୨୦୨୨ରେ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ଅଖିଳେଶ ଯାଦବ

The Sakala Picture
Published On

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବଡ ଘୋଷଣା କରିଛନ୍ତି । ସେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏକ ଘରୋଇ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଏପରି ମନ୍ତବ୍ୟ ରଖିଛନ୍ତି ଅଖିଳେଶ । ସେ ବର୍ତ୍ତମାନ ଉତ୍ତରପ୍ରଦେଶର ଆଜମଗଡ ଲୋକସଭା ଆସନରୁ ସାଂସଦ ଅଛନ୍ତି । ତେବେ ଅଖିଳେଶଙ୍କ ଏପରି ଘୋଷଣା ପରେ ସେ ପୂର୍ବପରି ବିଧାନ ପରିଷଦ […]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବଡ ଘୋଷଣା କରିଛନ୍ତି । ସେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏକ ଘରୋଇ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଏପରି ମନ୍ତବ୍ୟ ରଖିଛନ୍ତି ଅଖିଳେଶ । ସେ ବର୍ତ୍ତମାନ ଉତ୍ତରପ୍ରଦେଶର ଆଜମଗଡ ଲୋକସଭା ଆସନରୁ ସାଂସଦ ଅଛନ୍ତି । ତେବେ ଅଖିଳେଶଙ୍କ ଏପରି ଘୋଷଣା ପରେ ସେ ପୂର୍ବପରି ବିଧାନ ପରିଷଦ ସଦସ୍ୟ ଭାବେ ସଦନରେ ପହଞ୍ଚିବା ରଣନୀତି ରଖିଥିବା ସ୍ପଷ୍ଟ ହୋଇଛି ।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ଆଜମଗଡରୁ ସାଂସଦ ଅଖିଳେଶ ଯାଦବ କହିଛନ୍ତି ଯେ ସେ ଛୋଟ ଦଳ ସହ ଏକ ମେଣ୍ଟ ଗଠନ କରୁଛନ୍ତି। ରାଷ୍ଟ୍ରୀୟ ଲୋକ ଦଳ ସହ ଆସନ ବାଣ୍ଟିବା ନେଇ ଏପର୍ଯ୍ୟନ୍ତ ଆଲୋଚନା କରି ନାହାନ୍ତି । ଆହୁରି ମଧ୍ୟ ସେ ଯୋଗୀ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ଆଜିର ଯୁଗରେ ଯେ ଲାପଟପ୍ ଏବଂ ମୋବାଇଲ୍ କିପରି ବ୍ୟବହାର କରାଯାଏ ଜାଣି ନାହାନ୍ତି ସେ ଯୁବକଙ୍କ ହିତକୁ ନେଇ କଣ କାର୍ଯ୍ୟ କରିବେ । ଯୁବକମାନେ ଏହି ଦେଶର ଭବିଷ୍ୟତ ଏବଂ କେବଳ ଯୁବକମାନେ ହିଁ ଯୁବକଙ୍କ ମନ ବୁଝି ପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଜାଣିଥିଲୁ ଯେ ଆମର ମୁଖ୍ୟମନ୍ତ୍ରୀ ଲାପଟପ୍ କିପରି ଚଳାଇବେ ତାହା ଜାଣନ୍ତି ନାହିଁ, କିନ୍ତୁ ବର୍ତ୍ତମାନ ଜଣେ ଅଧିକାରୀ ମଧ୍ୟ କହିଛନ୍ତି ତାଙ୍କୁ ମୋବାଇଲ୍ କିପରି ଚଲାଯାଏ ତାହା ତାଙ୍କୁ ଜଣାନାହିଁ । ତେବେ ଟିକେ ଭାବନ୍ତୁ, ଆଜିର ଯୁଗରେ ମୋବାଇଲ୍ ଏବଂ ଲାପଟପ୍ ଚଳାଇବାକୁ ଅସମର୍ଥ ଥିବା ମଣିଷ ଯୁବକମାନଙ୍କ ବିଷୟରେ କଣ ବୁଝିବେ ବୋଲି କଟାକ୍ଷ କରିଛନ୍ତି ଅଖିଲେଶ ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

01 Nov 2021 By The Sakala

୨୦୨୨ରେ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ଅଖିଳେଶ ଯାଦବ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବଡ ଘୋଷଣା କରିଛନ୍ତି । ସେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏକ ଘରୋଇ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଏପରି ମନ୍ତବ୍ୟ ରଖିଛନ୍ତି ଅଖିଳେଶ । ସେ ବର୍ତ୍ତମାନ ଉତ୍ତରପ୍ରଦେଶର ଆଜମଗଡ ଲୋକସଭା ଆସନରୁ ସାଂସଦ ଅଛନ୍ତି । ତେବେ ଅଖିଳେଶଙ୍କ ଏପରି ଘୋଷଣା ପରେ ସେ ପୂର୍ବପରି ବିଧାନ ପରିଷଦ ସଦସ୍ୟ ଭାବେ ସଦନରେ ପହଞ୍ଚିବା ରଣନୀତି ରଖିଥିବା ସ୍ପଷ୍ଟ ହୋଇଛି ।

ଆଜମଗଡରୁ ସାଂସଦ ଅଖିଳେଶ ଯାଦବ କହିଛନ୍ତି ଯେ ସେ ଛୋଟ ଦଳ ସହ ଏକ ମେଣ୍ଟ ଗଠନ କରୁଛନ୍ତି। ରାଷ୍ଟ୍ରୀୟ ଲୋକ ଦଳ ସହ ଆସନ ବାଣ୍ଟିବା ନେଇ ଏପର୍ଯ୍ୟନ୍ତ ଆଲୋଚନା କରି ନାହାନ୍ତି । ଆହୁରି ମଧ୍ୟ ସେ ଯୋଗୀ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ଆଜିର ଯୁଗରେ ଯେ ଲାପଟପ୍ ଏବଂ ମୋବାଇଲ୍ କିପରି ବ୍ୟବହାର କରାଯାଏ ଜାଣି ନାହାନ୍ତି ସେ ଯୁବକଙ୍କ ହିତକୁ ନେଇ କଣ କାର୍ଯ୍ୟ କରିବେ । ଯୁବକମାନେ ଏହି ଦେଶର ଭବିଷ୍ୟତ ଏବଂ କେବଳ ଯୁବକମାନେ ହିଁ ଯୁବକଙ୍କ ମନ ବୁଝି ପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଜାଣିଥିଲୁ ଯେ ଆମର ମୁଖ୍ୟମନ୍ତ୍ରୀ ଲାପଟପ୍ କିପରି ଚଳାଇବେ ତାହା ଜାଣନ୍ତି ନାହିଁ, କିନ୍ତୁ ବର୍ତ୍ତମାନ ଜଣେ ଅଧିକାରୀ ମଧ୍ୟ କହିଛନ୍ତି ତାଙ୍କୁ ମୋବାଇଲ୍ କିପରି ଚଲାଯାଏ ତାହା ତାଙ୍କୁ ଜଣାନାହିଁ । ତେବେ ଟିକେ ଭାବନ୍ତୁ, ଆଜିର ଯୁଗରେ ମୋବାଇଲ୍ ଏବଂ ଲାପଟପ୍ ଚଳାଇବାକୁ ଅସମର୍ଥ ଥିବା ମଣିଷ ଯୁବକମାନଙ୍କ ବିଷୟରେ କଣ ବୁଝିବେ ବୋଲି କଟାକ୍ଷ କରିଛନ୍ତି ଅଖିଲେଶ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର