ରାହୁଲଙ୍କ ଟ୍ରକ ଯାତ୍ରା: ବୁଝିଲେ ସମସ୍ୟା, ଡ୍ରାଇଭରଙ୍କ ସହ କଲେ ଆଲୋଚନା

The Sakala Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ଜୋସରେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ସିମଲା ଯାଉଥିବା ବେଳେ ଅମ୍ବାଲାରୁ ଚଣ୍ଡିଗଡ଼ ଯାଏଁ ଟ୍ରକରେ ଯାତ୍ରା କରିଛନ୍ତି ରାହୁଲ ଗାନ୍ଧୀ । ସୋମବାର ରାତିର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସାଧାରଣ ଲୋକଙ୍କ ସହ ରାହୁଲଙ୍କ ଏହି ଭେଟଘାଟକୁ ୟୁଜର୍ସ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ଟ୍ରକରେ ଯାତ୍ରା ବେଳେ ରାହୁଲ ଡ୍ରାଇଭରମାନଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି […]

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ଜୋସରେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ସିମଲା ଯାଉଥିବା ବେଳେ ଅମ୍ବାଲାରୁ ଚଣ୍ଡିଗଡ଼ ଯାଏଁ ଟ୍ରକରେ ଯାତ୍ରା କରିଛନ୍ତି ରାହୁଲ ଗାନ୍ଧୀ । ସୋମବାର ରାତିର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସାଧାରଣ ଲୋକଙ୍କ ସହ ରାହୁଲଙ୍କ ଏହି ଭେଟଘାଟକୁ ୟୁଜର୍ସ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ଟ୍ରକରେ ଯାତ୍ରା ବେଳେ ରାହୁଲ ଡ୍ରାଇଭରମାନଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି । କଂଗ୍ରେସର ବହୁ ନେତା ରାହୁଲଙ୍କ ଏହି ଭିଡିଓ ସେୟାର କରିବା ସହ ପୂରା ଦେଶ ରାହୁଲଙ୍କ ସହ ଚାଲୁଛି ବୋଲି କହିଛନ୍ତି । କଂଗ୍ରେସ ପାର୍ଟି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛି।

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

ପୂର୍ବରୁ, ୨୦୨୨ ସେପ୍ଟେମ୍ବରରୁ ରାହୁଲ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଭାରତ ଯୋଡ ଯାତ୍ରା କରିଥିଲେ । ୧୩୬ ଦିନର ଏହି ଯାତ୍ରାରେ ୪ ହଜାର କିଲୋମିଟରରୁ ଅଧିକ ଦୂର ପଦଯାତ୍ରା କରିଥିଲେ ରାହୁଲ । ଭାରତ ଯୋଡ଼ ଯାତ୍ରା ପରେ ସାରାଦେଶରେ ରାହୁଲଙ୍କ ଛବିରେ ଅନେକ ସକାରାତ୍ମକ ପରିବର୍ତ୍ତନ ହୋଇଥିବା ପରିଲକ୍ଷିତ ହୋଇଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ଏହାର ଏକ ଉଦାହରଣ । ଦକ୍ଷିଣ ଭାରତର ଦୁର୍ଗରେ କଂଗ୍ରେସକୁ ଜନତାଙ୍କ ଦୃଢ଼ ସମର୍ଥନ ମିଳିବା ପରେ ଅନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ୨୦୨୪ ଲୋକସଭାରେ ବିଜୟୀ ହେବାକୁ କଂଗ୍ରେସ ପ୍ରୟାସ ଚଳାଇଛି ।

23 May 2023 By The Sakala

ରାହୁଲଙ୍କ ଟ୍ରକ ଯାତ୍ରା: ବୁଝିଲେ ସମସ୍ୟା, ଡ୍ରାଇଭରଙ୍କ ସହ କଲେ ଆଲୋଚନା

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ଜୋସରେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ସିମଲା ଯାଉଥିବା ବେଳେ ଅମ୍ବାଲାରୁ ଚଣ୍ଡିଗଡ଼ ଯାଏଁ ଟ୍ରକରେ ଯାତ୍ରା କରିଛନ୍ତି ରାହୁଲ ଗାନ୍ଧୀ । ସୋମବାର ରାତିର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସାଧାରଣ ଲୋକଙ୍କ ସହ ରାହୁଲଙ୍କ ଏହି ଭେଟଘାଟକୁ ୟୁଜର୍ସ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ଟ୍ରକରେ ଯାତ୍ରା ବେଳେ ରାହୁଲ ଡ୍ରାଇଭରମାନଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି । କଂଗ୍ରେସର ବହୁ ନେତା ରାହୁଲଙ୍କ ଏହି ଭିଡିଓ ସେୟାର କରିବା ସହ ପୂରା ଦେଶ ରାହୁଲଙ୍କ ସହ ଚାଲୁଛି ବୋଲି କହିଛନ୍ତି । କଂଗ୍ରେସ ପାର୍ଟି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛି।

ପୂର୍ବରୁ, ୨୦୨୨ ସେପ୍ଟେମ୍ବରରୁ ରାହୁଲ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଭାରତ ଯୋଡ ଯାତ୍ରା କରିଥିଲେ । ୧୩୬ ଦିନର ଏହି ଯାତ୍ରାରେ ୪ ହଜାର କିଲୋମିଟରରୁ ଅଧିକ ଦୂର ପଦଯାତ୍ରା କରିଥିଲେ ରାହୁଲ । ଭାରତ ଯୋଡ଼ ଯାତ୍ରା ପରେ ସାରାଦେଶରେ ରାହୁଲଙ୍କ ଛବିରେ ଅନେକ ସକାରାତ୍ମକ ପରିବର୍ତ୍ତନ ହୋଇଥିବା ପରିଲକ୍ଷିତ ହୋଇଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ଏହାର ଏକ ଉଦାହରଣ । ଦକ୍ଷିଣ ଭାରତର ଦୁର୍ଗରେ କଂଗ୍ରେସକୁ ଜନତାଙ୍କ ଦୃଢ଼ ସମର୍ଥନ ମିଳିବା ପରେ ଅନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ୨୦୨୪ ଲୋକସଭାରେ ବିଜୟୀ ହେବାକୁ କଂଗ୍ରେସ ପ୍ରୟାସ ଚଳାଇଛି ।

https://www.thesakala.in/national-international/rahul-gandhi-takes-a-truck-ride-from-delhi-to-chandigarh/article-21917
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର