କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ‘ମାଗଣା ଅଫର’ରେ କଟକଣା ଲଗାଅ

The Sakala Picture
Published On

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଜନତାଙ୍କୁ ଦିଆଯାଉଥିବା ମାଗଣା ଅଫରକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ରାଜନୈତିକ ଦଳ ଦେଉଥିବା ମାଗଣା ପ୍ରତିଶ୍ରୁତି ଉପରେ ନିୟନ୍ତ୍ରଣ ଲାଗିବା ଉଚିତ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ମାଗଣା ଯୋଜନା ଉପରେ କଟକଣା ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଏହାର ସମାଧାନର ରାସ୍ତା ବାହର କରିବାକୁ କହିଛନ୍ତି। ଏ ନେଇ ଅର୍ଥ କମିଶନଙ୍କ ସହ କଥାହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ମତ […]

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଜନତାଙ୍କୁ ଦିଆଯାଉଥିବା ମାଗଣା ଅଫରକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ରାଜନୈତିକ ଦଳ ଦେଉଥିବା ମାଗଣା ପ୍ରତିଶ୍ରୁତି ଉପରେ ନିୟନ୍ତ୍ରଣ ଲାଗିବା ଉଚିତ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ମାଗଣା ଯୋଜନା ଉପରେ କଟକଣା ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଏହାର ସମାଧାନର ରାସ୍ତା ବାହର କରିବାକୁ କହିଛନ୍ତି। ଏ ନେଇ ଅର୍ଥ କମିଶନଙ୍କ ସହ କଥାହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ମତ ରଖିବାକୁ କେନ୍ଦ୍ର ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଅଗଷ୍ଟ ୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହା ପୂର୍ବରୁ ମାର୍ଚ୍ଚ ୩ରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଘୋଷଣା କରଯାଉଥିବା ମାଗଣା ଯୋଜନା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ। ଏହା ପରେ ଆବେଦନକାରୀ ଆବେଦନକୁ ପ୍ରତ୍ୟାହାର କରି ନେଇଥିଲେ। କିନ୍ତୁ ମଙ୍ଗଳବାର ଏ ସମ୍ବନ୍ଧିତ ଅନ୍ୟ ଏକ ମାମଲାର ଶୁଣାଣି କରି କୋର୍ଟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଓକିଲ ଅଶ୍ବିନୀ ଉପାଧ୍ୟାୟ ଏହି ଆବେଦନ କରିଥିଲେ। ସେ ମାଗଣା ପ୍ରତିଶ୍ରୁତି ଉପରେ କଟକଣା ଲଗାଇବା ପାଇଁ ନିର୍ବାଚନ କମିଶନ (ଇସି)ଙ୍କୁ ନିର୍ଦ୍ଦେଶ ଦେବାକୁ କହିଥିଲେ। ଏବେ ଭାରତର ଉପରେ ୬.୫ ଲକ୍ଷ କୋଟିର ଋଣ ଭାର ରହିଛି। ଭାରତ ଖୁବଶୀଘ୍ର ଶ୍ରୀଲଙ୍କା ହେବାକୁ ଯାଉଛି ବୋଲି ଉଲ୍ଲେଖ କରିଥିଲେ। ତେବେ ଇସି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଆବେଦନ ଉପରେ କିଛି କରିପାରିବେ ନାହିଁ ବୋଲି କହିଥିଲେ। ଏହା ତାଙ୍କ କ୍ଷମତା ବାହାରେ ଥିବା ଜଣାଇଥିଲେ। ସରକାର ଚାହିଁଲେ ଏ ନେଇ ଆଇନ ଆଣିପାରିବେ ବୋଲି ପରାମର୍ଶ ଦେଇଥିଲେ। ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଏନ୍‌ଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଥିଲେ ଯେ ରାଜନୈତିକ ଦଳଙ୍କ ମାଗଣା ପ୍ରତିଶ୍ରୁତି ଉପରେ କଟକଣା ଲାଗିବା ଉଚିତ। ଏହି ମାମଲାରେ ଇସି କେମିତି ହାତ ଟେକି ଦେଇପାରିବେ। କୋର୍ଟ ଏ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ। ଅର୍ଥ କମିଶନଙ୍କ ସହ କଥା ହୋଇ ଏହାର ସମାଧାନର ପନ୍ଥା ବାହାର କର। ମାଗଣାରେ ଖର୍ଚ୍ଚ କରାଯାଇଥିବା ଧନକୁ ଧ୍ୟାନରେ ରଖି ଏହି ମାମଲାର ତଦନ୍ତ କରାଯାଉ। ମାତ୍ର ଏହି ମାମଲା ଇସିଙ୍କ ଅଧିନରେ ଆସୁଥିବା କେନ୍ଦ୍ର ଜଣାଇଥିଲା। ଏହାର ଉତ୍ତରରେ କେନ୍ଦ୍ର ଏ ଦିଗରେ ପଦକ୍ଷେପ ନେବାକୁ କାହିଁକି ପଛଘୁଞ୍ଚା ଦେଉଛି ବୋଲି କୋର୍ଟ କହିଥିଲେ। ଅଗଷ୍ଟ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହା ଉପରେ ମତ ରଖିବାକୁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ୟେମେନରେ ହୁଥି ବିଦ୍ରୋହୀଙ୍କ ବଡ଼ ବିଜୟ: ରଣନୀତିକ ମୋଚା ସହର ଦଖଲ ପରେ ବିଶ୍ୱ ବାଣିଜ୍ୟ ପାଇଁ ବଢିଲା ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର