କୋର୍ଟଙ୍କ ରାୟ ପରେ ବି ନ୍ୟାୟ ମିଳୁନି: ରାଷ୍ଟ୍ରପତି

The Sakala Picture
Published On

ରାଞ୍ଚି: କୋର୍ଟ ରାୟ ଦେବା ପରେ ବି ଲୋକଙ୍କୁ ନ୍ୟାୟ ମିଳୁନାହିଁ। ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଉନାହିଁ। ଗାଁରେ ଏପରି ଅନେକ ମାମଲା ଦେଖିବାକୁ ମିଳୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ବୁଧବାର ଝାଡ଼ଖଣ୍ଡ ହାଇକୋର୍ଟର ନୂଆ ଭବନ ଉଦ୍‌ଘାଟନ କରି ରାଷ୍ଟ୍ରପତି ଏଥିପ୍ରତି ଚିନ୍ତା ପ୍ରକଟ କରିଛନ୍ତି। ସେ ଏପରି କିଛି ଲୋକଙ୍କ ତାଲିକା ନିଜ ପାଖରେ ରଖିଛନ୍ତି। ଏହାକୁ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି। ସେ ଉଭୟ ହିନ୍ଦୀ ଏବଂ […]

ରାଞ୍ଚି: କୋର୍ଟ ରାୟ ଦେବା ପରେ ବି ଲୋକଙ୍କୁ ନ୍ୟାୟ ମିଳୁନାହିଁ। ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଉନାହିଁ। ଗାଁରେ ଏପରି ଅନେକ ମାମଲା ଦେଖିବାକୁ ମିଳୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ବୁଧବାର ଝାଡ଼ଖଣ୍ଡ ହାଇକୋର୍ଟର ନୂଆ ଭବନ ଉଦ୍‌ଘାଟନ କରି ରାଷ୍ଟ୍ରପତି ଏଥିପ୍ରତି ଚିନ୍ତା ପ୍ରକଟ କରିଛନ୍ତି। ସେ ଏପରି କିଛି ଲୋକଙ୍କ ତାଲିକା ନିଜ ପାଖରେ ରଖିଛନ୍ତି। ଏହାକୁ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି। ସେ ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଅଭିଭାଷଣ ଦେଇଛନ୍ତି। କୋର୍ଟରେ ଭାଷା ପ୍ରତିବନ୍ଧକ ନ ହେଉ ବୋଲି କହିଛନ୍ତି। ନିଷ୍ପତ୍ତି କେବଳ ଇଂରାଜୀରେ ନଆସୁ।

ଆହୁରି ପଢ଼ନ୍ତୁ: ୟେମେନ ଏବଂ ସୋମାଲିଆ ନିକଟରେ ଜଳଦସ୍ୟୁଙ୍କ ଆତଙ୍କ: ୨୨ ଭାରତୀୟଙ୍କୁ ନେଇ ଯାଉଥିବା ଦୁଇଟି ଜାହାଜ ଅପହୃତ

ଲୋକଙ୍କ ସୁବିଧା ପାଇଁ ହିନ୍ଦୀ ସହିତ ଅନ୍ୟ ଭାଷା ବ୍ୟବହାର କରାଯିବା ଉଚିତ। ଏହା ଦ୍ବାରା ଲୋକେ କୋର୍ଟଙ୍କ ନିଷ୍ପତ୍ତିକୁ ବୁଝିପାରିବେ। ରାଜ୍ୟପାଳ ସିପି ରାଧାକୃଷ୍ଣନ କହିଛନ୍ତି ଯେ ହାଇକୋର୍ଟ ନ୍ୟାୟର ମନ୍ଦିର। ଲୋକେ ନ୍ୟାୟ ପାଇଁ ଏଠାକୁ ଆସୁଛନ୍ତି। ଏଥିପାଇଁ ଗଣତନ୍ତ୍ର ମଜବୁତ ହେଉଛି। ସିଜେଆଇ କହିଛନ୍ତି ଯେ ଦଣ୍ଡ ହେବା ପୂର୍ବରୁ ଗରିବ ଲୋକଙ୍କୁ ଅନେକ ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ପଡୁଥିଲା। ନ୍ୟାୟ ଶୀଘ୍ର ନ ମିଳିଲେ ଲୋକେ ବିଶ୍ବାସ କେମିତି କରିବେ। ଜାମିନ ମାମଲାରେ ଏଥିପ୍ରତି ଧ୍ୟାନ ଦେବାକୁ ହେବ। ଜିଲ୍ଲା କୋର୍ଟଙ୍କୁ ସମାନ ପ୍ରଧାନ୍ୟ ଦେବାକୁ ପଡ଼ିବ। ଜିଲ୍ଲା କୋର୍ଟଙ୍କ ସମ୍ମାନ ନାଗରିକଙ୍କ ସମ୍ମାନ ସହ ଜଡ଼ିତ ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ବଢ଼ୁଛି H1N1 ସଂକ୍ରମଣ: ଆତଙ୍କିତ ନହୋଇ ସତର୍କ ରହିବାକୁ ସରକାରଙ୍କ ପରାମର୍ଶ

25 May 2023 By The Sakala

କୋର୍ଟଙ୍କ ରାୟ ପରେ ବି ନ୍ୟାୟ ମିଳୁନି: ରାଷ୍ଟ୍ରପତି

ରାଞ୍ଚି: କୋର୍ଟ ରାୟ ଦେବା ପରେ ବି ଲୋକଙ୍କୁ ନ୍ୟାୟ ମିଳୁନାହିଁ। ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଉନାହିଁ। ଗାଁରେ ଏପରି ଅନେକ ମାମଲା ଦେଖିବାକୁ ମିଳୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ବୁଧବାର ଝାଡ଼ଖଣ୍ଡ ହାଇକୋର୍ଟର ନୂଆ ଭବନ ଉଦ୍‌ଘାଟନ କରି ରାଷ୍ଟ୍ରପତି ଏଥିପ୍ରତି ଚିନ୍ତା ପ୍ରକଟ କରିଛନ୍ତି। ସେ ଏପରି କିଛି ଲୋକଙ୍କ ତାଲିକା ନିଜ ପାଖରେ ରଖିଛନ୍ତି। ଏହାକୁ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି। ସେ ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଅଭିଭାଷଣ ଦେଇଛନ୍ତି। କୋର୍ଟରେ ଭାଷା ପ୍ରତିବନ୍ଧକ ନ ହେଉ ବୋଲି କହିଛନ୍ତି। ନିଷ୍ପତ୍ତି କେବଳ ଇଂରାଜୀରେ ନଆସୁ।

ଲୋକଙ୍କ ସୁବିଧା ପାଇଁ ହିନ୍ଦୀ ସହିତ ଅନ୍ୟ ଭାଷା ବ୍ୟବହାର କରାଯିବା ଉଚିତ। ଏହା ଦ୍ବାରା ଲୋକେ କୋର୍ଟଙ୍କ ନିଷ୍ପତ୍ତିକୁ ବୁଝିପାରିବେ। ରାଜ୍ୟପାଳ ସିପି ରାଧାକୃଷ୍ଣନ କହିଛନ୍ତି ଯେ ହାଇକୋର୍ଟ ନ୍ୟାୟର ମନ୍ଦିର। ଲୋକେ ନ୍ୟାୟ ପାଇଁ ଏଠାକୁ ଆସୁଛନ୍ତି। ଏଥିପାଇଁ ଗଣତନ୍ତ୍ର ମଜବୁତ ହେଉଛି। ସିଜେଆଇ କହିଛନ୍ତି ଯେ ଦଣ୍ଡ ହେବା ପୂର୍ବରୁ ଗରିବ ଲୋକଙ୍କୁ ଅନେକ ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ପଡୁଥିଲା। ନ୍ୟାୟ ଶୀଘ୍ର ନ ମିଳିଲେ ଲୋକେ ବିଶ୍ବାସ କେମିତି କରିବେ। ଜାମିନ ମାମଲାରେ ଏଥିପ୍ରତି ଧ୍ୟାନ ଦେବାକୁ ହେବ। ଜିଲ୍ଲା କୋର୍ଟଙ୍କୁ ସମାନ ପ୍ରଧାନ୍ୟ ଦେବାକୁ ପଡ଼ିବ। ଜିଲ୍ଲା କୋର୍ଟଙ୍କ ସମ୍ମାନ ନାଗରିକଙ୍କ ସମ୍ମାନ ସହ ଜଡ଼ିତ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର