ପଶ୍ଚିମବଙ୍ଗରେ ବିଜେପିକୁ ଝଟକା: ଆସାନସୋଲ ଲୋକସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନରେ ଟିଏମସିର ଜଲଓ୍ବା

The Sakala Picture
Published On

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ବିଜେପିକୁ ଲାଗିଛି ଜୋରଦାର ଝଟକା । ୪ଟି ରାଜ୍ୟର ୫ଟି ଆସନରେ ହୋଇଥିବା ଉପ-ନିର୍ବାଚନ ଫଳାଫଳ ଆସି ସାରିଛି। ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନରୁ ଟିଏମ୍‌ସିର ଶତ୍ରୁଘ୍ନ ସିହ୍ନା ଓ ବାଲିଗଞ୍ଜ ବିଧାନସଭା ଆସନରୁ ବାବୁଲ ସୁପ୍ରିୟୋ ଜିତିଛନ୍ତି। ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା ତାଙ୍କର ନିକଟତ ପ୍ରତିଦ୍ୱନ୍ଦୀ ବିଜେପିର ଅଗ୍ନିମିତ୍ରା ପଲଙ୍କୁ ଦୁଇଲକ୍ଷରୁ ଅଧିକ ଭୋଟରେ ପରାଜିତ କରିଛନ୍ତି । ସେହିଭଳି ବାଲିଗଞ୍ଜ ବିଧାନସଭା ଆସନରୁ […]

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ବିଜେପିକୁ ଲାଗିଛି ଜୋରଦାର ଝଟକା । ୪ଟି ରାଜ୍ୟର ୫ଟି ଆସନରେ ହୋଇଥିବା ଉପ-ନିର୍ବାଚନ ଫଳାଫଳ ଆସି ସାରିଛି। ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନରୁ ଟିଏମ୍‌ସିର ଶତ୍ରୁଘ୍ନ ସିହ୍ନା ଓ ବାଲିଗଞ୍ଜ ବିଧାନସଭା ଆସନରୁ ବାବୁଲ ସୁପ୍ରିୟୋ ଜିତିଛନ୍ତି। ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା ତାଙ୍କର ନିକଟତ ପ୍ରତିଦ୍ୱନ୍ଦୀ ବିଜେପିର ଅଗ୍ନିମିତ୍ରା ପଲଙ୍କୁ ଦୁଇଲକ୍ଷରୁ ଅଧିକ ଭୋଟରେ ପରାଜିତ କରିଛନ୍ତି । ସେହିଭଳି ବାଲିଗଞ୍ଜ ବିଧାନସଭା ଆସନରୁ ଟିଏମସି ପ୍ରାର୍ଥୀ ତାଥା ବିଜେପିର ପୂର୍ବତନ ସାଂସଦ ବାବୁଲ ସୁପ୍ରିୟୋ ତାଙ୍କର ନିକଟତ ପ୍ରତିଦ୍ୱନ୍ଦୀ ସିପିଆଇ(ଏମ) ପ୍ରାର୍ଥୀ ସାଇରା ହାଲିମଙ୍କୁ ୯ ହଜାର ଭୋଟରେ ପରାଜିତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ତେବେ ପଶ୍ଚିମବଙ୍ଗରେ ଟିଏମସି, ବିହାରରେ ଆରଜେଡି, ଛତିଶଗଡ ଓ ମହାରାଷ୍ଟ୍ରରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି । ମତଗଣନା ଚାଲିଥିଲେ ମଧ୍ୟ ସବୁଠି ବିଜେପିର ପରାଜୟ ଏକପ୍ରକାର ନିଶ୍ଚିତ ଲାଗୁଛି । କାରଣ ବିପକ୍ଷ ପ୍ରାର୍ଥୀ ଅଦିକ ଭୋଟରେ ଆଗୁଆ ଅଛନ୍ତି । ଏପରିକି ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସାନସୋଲ ଲୋକସଭା ଓ ବାଲିଗଞ୍ଜ ବିଧାନସଭା ଆସନର ମତାଦାତାଙ୍କୁ ଧନ୍ୟବାଦ ଜମାଇଛନ୍ତି ।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ପୁଟିନଙ୍କ ସମେତ ଏକାଧିକ ରାଷ୍ଟ୍ରମୁଖ୍ୟ ସାମିଲ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର