଲି ବହୁ ଚର୍ଚ୍ଚିିତ ତଥା ଇସ୍ରୋର ପୂର୍ବତନ ବୈଜ୍ଞାନିକ ନାମ୍ବି ନାରାୟଣ କହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଭାରତର ଏହି ଅଭିଯାନ କେବଳ ଭାରତ ନୁହେଁ ବରଂ ସାରା ବିଶ୍ବ ପାଇଁ ଉତ୍ସାହପ୍ରଦ ରହିବ ବୋଲି ସେ ନିଜର ପ୍ରତିକ୍ରିୟା ରଖି ଗୁରୁବାର କହିଛନ୍ତି। ଗତଥର ଚନ୍ଦ୍ରପୃଷ୍ଠରେ ରୋଭର-ଲ୍ୟାଣ୍ଡର ଅବତରଣ କରିବା ନେଇ ଯେଉଁ ସମସ୍ୟା ରହିଥିଲା ତାହା ଏଥର ଦୂର ହେବ ଏବଂ ଚନ୍ଦ୍ରଯାନ ସଫଳତାର ସହ ଅବତରଣ କରିବ ବୋଲି ନାମ୍ବି ନାରାୟଣ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର