ଦ୍ବିତୀୟ ଥର ପାଇଁ ମାଆ ହେଲେ ଅଭିନେତ୍ରୀ କରୀନା କପୁର, ଜନ୍ମ ଦେଲେ ପୁତ୍ର ସନ୍ତାନ

The Sakala Picture
Published On

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ଓ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ପୁଣି ଜଣେ ନୂଆ ଅତିଥୀ ଆସିଛନ୍ତି ।  ଆଜି ସକାଳୁ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ କରୀନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବର ପରେ ଉଭୟ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ପ୍ରଶଂସକମାନେ ଖୁସି ହେବା ସହ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ପ୍ରଶଂସକମାନେ ଉଭୟଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି । ବଲିଉଡ୍ […]

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ଓ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ପୁଣି ଜଣେ ନୂଆ ଅତିଥୀ ଆସିଛନ୍ତି ।  ଆଜି ସକାଳୁ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ କରୀନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଡ୍ରୋନ୍ ଧକ୍କାରୁ ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି: ବିମାନ ଯାତ୍ରା ବେଳେ ଘଟିଥିଲା ଅଘଟଣ

ଏହି ଖୁସି ଖବର ପରେ ଉଭୟ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ପ୍ରଶଂସକମାନେ ଖୁସି ହେବା ସହ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ପ୍ରଶଂସକମାନେ ଉଭୟଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି । ବଲିଉଡ୍ ଜଗତର ଅନେକ ସେଲିବ୍ରିଟି ମଧ୍ୟ କରିନା ଓ ସୈଫଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ପୁଟିନଙ୍କ ସମେତ ଏକାଧିକ ରାଷ୍ଟ୍ରମୁଖ୍ୟ ସାମିଲ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି


ଉଭୟ ଗତ ବର୍ଷ ଅଗଷ୍ଟରେ ଦ୍ୱିତୀୟ ସନ୍ତାନ ନେଇ ଘୋଷଣା କରିଥିଲେ । ସୋସିଆଲ ମିଡିଆରେ ପୋଷ୍ଟ କରି ଦ୍ୱିତୀୟ ସନ୍ତାନ ପାଇଁ ଆଉ ଅପେକ୍ଷା କରିହେଉ ନାହିଁ ବୋଲି କରିନା କହିଥିଲେ । ଏବେ କରୀନା ପୁଣି ଥରେ ମାତୃତ୍ୱ ଲାଭ କରିଛନ୍ତି । ଏହାସହ ତାଙ୍କର ବଡ ପୁତ୍ର ତୈପୁରଙ୍କୁ ଏକ ଭାଇ ମିଳି ଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର