ଖୋଲୁଛି ଜୟଲଳିତାଙ୍କ ମୃତ୍ୟୁ ରହସ୍ୟ : ହସ୍ପିଟାଲର ୧୦ ପ୍ରକୋଷ୍ଠ କବ୍‌ଜା କରିଥିଲେ ଶଶୀକଳାଙ୍କ ସମ୍ପର୍କୀୟ

The Sakala Picture
Published On

ଚେନ୍ନଇ : ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ହୋଇଛି। ଡାକ୍ତର ଜୟଲଳିତାଙ୍କ ଅସ୍ତ୍ରୋପଚାର କରାଇବାକୁ ପରାମର୍ଶ ଦେଇଥିଲେ। ତେବେ ନିଜ ସ୍ବାର୍ଥ ହାସଲ ପାଇଁ ତାଙ୍କର ଅସ୍ତ୍ରୋପଚାର କରାଯାଇ ନ ଥିଲା। ଏହା ସହିତ ତାଙ୍କ ସମ୍ପର୍କୀୟ ହସ୍ପିଟାଲର ୧୦ ପ୍ରକୋଷ୍ଠକୁ କବ୍‌ଜା କରି ରଖିଥିବା କୁହାଯାଉଛି। ତେଣୁ ଏହି ମାମଲାର ଯାଞ୍ଚ ହେବା ଉଚିତ୍‌ ବୋଲି ଜଷ୍ଟିସ ଏ ଅରୁମୁଘସାମୀଙ୍କ କମିଶନ ନିଜ ରିପୋର୍ଟରେ କହିଛନ୍ତି। କେଉଁ ପରିସ୍ଥିତିରେ ଜୟଲଳିତାଙ୍କ ମୃତ୍ୟୁ […]

ଚେନ୍ନଇ : ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ହୋଇଛି। ଡାକ୍ତର ଜୟଲଳିତାଙ୍କ ଅସ୍ତ୍ରୋପଚାର କରାଇବାକୁ ପରାମର୍ଶ ଦେଇଥିଲେ। ତେବେ ନିଜ ସ୍ବାର୍ଥ ହାସଲ ପାଇଁ ତାଙ୍କର ଅସ୍ତ୍ରୋପଚାର କରାଯାଇ ନ ଥିଲା। ଏହା ସହିତ ତାଙ୍କ ସମ୍ପର୍କୀୟ ହସ୍ପିଟାଲର ୧୦ ପ୍ରକୋଷ୍ଠକୁ କବ୍‌ଜା କରି ରଖିଥିବା କୁହାଯାଉଛି। ତେଣୁ ଏହି ମାମଲାର ଯାଞ୍ଚ ହେବା ଉଚିତ୍‌ ବୋଲି ଜଷ୍ଟିସ ଏ ଅରୁମୁଘସାମୀଙ୍କ କମିଶନ ନିଜ ରିପୋର୍ଟରେ କହିଛନ୍ତି। କେଉଁ ପରିସ୍ଥିତିରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା ଜାଣିବା ପାଇଁ ତାମିଲନାଡୁ ସରକାର ଏହି କମିଶନ ଗଠନ କରିଥିଲେ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ଚାଞ୍ଚଲ୍ୟକର ଘଟଣା: ଏସଟିଏଫ୍ ଯବାନଙ୍କ ପତ୍ନୀ ଓ ପୁଅକୁ ୩୨ ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକା

କିଛି ଦିନ ତଳେ ଏହି ରିପୋର୍ଟକୁ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯାଇଥିଲା। ଏହି କମିଶନ ୧୫୯ ସାକ୍ଷୀଙ୍କ ସହିତ ପ୍ରାୟ ୫୦୦ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ ଜୟଲଳିତାଙ୍କ ମୃତ୍ୟୁ ପାଇଁ ତାଙ୍କ ଘନିଷ୍ଠ ଶଶିକଳା, ଚିକିତ୍ସା କରୁଥିବା ଡାକ୍ତର, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ, ପୂର୍ବତନ ସ୍ବାସ୍ଥ୍ୟ ସଚିବଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଯାଇଛି। ଏହାର ଯାଞ୍ଚ ପାଇଁ ସୁପାରିସ କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୬ ସେପ୍ଟେମ୍ବର ୨୨ରେ ଜୟଲଳିତାଙ୍କୁ ଚେନ୍ନଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାର ୭୫ ଦିନ ପରେ ୨୦୧୬ ଡିସେମ୍ବର ୫ରେ ତାଙ୍କର ମୃତ୍ୟୁ ହୋଇଥିଲା। ଜୟଲଳିତାଙ୍କ ଝିଆରୀ ଦୀପା, ପୁତୁରା ଦୀପକ ସମେତ ଏଆଇଏଡିଏମକେର ଅନେକ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁର ପରିପାର୍ଶ୍ବିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ଜୟଲଳିତାଙ୍କ ମୃତ୍ୟୁର ତାରିଖକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। ହସ୍ପିଟାଲ ପକ୍ଷରୁ ୨୦୧୬ ଡିସେମ୍ବର ୫ରେ ଏବଂ ଏକ ସ୍ଥାନୀୟ ମିଡିଆ ଡିସେମ୍ବର ୪ରେ ମୃତ୍ୟୁ ହୋଇଥିଲା ଦାବି କରିଥିଲା।

ଆହୁରି ପଢ଼ନ୍ତୁ: ଓ୍ୱାଶିଂଟନ ଡିସି ମେୟର ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ ରିନି ସମ୍ପତ, ରଚିଲେ ଇତିହାସ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀ ୨୦୧୭ ଅଗଷ୍ଟ ୧୭ରେ ଜୟଲଳିତାଙ୍କ ମୃତ୍ୟୁର କାରଣ ଯାଞ୍ଚ ଲାଗି କମିଶନ ଗଠନ କରିଥିଲେ। ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ ଅରୁମୁଘସାମୀଙ୍କ ନେତୃତ୍ବରେ ସେହି ବର୍ଷ ନଭେମ୍ବର ୨୨ରୁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏହାର ୩ ବର୍ଷ ପରେ ୨୦୨୨ ସେପ୍ଟେମ୍ବର ୧୮ରେ କମିଶନ ନିଜ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ। ଯାଞ୍ଚ କମିଶନ ବିଶେଷ ଭାବେ ୬ ଜଣ ଲୋକଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ମଧ୍ୟରେ ଶଶୀକଳା ଆଗରେ ଅଛନ୍ତି। ଶଶୀକଳା, ଜୟଲଳିତାଙ୍କ ବ୍ୟକ୍ତିଗତ ଡାକ୍ତର କେଏସ୍‌ ଶିବକୁମାର, ସେତେବେଳର ସ୍ବାସ୍ଥ୍ୟ ସଚିବ ଜି.ରାଧାକୃଷ୍ଣନ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସି ବିଜୟଭାସ୍କରଙ୍କ ସମେତ ୪ ଜଣ ଲୋକଙ୍କ ବିରୋଧରେ ଯାଞ୍ଚ ଲାଗି ସୁପାରିସ କରାଯାଇଛି। ଏହା ସହିତ ଜୟଲଳିତାଙ୍କ ଚିକିତ୍ସା କରିଥିବା ଡାକ୍ତର ୱାଇଭିସି ରେଡ୍ଡୀ ଏବଂ ବାବୁ ଆବ୍ରାହିମ ବିରୋଧରେ ଯାଞ୍ଚ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ନଦିଆ, ପାନିହାଟି ଏବଂ ୨୪ ପ୍ରଗଣାରେ ମତଦାନ ବେଳେ ହିଂସା, ଟିଏମସି-ବିଜେପି ମୁହାଁମୁହିଁ

ଆପୋଲୋ ହସ୍ପିଟାଲର ଅଧ୍ୟକ୍ଷ ପ୍ରତାପ ରେଡ୍ଡୀ, ପୂର୍ବତନ ମୁଖ୍ୟ ସଚିବ ରାମ ମୋହନ ରାଓ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲ୍‌ଭମଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଯାଇଛି। ସେତେବେଳେ କେବଳ ଶଶୀକଳାକୁ ଜୟଲଳିତାଙ୍କ ହସ୍ପିଟାଲ ରୁମ୍‌କୁ ଯିବାକୁ ଅନୁମତି ଦିଆଯାଇଥିଲା। ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ଶଶୀକଳାଙ୍କ ସହ କଥା ହେଉଥିଲେ। ସେ ଜୟଲଳିତାଙ୍କ ସମ୍ପର୍କୀୟ ଭାବେ ସମସ୍ତ ଆବଶ୍ୟକତା ପୂରଣ କରିଥିଲେ। ଶୀଶକଳାଙ୍କ ନିର୍ଦ୍ଦେଶରେ ଚିକିତ୍ସା ହେଉଥିଲା। ଜୟଲଳିତାଙ୍କ ଜୀବନ ବଞ୍ଚାଇବାକୁ ଡାକ୍ତରଙ୍କ ପକ୍ଷରୁ ସ୍ପଷ୍ଟ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଥିଲା।

ସେତେବେଳ ଶଶୀକଳାଙ୍କ ସମ୍ପର୍କୀୟ ହସ୍ପିଟାଲର ୧୦ ପ୍ରକୋଷ୍ଠକୁ କବ୍‌ଜା କରି ରଖିଥିଲେ। ବିଦେଶୀ ଡାକ୍ତର ବିଦେଶରେ ଚିକତ୍ସା କରାଇବାକୁ ପରାମର୍ଶ ଦେଇଥିଲେ ମଧ୍ୟ ବିଜୟ ଭାସ୍କର, ରାଧାକୃଷ୍ଣନ, ଶିବକୁମାର ଏହା ବିରୋଧରେ ଥିଲେ। ମୁମ୍ବଇ, ଆମେରିକା ଏବଂ ବ୍ରିଟେନରୁ ଆସିଥିବା ସମସ୍ତ ଡାକ୍ତର ଜୟଲଳିତାଙ୍କ ଆଞ୍ଜିୟୋପ୍ଲାଷ୍ଟି କରାଇବାକୁ ପରାମର୍ଶ ଦେଇଥିଲେ। ତେବେ ବ୍ୟକ୍ତିଗତ ସ୍ବାର୍ଥ ହାସଲ ଲାଗି ଚାପରେ ଡ. ରେଡ୍ଡୀ ଏବଂ ଆବ୍ରାହିମ ଅସ୍ତ୍ରୋପଚାରକୁ ଏଡାଇ ଦେଇଥିଲେ। ୨୦୧୬ ନଭେମ୍ବରରେ ଆପୋଲ ହସ୍ପିଟାଲର ଅଧ୍ୟକ୍ଷ ସି ପ୍ରତାପ ରେଡ୍ଡୀ କହିଥିଲେ ଯେ ଜୟଲଳିତାଙ୍କ ସ୍ବାସ୍ଥ୍ୟାବସ୍ଥା ନିୟନ୍ତ୍ରଣାଧୀନ ରହିଛି। ସେ ଯେବେ ଚାହିଁବେ ସେବେ ମେଡିକାଲରୁ ଯାଇପାରିବେ।

କମିଶନଙ୍କ ଅନୁଯାୟୀ ମେଡିକାଲ ରେକର୍ଡ୍ସ ଏବଂ ଡାକ୍ତରଙ୍କଠାରୁ ମିଳିଥିବା ସୂଚନା ସହ ରେଡ୍ଡୀଙ୍କ ମନ୍ତବ୍ୟ ମେଳ ଖାଉନାହିଁ। ତେଣୁ ଏହାର ଯାଞ୍ଚ ହେବା ଉଚିତ। ପ୍ରସିଦ୍ଧ ହସ୍ପିଟାଲର ଅଧ୍ୟକ୍ଷ ଏପରି ଦାୟିତ୍ବହୀନ ମନ୍ତବ୍ୟ ଦେବା ଆଶ୍ଚର୍ଯ୍ୟଜନକ ବୋଲି କମିଶନ କହିଛନ୍ତି। ବିଭିନ୍ନ ପ୍ରକ୍ରିୟା ପାଇଁ ପୂର୍ବତନ ମୁଖ୍ୟ ସଚିବ ରାମ ମୋହନ ରାଓ ବିଭିନ୍ନ ତାରିଖରେ ୨୧ ଫର୍ମରେ ଦସ୍ତଖତ କରିଥିଲେ। ଏହାର ମଧ୍ୟ ଯାଞ୍ଚ ହେବା ଜରୁରୀ। ସେହିପରି ପନ୍ନିରସେଲଭମ ପ୍ରଥମରେ ଜୟଲଳିତାଙ୍କ ମୃତ୍ୟୁତ ତଦନ୍ତ ଦାବି କରିଥିଲେ। ତେବେ ସେ କ୍ଷମତାରେ ଥିବାବେଳେ ଚୁପ୍‌ ରହିଥିଲେ। ହସ୍ପିଟାଲରେ କଣ ହେଉଚି ସବୁ ଜାଣି ମଧ୍ୟ ସେ ମୂକ ଦର୍ଶକ ସାଜିଥିଲେ। ତେବେ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ସେ ଏ ନେଇ ମୁହଁ ଖୋଲିଥିଲେ। ତେଣୁ ଏହା ଯାଞ୍ଚର ବିଷୟ ବୋଲି କମିଶନ କହିଛନ୍ତି।

23 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର