ଦୀର୍ଘ ୩୨ ବର୍ଷ ପରେ କଶ୍ମୀରରେ ଖୋଲିଲା ସିନେମା ହଲ

The Sakala Picture
Published On

ପୁଲୱାମା: ଦୀର୍ଘ ୩୨ ବର୍ଷ ପରେ କଶ୍ମୀରରେ ଫିଲ୍ମ ହଲ ଖୋଲିଛି। ରବିବାର ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ପୁଲୱାମା ଓ ଶୋପିୟାଁରେ ଥିଏଟରର ଉଦଘାଟନ କରିଥିଲେ । ଖୁବ ଶୀଘ୍ର ପ୍ରତ୍ୟେକ ଜିଲ୍ଲାରେ ଥିଏଟର ଖୋଲାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଥିଲେ । ଶ୍ରୀନଗରର ସୋମବାରା ଅଞ୍ଚଳରେ ପ୍ରଥମ ଆଇନକ୍ସ ମଲ୍ଟିପ୍ଲେକ୍ସ ଆସନ୍ତା ସପ୍ତାହରେ ଖୋଲାଯିବ ବୋଲି ସେ କହିଥିଲେ । ଏଥିରେ ୫୨୦ ସିଟ କ୍ଷମତା ବିଶିଷ୍ଟ ୩ ଥିଏଟର […]

ପୁଲୱାମା: ଦୀର୍ଘ ୩୨ ବର୍ଷ ପରେ କଶ୍ମୀରରେ ଫିଲ୍ମ ହଲ ଖୋଲିଛି। ରବିବାର ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ପୁଲୱାମା ଓ ଶୋପିୟାଁରେ ଥିଏଟରର ଉଦଘାଟନ କରିଥିଲେ । ଖୁବ ଶୀଘ୍ର ପ୍ରତ୍ୟେକ ଜିଲ୍ଲାରେ ଥିଏଟର ଖୋଲାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଥିଲେ । ଶ୍ରୀନଗରର ସୋମବାରା ଅଞ୍ଚଳରେ ପ୍ରଥମ ଆଇନକ୍ସ ମଲ୍ଟିପ୍ଲେକ୍ସ ଆସନ୍ତା ସପ୍ତାହରେ ଖୋଲାଯିବ ବୋଲି ସେ କହିଥିଲେ । ଏଥିରେ ୫୨୦ ସିଟ କ୍ଷମତା ବିଶିଷ୍ଟ ୩ ଥିଏଟର ରହିବ । ଯେଉଁ ସମୟରେ ଫିଲ୍ମର ସ୍କ୍ରିନିଂ ହେଉ ନ ଥିବ ସେ ସମୟରେ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ

୧୯୮୦ ଦଶକରେ ଘାଟିରେ ଅନେକଗୁଡିଏ ଫିଲ୍ମ ହଲ ଥିଲା । ମାତ୍ର ଉଗ୍ରବାଦୀ ସଂଗଠନର ଧମକ ଯୋଗୁ ଏଗୁଡିକ ବନ୍ଦ କରି ଦିଆ ଯାଇଥିଲା । ୧୯୯୦ ପରେ କିଛି ଥିଏଟର ମାଲିକ କଷ୍ଟ ମଷ୍ଟେ ଏହାକୁ ଚଲାଉଥିଲେ । ୧୯୯୯ ରିଗେଲ ସିନେମା ହଲ ଉପରେ ଗ୍ରେନେଡ ଆକ୍ରମଣ କରାଯାଇଥିଲା । ସେବେଠାରୁ ସମସ୍ତ ଥିଏଟର ବନ୍ଦ ହୋଇ ପଡିଥିଲା।

18 Sep 2022 By The Sakala

ଦୀର୍ଘ ୩୨ ବର୍ଷ ପରେ କଶ୍ମୀରରେ ଖୋଲିଲା ସିନେମା ହଲ

ପୁଲୱାମା: ଦୀର୍ଘ ୩୨ ବର୍ଷ ପରେ କଶ୍ମୀରରେ ଫିଲ୍ମ ହଲ ଖୋଲିଛି। ରବିବାର ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ପୁଲୱାମା ଓ ଶୋପିୟାଁରେ ଥିଏଟରର ଉଦଘାଟନ କରିଥିଲେ । ଖୁବ ଶୀଘ୍ର ପ୍ରତ୍ୟେକ ଜିଲ୍ଲାରେ ଥିଏଟର ଖୋଲାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଥିଲେ । ଶ୍ରୀନଗରର ସୋମବାରା ଅଞ୍ଚଳରେ ପ୍ରଥମ ଆଇନକ୍ସ ମଲ୍ଟିପ୍ଲେକ୍ସ ଆସନ୍ତା ସପ୍ତାହରେ ଖୋଲାଯିବ ବୋଲି ସେ କହିଥିଲେ । ଏଥିରେ ୫୨୦ ସିଟ କ୍ଷମତା ବିଶିଷ୍ଟ ୩ ଥିଏଟର ରହିବ । ଯେଉଁ ସମୟରେ ଫିଲ୍ମର ସ୍କ୍ରିନିଂ ହେଉ ନ ଥିବ ସେ ସମୟରେ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ।

୧୯୮୦ ଦଶକରେ ଘାଟିରେ ଅନେକଗୁଡିଏ ଫିଲ୍ମ ହଲ ଥିଲା । ମାତ୍ର ଉଗ୍ରବାଦୀ ସଂଗଠନର ଧମକ ଯୋଗୁ ଏଗୁଡିକ ବନ୍ଦ କରି ଦିଆ ଯାଇଥିଲା । ୧୯୯୦ ପରେ କିଛି ଥିଏଟର ମାଲିକ କଷ୍ଟ ମଷ୍ଟେ ଏହାକୁ ଚଲାଉଥିଲେ । ୧୯୯୯ ରିଗେଲ ସିନେମା ହଲ ଉପରେ ଗ୍ରେନେଡ ଆକ୍ରମଣ କରାଯାଇଥିଲା । ସେବେଠାରୁ ସମସ୍ତ ଥିଏଟର ବନ୍ଦ ହୋଇ ପଡିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର