ଘୃଣ୍ୟ ବକ୍ତବ୍ୟ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ କଠୋର; ଟିଭି ଚ୍ୟାନେଲଗୁଡିକର କାର୍ଯ୍ୟଶୈଳୀକୁ ନେଇ ବର୍ଷିବା ସହ ଆଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: ଘୃଣ୍ୟ ବକ୍ତବ୍ୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ଟିଭି ଚ୍ୟାନେଲଗୁଡିକର କାର୍ଯ୍ୟଶୈଳୀକୁ ନେଇ ବର୍ଷିଛନ୍ତି। ଟିଭି ଚ୍ୟାନେଲଗୁଡିକ ଯେଉଁ ଢଙ୍ଗରେ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି ତଦ୍ବାରା ସମାଜ ବିଭାଜନ ହେବା ଲାଗି ବାଟ ଖୋଲୁଛି। ବିଶେଷକରି ଆଙ୍କରମାନେ ନିଜ ପକ୍ଷ ରଖିବା ଉଦ୍ଦେଶ୍ୟରେ ଏକପାଖିଆ ଭାବେ ସମ୍ବାଦ ପରିବେଷଣ କରୁଛନ୍ତି। ସେମାନେ ଯାହା ଚାହାନ୍ତି ତାହାକୁ ସେମାନଙ୍କ କାର୍ଯ୍ୟକ୍ରମରେ ପ୍ରତିଫଳିତ କରିବାକୁ ଅଗ୍ରାଧିକାର ଦେଉଛନ୍ତି। କିନ୍ତୁ ଏହା ସମାଜ ପାଇଁ ଅତ୍ୟନ୍ତ […]

ନୂଆଦିଲ୍ଲୀ: ଘୃଣ୍ୟ ବକ୍ତବ୍ୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ଟିଭି ଚ୍ୟାନେଲଗୁଡିକର କାର୍ଯ୍ୟଶୈଳୀକୁ ନେଇ ବର୍ଷିଛନ୍ତି। ଟିଭି ଚ୍ୟାନେଲଗୁଡିକ ଯେଉଁ ଢଙ୍ଗରେ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି ତଦ୍ବାରା ସମାଜ ବିଭାଜନ ହେବା ଲାଗି ବାଟ ଖୋଲୁଛି। ବିଶେଷକରି ଆଙ୍କରମାନେ ନିଜ ପକ୍ଷ ରଖିବା ଉଦ୍ଦେଶ୍ୟରେ ଏକପାଖିଆ ଭାବେ ସମ୍ବାଦ ପରିବେଷଣ କରୁଛନ୍ତି। ସେମାନେ ଯାହା ଚାହାନ୍ତି ତାହାକୁ ସେମାନଙ୍କ କାର୍ଯ୍ୟକ୍ରମରେ ପ୍ରତିଫଳିତ କରିବାକୁ ଅଗ୍ରାଧିକାର ଦେଉଛନ୍ତି। କିନ୍ତୁ ଏହା ସମାଜ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ। ତେଣୁ ଏଭଳି ଆଙ୍କରମାନଙ୍କୁ ଟିଭି କାର୍ଯ୍ୟକ୍ରମରୁ ହଟାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ସୁପ୍ରିମକୋର୍ଟରେ ଘୃଣ୍ୟ ବକ୍ତବ୍ୟ (ହେଟ୍ ସ୍ପିଚ୍) ସହ ଜଡ଼ିତ ଦାଖଲ ଯାଚିକାର ଶୁଣାଣି କରି ଜଷ୍ଟିସ୍ କେ ଏମ ଯୋଶେଫ ଏବଂ ଜଷ୍ଟିସ୍ ବି ଭି ନାଗରତ୍ନଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବର୍ତ୍ତମାନ ଟିଭି ଚ୍ୟାନେଲ ଗୁଡିକ ସମାଜରେ ବିଭାଜନ ଆଣିବା ସହିତ ନିଜ ଏଜେଣ୍ଡା ମୁତାବକ ସମ୍ବାଦ ପରିବେଷଣ କରୁଛନ୍ତି। ଏପରିକି ଯେଉଁମାନେ ଚ୍ୟାନେଲ ଚାଲିବା ପାଇଁ ପାଣ୍ଠି ଯୋଗାଉଛନ୍ତି ସେମାନେ ଟିଭି କାର୍ଯ୍ୟକ୍ରମର ବିଷୟ ବସ୍ତୁ ନିର୍ଣ୍ଣୟ କରୁଛନ୍ତି। ସେହିପରି ବିତର୍କ କାର୍ଯ୍ୟକ୍ରମରେ ଯେଉଁ ପ୍ରବକ୍ତା ଆଙ୍କରଙ୍କ ଉଦ୍ଦେଶ୍ୟ ଅନୁଯାୟୀ କହୁଛନ୍ତି ସେମାନଙ୍କୁ କହିବାକୁ ସୁଯୋଗ ଦିଆଯାଉଛି। କିନ୍ତୁ ଯେଉଁମାନେ ଏହାର ବିରୋଧରେ କହୁଛନ୍ତି ସେମାନଙ୍କୁ କହିବା ଲାଗି ଦିଆଯାଉ ନାହିଁ କିମ୍ବା ସ୍ବଳ୍ପ ସମୟ ମଧ୍ୟରେ ସେମାନଙ୍କ ବକ୍ତବ୍ୟ ଶେଷ କରିଦିଆଯାଉଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଟିଭି ଚ୍ୟାନେଲ କିମ୍ବା ଆଙ୍କରମାନଙ୍କ ଉପରେ କାହାରି ନିୟନ୍ତ୍ରଣ ନ ଥିବା ଭଳି ଲାଗୁଛି। ଟିଭି ଚ୍ୟାନେଲଗୁଡିକର ସମ୍ବାଦ ପରିବେଷଣର ଏଭଳି ଶୈଳୀ ଏବଂ ପରମ୍ପରା ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ। ଦେଶରେ ସମ୍ବାଦ ପ୍ରସାରଣ ପାଇଁ ଏକ ସୁସ୍ଥ ପରିବେଶ ଦରକାର ଏବଂ ସବୁ ସ୍ତରରେ ନିରପେକ୍ଷ ସମ୍ବାଦ ପ୍ରସାରଣ ହେବା ଦରକାର ବୋଲି ଉକ୍ତ ଖଣ୍ଡପୀଠ କହିଛନ୍ତି। ଏବେ ସବୁ ଚ୍ୟାନେଲ ପାଇଁ ଟିଆରପି(ଟେଲିଭିଜନ ରେଟିଂ ପଏଣ୍ଟ) ମୁଖ୍ୟ ବିଷୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଚ୍ୟାନେଲ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଯାହାକୁ ନେଇ ଆଙ୍କରମାନେ ବିଭିନ୍ନ ବିଷୟକୁ ନେଇ ନିଜ ମନ ମୁତାବକ ସମ୍ବାଦ ପରିବେଷଣ କରୁଛନ୍ତି। କିନ୍ତୁ ଏକଥା ମନେ ରଖିବା ଉଚିତ ଯେ, ଛାପା ଗଣମାଧ୍ୟମ ଠାରୁ ବୈଦ୍ୟୁତିକ ଗଣମାଧ୍ୟମ ସମାଜକୁ ଅଧିକ ପ୍ରଭାବିତ କରିଥାଏ। ତେଣୁ ଯେଉଁ ଆଙ୍କରମାନେ ଆପତ୍ତିଜନକ ପରିସ୍ଥିତି ସୃଷ୍ଟି କରୁଛନ୍ତି ସେମାନଙ୍କୁ ହଟାଯିବା ସହିତ ପ୍ରୋଗ୍ରାମ କୋଡ୍ ଉଲ୍ଲଂଘନ କରୁଥିବା ଚ୍ୟାନେଲଗୁଡିକୁ ଉପରେ ଜରିମାନା ମଧ୍ୟ ଲାଗୁ କରାଯିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି।

ଆହୁରି ପଢ଼ନ୍ତୁ: ହୁତିଙ୍କ କବ୍ଜାରେ ରଣନୀତିକ ମୟୁନ୍ ଦ୍ୱୀପ: ବିଶ୍ୱ ବାଣିଜ୍ୟରେ ସଙ୍କଟ, ବଢିଲା ତୈଳ ଦର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର