ଏୟାର ଇଣ୍ଡିଆର ନୂଆ ସିଇଓ ଭାବରେ ନିଯୁକ୍ତ ହେଲେ କ୍ୟାମ୍ପବେଲ ୱିଲସନ

The Sakala Picture
Published On

ନୂଆଦିଲ୍ଲୀ: ଶେଷରେ ଟାଟା ସନ୍ସ ନ୍ୟୁଜିଲ୍ୟାଣ୍ଡର କ୍ୟାମ୍ପବେଲ ୱିଲସନଙ୍କୁ ଏୟାର ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛି । ଟାଟା ସନ୍ସ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ୫୦ ବର୍ଷୀୟ କ୍ୟାମ୍ପବେଲ ୱିଲସନଙ୍କର ବିମାନ ଚଳାଚଳ କ୍ଷେତ୍ରରେ ୨୬ ବର୍ଷର ଅଭିଜ୍ଞତା ଥିବାବେଳେ ୱିଲସନ ୨୦୧୧ ମସିହାରେ ସିଙ୍ଗାପୁର ଏୟାରଲାଇନ୍ସର ସ୍ୱଳ୍ପ ମୂଲ୍ୟର କମ୍ପାନୀ ସ୍କୁଟର ପ୍ରତିଷ୍ଠାତା ଥିଲେ ଏବଂ ୨୦୧୬ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିଲେ। ଏହା ପରେ ସେ ସିଙ୍ଗାପୁର […]

ନୂଆଦିଲ୍ଲୀ: ଶେଷରେ ଟାଟା ସନ୍ସ ନ୍ୟୁଜିଲ୍ୟାଣ୍ଡର କ୍ୟାମ୍ପବେଲ ୱିଲସନଙ୍କୁ ଏୟାର ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛି । ଟାଟା ସନ୍ସ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ୫୦ ବର୍ଷୀୟ କ୍ୟାମ୍ପବେଲ ୱିଲସନଙ୍କର ବିମାନ ଚଳାଚଳ କ୍ଷେତ୍ରରେ ୨୬ ବର୍ଷର ଅଭିଜ୍ଞତା ଥିବାବେଳେ ୱିଲସନ ୨୦୧୧ ମସିହାରେ ସିଙ୍ଗାପୁର ଏୟାରଲାଇନ୍ସର ସ୍ୱଳ୍ପ ମୂଲ୍ୟର କମ୍ପାନୀ ସ୍କୁଟର ପ୍ରତିଷ୍ଠାତା ଥିଲେ ଏବଂ ୨୦୧୬ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିଲେ। ଏହା ପରେ ସେ ସିଙ୍ଗାପୁର ଏୟାରଲାଇନ୍ସର ସେଲସ ଏବଂ ମାର୍କେଟିଂ ବିଭାଗର ବରିଷ୍ଠ ଉପସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । କ୍ୟାମ୍ପବେଲ ୱିଲସନଙ୍କ ନିଯୁକ୍ତିକୁ ନେଇ ଏୟାର ଇଣ୍ଡିଆର ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ୱିଲସନ ଜଣେ ଇଣ୍ଡଷ୍ଟ୍ରି ଭେଟେରାନ୍ ଯିଏ ପ୍ରମୁଖ ବିଶ୍ୱ ବଜାରରେ କାର୍ଯ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

କ୍ୟାମ୍ପବେଲ ୱିଲସନ ୧୯୯୬ରେ ସିଙ୍ଗାପୁର ଏୟାରଲାଇନ୍ସରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ସେତେବେଳେ ସେ ନ୍ୟୁଜିଲାଣ୍ଡରେ ଜଣେ ମ୍ୟାନେଜମେଣ୍ଟ ଟ୍ରେନି ଥିଲେ । ପରେ କମ୍ପାନି ତାଙ୍କୁ କାମ କରିବାକୁ କାନାଡା, ହଂକଂ ଏବଂ ଜାପାନକୁ ପଠାଇଥିଲା । ଏହା ପରେ ସେ ୨୦୧୧ରେ ସେ ସିଙ୍ଗାପୁରକୁ ଫେରିଥିଲେ ଏବଂ ‘ସ୍କୁଟ’ର ଆରମ୍ଭରୁ ୨୦୧୬ ପର୍ଯ୍ୟନ୍ତ କମ୍ପାନୀର ସିଇଓ ଥିଲେ । ସ୍କୁଟ ହେଉଛି ସିଙ୍ଗାପୁର ଏୟାରଲାଇନ୍ସର ଏକ ସ୍ୱଳ୍ପ ମୂଲ୍ୟର ସେବା ଯୋଗାଉଥିବା ସହାୟକ କମ୍ପାନି ।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

ଟାଟା ସନ୍ସ ନିକଟରେ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିଥିଲା । ଏୟାର ଇଣ୍ଡିଆର ସିଇଓ ଭାବେ ପ୍ରଥମେ ତୁର୍କୀର ଇଲ୍କର ଆଇସିଙ୍କୁ ନିଯୁକ୍ତ କରିଥିଲା ଟାଟା ସନ୍ସ । ତେବେ ଭାରତ ବିରୋଧୀ ମନ୍ତବ୍ୟ ପାଇଁ ପରିଚିତ ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏର୍ଡୋଗାନଙ୍କ ସହ ତାଙ୍କର ଘନିଷ୍ଠତା ଯୋଗୁଁ ବିବାଦ ସୃଷ୍ଟି ହୋଇଥିଲା । ଏହି କାରଣରୁ ଆଇସି ଏୟାର ଇଣ୍ଡିଆର ସିଇଓ ଅଫର୍ ପ୍ରତ୍ୟାଖ୍ୟାନ କରିଥିଲେ।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବାଂଲାଦେଶର ମନା

12 May 2022 By The Sakala

ଏୟାର ଇଣ୍ଡିଆର ନୂଆ ସିଇଓ ଭାବରେ ନିଯୁକ୍ତ ହେଲେ କ୍ୟାମ୍ପବେଲ ୱିଲସନ

ନୂଆଦିଲ୍ଲୀ: ଶେଷରେ ଟାଟା ସନ୍ସ ନ୍ୟୁଜିଲ୍ୟାଣ୍ଡର କ୍ୟାମ୍ପବେଲ ୱିଲସନଙ୍କୁ ଏୟାର ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛି । ଟାଟା ସନ୍ସ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ୫୦ ବର୍ଷୀୟ କ୍ୟାମ୍ପବେଲ ୱିଲସନଙ୍କର ବିମାନ ଚଳାଚଳ କ୍ଷେତ୍ରରେ ୨୬ ବର୍ଷର ଅଭିଜ୍ଞତା ଥିବାବେଳେ ୱିଲସନ ୨୦୧୧ ମସିହାରେ ସିଙ୍ଗାପୁର ଏୟାରଲାଇନ୍ସର ସ୍ୱଳ୍ପ ମୂଲ୍ୟର କମ୍ପାନୀ ସ୍କୁଟର ପ୍ରତିଷ୍ଠାତା ଥିଲେ ଏବଂ ୨୦୧୬ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିଲେ। ଏହା ପରେ ସେ ସିଙ୍ଗାପୁର ଏୟାରଲାଇନ୍ସର ସେଲସ ଏବଂ ମାର୍କେଟିଂ ବିଭାଗର ବରିଷ୍ଠ ଉପସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । କ୍ୟାମ୍ପବେଲ ୱିଲସନଙ୍କ ନିଯୁକ୍ତିକୁ ନେଇ ଏୟାର ଇଣ୍ଡିଆର ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ୱିଲସନ ଜଣେ ଇଣ୍ଡଷ୍ଟ୍ରି ଭେଟେରାନ୍ ଯିଏ ପ୍ରମୁଖ ବିଶ୍ୱ ବଜାରରେ କାର୍ଯ୍ୟ କରିଛନ୍ତି।

କ୍ୟାମ୍ପବେଲ ୱିଲସନ ୧୯୯୬ରେ ସିଙ୍ଗାପୁର ଏୟାରଲାଇନ୍ସରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ସେତେବେଳେ ସେ ନ୍ୟୁଜିଲାଣ୍ଡରେ ଜଣେ ମ୍ୟାନେଜମେଣ୍ଟ ଟ୍ରେନି ଥିଲେ । ପରେ କମ୍ପାନି ତାଙ୍କୁ କାମ କରିବାକୁ କାନାଡା, ହଂକଂ ଏବଂ ଜାପାନକୁ ପଠାଇଥିଲା । ଏହା ପରେ ସେ ୨୦୧୧ରେ ସେ ସିଙ୍ଗାପୁରକୁ ଫେରିଥିଲେ ଏବଂ ‘ସ୍କୁଟ’ର ଆରମ୍ଭରୁ ୨୦୧୬ ପର୍ଯ୍ୟନ୍ତ କମ୍ପାନୀର ସିଇଓ ଥିଲେ । ସ୍କୁଟ ହେଉଛି ସିଙ୍ଗାପୁର ଏୟାରଲାଇନ୍ସର ଏକ ସ୍ୱଳ୍ପ ମୂଲ୍ୟର ସେବା ଯୋଗାଉଥିବା ସହାୟକ କମ୍ପାନି ।

ଟାଟା ସନ୍ସ ନିକଟରେ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିଥିଲା । ଏୟାର ଇଣ୍ଡିଆର ସିଇଓ ଭାବେ ପ୍ରଥମେ ତୁର୍କୀର ଇଲ୍କର ଆଇସିଙ୍କୁ ନିଯୁକ୍ତ କରିଥିଲା ଟାଟା ସନ୍ସ । ତେବେ ଭାରତ ବିରୋଧୀ ମନ୍ତବ୍ୟ ପାଇଁ ପରିଚିତ ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏର୍ଡୋଗାନଙ୍କ ସହ ତାଙ୍କର ଘନିଷ୍ଠତା ଯୋଗୁଁ ବିବାଦ ସୃଷ୍ଟି ହୋଇଥିଲା । ଏହି କାରଣରୁ ଆଇସି ଏୟାର ଇଣ୍ଡିଆର ସିଇଓ ଅଫର୍ ପ୍ରତ୍ୟାଖ୍ୟାନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର